ଅଣସରରେ ଅଲାରନାଥଙ୍କ ଖିରିର ମହାତ୍ମ୍ୟ ଅନନ୍ୟ

ବ୍ରହ୍ମଗିରି (ଆପ୍ର): ‘ଆ ଅଲାର ଖା ଖିରି’ ଉକ୍ତ ଉକ୍ତିଟି ବ୍ରହ୍ମଗିରି ଅଲାରନାଥ ପୀଠକୁ ଆସୁଥିବା ପ୍ରତ୍ୟକ ଭକ୍ତଙ୍କ ମନେ ପଡୁଥିବ । ବିଶ୍ୱ ପ୍ରସିଦ୍ଧ ଅଲାରନାଥଙ୍କ ପ୍ରସିଦ୍ଧ ଭୋଗ ହେଲା ଚାଉଳ ଖିରି । ଏହି ଖିରି ଭୋଗର ପରମ୍ପରା କେଉଁ ଅନାଦୀଯୁଗରୁ ଚାଲିଆସିଅଛି ।
କପିଳ ସହିଂତାରେ ପ୍ରମାଣ ଦିଏ ନୀଳମାଧବଙ୍କ ଅନ୍ତଧ୍ୟାନ ପରେ ବ୍ରହ୍ମଗିରି ନିକଟସ୍ଥ ଏକ ବ୍ରାହ୍ମଣ ପରିବାରରେ ଅବସ୍ଥାପନ କରିଥିଲେ । ସେତେବେଳେ ବ୍ରହ୍ମଗିରିରେ କୋମା ବ୍ରାହ୍ମଣମାନେ ବସବାସ କରୁଥିବାର ଜଣାଯାଏ । ଉକ୍ତ ନାରାୟଣ ମୂର୍ତ୍ତିକୁ ଶ୍ରୀକେତନ ନାମକ ଏକ ଗରିବ ବ୍ରହ୍ମଣ ପୂଜା କରନ୍ତି । ସେ ଭିକ୍ଷାକରି ଚଳୁଥିବାରୁ ଠାକୁରଙ୍କୁ ଖିରୀ ଭୋଗ କରନ୍ତି । ଏକଦା ବ୍ରହ୍ମଣ ବିଦେଶ ଯିବା ସମୟରେ ତାର ୮ ବର୍ଷର ପୁଅ ମଧୁସୂଦନକୁ ଠାକୁରଙ୍କ ପୂଜାରେ ନିୟୋଜିତ କରିଥିଲେ । ଛୋଟ ବାଳକଟି ତାଙ୍କ ମା ରାନ୍ଧିଥିବା ଖିରୀ ନେଇ ମନ୍ଦିରକୁ ଯାଇ ପୂଜା ଜାଣି ନ ଥିବାରୁ ପାତ୍ରଟି ଠାକୁରଙ୍କ ନିକଟରେ ଥୋଇ ‘ଆ ଠାକୁର ଖା ଖିରି, ବାପା ଯାଇଛନ୍ତି ବିଦେଶ କରି ମୁଁ ଜାଣିନାହିଁ ଦିଅଁଙ୍କ ନା ଉକ୍ତ ଉକ୍ତିଟି କହି ଦୁଆର ବନ୍ଦ କରି ଦେଇଥିଲେ । କିଛି ସମୟ ପରେ ଦେଖନ୍ତି ଖିରୀ ପାତ୍ରଟି ସମ୍ପୂର୍ଣ୍ଣ ଖାଲି । ଏହି ଘଟଣାକୁ ଶ୍ରୀକେତନ ବିଶ୍ୱାସ ନ କରି ଉକ୍ତ ଘଟଣାଟିକୁ ପରଖିବା ପାଇଁ ପୂର୍ବଦିନ ପରି ପୁଅକୁ ପଠାଇ କବାଟ ଫାଙ୍କରେ ଲୁଚି ଦେଖୁଥିଲେ । ସେ ଯେତେବେଳେ ଦେଖିଲେ ଘଟଣାଟି ସତ୍ୟ ସଙ୍ଗେ ସଙ୍ଗେ ଦୁଆର ଖୋଲି ଦିଅନ୍ତି ଠାକୁର ନିଜ ସ୍ଥାନକୁ ଫେରିବା ସମୟରେ ଗରମ ଖିରି ପଡ଼ି ତାଙ୍କ ଶରୀର ଫୋଟକା ହୋଇଥିଲା । ଏବେ ମଧ୍ୟ ଠାକୁରଙ୍କ ବିଗ୍ରହରେ ଫୋଟକା ଚିହ୍ନ ଦେଖିବାକୁ ମିଳେ । ସେହିଦିନ ଠାରୁ ଅଲାରନାଥଙ୍କ ପ୍ରିୟ ପ୍ରସାଦ ଖିରୀ ଭୋଗ । ଏହି ଅନବସର ସମୟରେ ଓଡ଼ିଶାର କୋଣଅନୁକୋଣରୁ ହଜାର ହଜାର ଭକ୍ତ ଖିରି ପ୍ରସାଦ ପାଇଁ ଅପେକ୍ଷା କରି ରହିଥାନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *