ହାଇକୋର୍ଟରେ ପଡ଼ିରହିଛି ଲକ୍ଷାଧିକ ମାମଲା
କଟକ (ବୁ୍ୟରୋ): ଓଡ଼ିଶା ହାଇକୋର୍ଟରେ ୨୦୨୨ ସୁଦ୍ଧା ୧ ଲକ୍ଷ ୭୩ ହଜାର ୫୧୦ ମାମଲା ବିଚାର ପାଇଁ ପଡ଼ିରହିଛି । ଏହାପରେ ଦାଏର ହୋଇଛି ୧ ଲକ୍ଷ ୨୮ ହଜାର ୯୪୩ଟି ନୂଆ କେସ । ତେବେ ସେଥି ଭିତରୁ ୧ ଲକ୍ଷ ୫ ହାଜର ୩୩୪ ମାମଲାର ଫଇସଲା ହୋଇଛି । ୨୦୨୧ ମସିହା ଶେଷ ସୁଦ୍ଧା ୧ ଲକ୍ଷ ୯୭ ହଜାର ୧୧୯ ମାମଲା ଏବେ ବି ବିଚାର ପାଇଁ ପଡ଼ିରହିଛି । ରାଜ୍ୟ ନ୍ୟାୟପାଳିକାର ପ୍ରଦର୍ଶନ ନେଇ ଦେଶରେ ପ୍ରଥମଥର ପାଇଁ ଓଡ଼ିଶା ହାଇକୋର୍ଟ ପକ୍ଷରୁ ବାର୍ଷିକ ରିପୋର୍ଟ ପ୍ରକାଶ କରାଯାଇଛି ।
ବିଚାର ନହୋଇ ଦୀର୍ଘଦିନ ଧରି ମାମଲା ପଡ଼ିରହିବା ଓ ଜିଲ୍ଲା ଜଜ୍ଙ୍କ ଦ୍ୱାରା ଠିକ୍ରେ ମାମଲା ବଣ୍ଟନ ନହେବା ଏବଂ କୋର୍ଟଙ୍କ ରହିତାଦେଶ ନିଦେ୍ର୍ଦଶ ଠିକରେ କାର୍ଯ୍ୟକାରୀ କରାନଯିବା ଭଳି ଚିନ୍ତାଜନକ ତଥ୍ୟ ରିପୋର୍ଟରେ ସାମ୍ନାକୁ ଆସିଛି । ୨୦୨୧ ମସିହାର ଏହି ରିପୋର୍ଟରେ କୁହାଯାଇଛି ଯେ, କୋର୍ଟରେ ମାମଲା ବଢ଼ିବା ଦ୍ୱାରା ନ୍ୟାୟପାଳିକା ଉପରେ ଲୋକଙ୍କ ଆସ୍ଥା ବଢ଼ୁଥିବା ସୂଚାଉଛି । ମାତ୍ର ବହୁ କେସ୍ରେ ବିଚାର ହୋଇ ନପାରି ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏଥିସହିତ ଓଡ଼ିଶା ଆଡ଼ମିନିଷ୍ଟେଟିଭ୍ ଟ୍ରିବୁ୍ୟନାଲ ଉଚ୍ଛେଦ ହେବା ପରେ ଏଠିକାର ପ୍ରାୟ ୪୦ ହଜାର ମାମଲା ହାଇକୋର୍ଟକୁ ସ୍ଥାନାନ୍ତର ହୋଇଛି । ଯାହାକି ହାଇକୋର୍ଟଙ୍କ ଭାର ବଢ଼ାଉଛି ବୋଲି ରିପୋର୍ଟରେ ଉଲ୍ଳେଖ କରାଯାଇଛି ।