ଡେଙ୍ଗୁ ହଟାଇବାକୁ ଡ୍ରାଇ ଡେ ଭୁବନେଶ୍ୱର

ଭୁବନେଶ୍ୱର (ବୁ୍ୟରୋ): ଭୁବନେଶ୍ୱର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ଡେଙ୍ଗୁ ପ୍ରତିରୋଧ ସଚେତନତା ବୈଠକ । ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏବଂ ଡେପୁଟି ମେୟର ମଞ୍ଜୁଳତା କହଁର ଏବଂ କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ହୋଇଥିବା ଏହି ବୈଠକରେ ଯୋଗଦେଇଥିଲେ ବିଏମ୍ସିର ସମସ୍ତ କର୍ପୋରେଟର୍ ।
ବର୍ତ୍ତମାନ ଭୁବନେଶ୍ୱରର କେତେକ ସ୍ଥାନରେ ଡେଙ୍ଗୁ ସଂକ୍ରମଣ ଦେଖାଦେଇଛି । ଏଥିପାଇଁ ଭୟଭୀତ ହୁଅନ୍ତୁ ନାହିଁ । ଆମେ ସମସ୍ତେ ମିଶି ଏହାର ପ୍ରତିକାର କରିପାରିବା । ତେଣୁ ଭୁବନେଶ୍ୱର ମହାନଗର ନିଗମ ତରଫରୁ ଆପଣମାନଙ୍କୁ ଅନୁରୋଧ, ସପ୍ତାହକୁ ଦୁଇଦିନ- ଗୁରୁବାର ବିଭିନ୍ନ ସରକାରୀ/ବେସରକାରୀ କାର୍ଯ୍ୟାଳୟରେ ଏବଂ ରବିବାର ନିଜ ପରିବାରରେ ଆମେ ପାଣି ଜମିଥିବା ସ୍ଥାନ ଓ ପାତ୍ରକୁ ନିୟମିତ ଖାଲି କରିବା । ଏହା କରିବା ଦ୍ୱାରା ଆମେ ମଶାବଂଶ ବୃଦ୍ଧିକୁ ରୋକି ପାରିବା । ବିଏମ୍ସିର ପ୍ରତ୍ୟେକ ୱାର୍ଡରେ ଆମେ ଏହାକୁ ଏକ ଅଭିଯାନ ରୂପେ ନେଇ ଆପଣମାନଙ୍କ ସହଯୋଗରେ ସଫଳ କରିବାକୁ ଯାଉଛୁ ବୋଲି କହିଛନ୍ତି ମେୟର । ଘର ଆଖପାଖରେ ପାଣି ଜମିବାକୁ ନଦେବା, ନିଜ ଘର, ରାସ୍ତା ଏବଂ ସର୍ବସାଧାରଣ ସ୍ଥାନରେ ପରିତ୍ୟକ୍ତ ପାତ୍ରକୁ ନଷ୍ଟ କରିଦେବା ଇତ୍ୟାଦି ଅଭିଯାନ ଚାଲୁ ରହିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *