ଶାଶୂଘର ଛାଡ଼ିବେ ନାହିଁ ବର୍ଷା
କଟକ (ବୁ୍ୟରୋ): ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପନôୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟ ଚାଲିଥିବା ବୈବାହିକ ବିବାଦ ମାମଲାରେ ପୁଣି ଏକ ନୂଆ ମୋଡ଼ ନେଇଛି । ବର୍ଷାଙ୍କୁ ଅନୁଭବଙ୍କ ପୈତୃକ ଘର ଛାଡ଼ି ଅନ୍ୟତ୍ର ରହିବା ନିଦେ୍ର୍ଦଶ ଉପରେ ରହିତାଦେଶ ଜାରି କରିଛନ୍ତି ଜିଲ୍ଲା ଦୌରାଜଜ୍ । ଏପରିକି ବର୍ଷା ଅନୁଭବଙ୍କ ପୈତୃକ ଘର ନ ଛାଡ଼ିବା ପାଇଁ ଜିଲ୍ଲା କୋର୍ଟ ଏକ ଅନ୍ତରୀଣ ନିଦେ୍ର୍ଦଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବର୍ଷା ସେହିଠାରେ ରହିବାକୁ କୋର୍ଟ ତାଙ୍କ ରାୟରେ କହିଛନ୍ତି । ଏହାସହ ଅନୁଭବଙ୍କୁ ଏହାର ଜବାବ ରଖିବାକୁ କୋର୍ଟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ପରବର୍ତ୍ତୀ ଶୁଣାଣି ପୂର୍ବରୁ ଅନୁଭବଙ୍କୁ ଜବାବ ଦାଖଲ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଜୁଲାଇ ୪ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ସୂଚନାଯୋଗ୍ୟ, ବର୍ଷାଙ୍କ ସହ ବିବାଦ ହେବା ପରଠାରୁ ଅନୁଭବ ତାଙ୍କ ବାପା, ମାଆ ଓ ସାନ ଭାଇଙ୍କ ସହ ଅନ୍ୟତ୍ର ଘରଭଡ଼ା ନେଇ ରହୁଛନ୍ତି । ଅନ୍ୟପଟେ ପାରିବାରିକ ହିଂସାର ଶିକାର ହେଉଥିବା ଅଭିଯୋଗ ଆଣି ବର୍ଷା ପ୍ରଥମେ ଏସ୍ଡ଼ିଜେଏମ୍ କୋର୍ଟରେ ଏକ ମାମଲା ଦାଏର କରିଥିଲେ । ଉକ୍ତ ଆବେଦନଟି କୋର୍ଟରେ ବିଚାରଧୀନ ଥିବାବେଳେ ଅନୁଭବଙ୍କ ପକ୍ଷରୁ ଆଉ ଦୁଇଟି ପିଟିସନ ଦାୟର ହୋଇଥିଲା । ସେଥିମଧ୍ୟରୁ ଗୋଟିଏ ପିଟିସନର ରାୟ ପ୍ରକାଶ ପାଇଥିଲା । ଯେଉଁଥିରେ ବର୍ଷାଙ୍କୁ ଅନୁଭବଙ୍କ ପୈତୃକ ଘର ଛାଡ଼ି ଅନ୍ୟତ୍ର ରହିବାକୁ ଏସ୍ଡ଼ିଜେଏମ୍ କୋର୍ଟ ନିଦେ୍ର୍ଦଶ ଦେଇଥିଲେ ।
ଘରଭଡ଼ା ପାଇଁ ପ୍ରତିମାସର ୧୦ ତାରିଖ କିମ୍ବା ତା ପୂର୍ବରୁ ମାସିକ ୩୦ ହଜାର ଟଙ୍କା ଅନୁଭବ ପ୍ରଦାନ କରିବେ । ଏପରିକି ବର୍ଷା ପ୍ରଥମ ଟଙ୍କା ପାଇବାର ୨ ମାସ ମଧ୍ୟରେ ଘର ଛାଡ଼ିବେ ବୋଲି କୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଥିଲେ । ଆସନ୍ତା ୨ ମାସ ଭିତରେ ଏହି ନିଦେ୍ର୍ଦଶ କାର୍ଯ୍ୟକାରୀ କରିବା ଲାଗି କୋର୍ଟ ଶୁଣାଣିରେ କହିଥିଲେ । ଗତ ମାସ ୨୪ରେ ଏହି ମାମଲାର ଶୁଣାଣି ଶେଷ କରି ଏସ୍ଡ଼ିଜେଏମ୍ ଅଦାଲତ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ । ତେବେ ଏସ୍ଡ଼ିଜେଏମ୍ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ବର୍ଷା ଜିଲ୍ଲା ଦୌରାଜଜ୍ଙ୍କ ନିକଟରେ ଏହି ଉପରେ ରୋକ୍ ଲଗାଇବା ପାଇଁ ଆଉ ଏକ ପିଟିସନ ଆବେଦନ କରିଥିଲେ । ବର୍ଷାଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ଗ୍ରହଣ କରି ଜିଲ୍ଲା କୋର୍ଟ ତଳ କୋର୍ଟଙ୍କ ନିଦେ୍ର୍ଦଶ ଉପରେ ରହିତାଦେଶ ଜାରି କରିଛନ୍ତି ।