ଦେଶର ଉଚ୍ଚତମ ସ୍ଥାନରେ କୁମ୍ଭୀର ଠାବ

ବାରିପଦା (ଆପ୍ର): ଦେଶର ସର୍ବୋଚ୍ଚ ଉଚ୍ଚତମ ସ୍ଥାନରେ କୁମ୍ଭୀର ସନ୍ଧାନ ପାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ । ଠାବ ହୋଇଥିବା ସ୍ଥାନଟି ସମୁଦ୍ର ପତ୍ତନ ଠାରୁ ୮୨୨ ମିଟର ଉଚ୍ଚରେ ମିଳିଥିବାରୁ ଶିମିଳିପାଳ ପାଇଁ ଏହା ଶୁଭଙ୍କର ବୋଲି କହିଛନ୍ତି ଶିମିଳିପାଳ ପ୍ରକଳ୍ପର କ୍ଷେତ୍ର ନିଦେ୍ର୍ଦଶକ ଟି. ଅଶୋକ କୁମାର । ଆଜି ପର୍ଯ୍ୟନ୍ତ ଭାରତରେ କେବେ ହେଲେ ଏଭଳି ଉଚ୍ଚତମ ସ୍ଥାନରେ କୁମ୍ଭୀର ଦେଖାଯାଇନଥିବା ବେଳେ ଦେଶର ସବୁଠାରୁ ଉଚ୍ଚତମ ସ୍ଥାନ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ବାସ କରିଥିବା କୁମ୍ଭୀର ଦେଖିବାକୁ ମିଳିଛି ।
ତେବେ ଗତ କିଛିଦିନ ପୂର୍ବରୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଧିକାରୀ, ଉପର-ବାରାହାକାମୁଡା ଅଞ୍ଚଳକୁ ଯାଇଥିବା ବେଳେ ଗୋମୁହାଁ ପ୍ରଜାତିର କୁମ୍ଭୀରର ସନ୍ଧାନ ପାଇଥିଲେ । ପ୍ରଥମ ଥର ପାଇଁ ଗୋମୁହାଁ ପ୍ରଜାତିର କୁମ୍ଭୀର ଏତେ ଉଚ୍ଚ ସ୍ଥାନରେ ମିଳିବା ଘଟଣା ପ୍ରଥମ ଥର ହୋଇଥିବା ବେଳେ କେତେ ମାତ୍ରାରେ ଏହି ପ୍ରଜାତିର କୁମ୍ଭୀର ରହିଛନ୍ତି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଧିକାରୀ ଅନୁଧ୍ୟାନ କରିବେ ବୋଲି କହିଛନ୍ତି । ସେପଟେ ଏ ସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ । ଅନ୍ୟପଟେ କୁମ୍ଭୀରମାନଙ୍କ ପାଇଁ ଯଶୀପୁର ରାମତୀର୍ଥରେ କୁମ୍ଭୀର ପ୍ରଜନନ କେନ୍ଦ୍ର କରାଯାଇ ରକ୍ଷଣା ବେକ୍ଷଣ କରାଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *