ଆର୍ଟିଆଇରେ ଭିଜିଲାନ୍ସ
କଟକ, ୨ଠା୬ (ବୁ୍ୟରୋ): ସୂଚନା ଅଧିକାର ଆଇନ ପରିସରକୁ ଆସିବ ଭିଜିଲାନ୍ସ । ଗୋପନୀୟ ଓ ସମ୍ବେଦନଶୀଳ ମାମଲାକୁ ଛାଡ଼ି ଅନ୍ୟ ସମସ୍ତରେ ଆର୍ଟିଆଇ ଆବେଦନ ହୋଇପାରିବ । ଦୁର୍ନୀତି ଓ ମାନବିକ ଅଧିକାର ଭଳି ତଥ୍ୟ ଆର୍ଟିଆଇ ଅନୁଯାୟୀ ଦେବାକୁ ନିଦେ୍ର୍ଦଶ ଦେଇଛନ୍ତି ହାଇକୋର୍ଟ । ଏହାସହ ସରକାର ଆର୍ଟିଆଇ ନେଇ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ସ୍ପଷ୍ଟୀକରଣ ଆଣିବା ପାଇଁ କୋର୍ଟ ଆଦେଶ ଦେଇଛନ୍ତି । ଏ ସମ୍ପର୍କିତ ସଂଶୋଧିତ ବିଜ୍ଞପ୍ତି ୪ ସପ୍ତାହ ମଧ୍ୟରେ ପ୍ରକାଶ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ତାଙ୍କ ଆଦେଶରେ କହିଛନ୍ତି ।
ସୂଚନାଯୋଗ୍ୟ, ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ୨୦୧୬ ମସିହା ଅଗଷ୍ଟ ୧୧ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯେଉଁଥିରେ ଭିଜିଲାନ୍ସ ବିଭାଗକୁ ଆର୍ଟିଆଇ ପରିସରଭୁକ୍ତ ହୋଇ ପାରିବ ନାହିଁ ବୋଲି ଦର୍ଶାଯାଇଥିଲା । ଏହି ବିଜ୍ଞପ୍ତିକୁ ଚାଲେଞ୍ଜ କରି ହାଇକୋର୍ଟରେ ଏକାଧିକ ପିଟିସନ ଦାୟର ହୋଇଥିଲା । ଏହି ପିଟିସନର ଶୁଣାଣି ସମୟରେ ସୂଚନା ଗୋଟିଏ ନାଗରିକଙ୍କ ମୌଳିକ ଓ ସାମ୍ବିଧାନିକ ଅଧିକାର । ଏହାକୁ ବହୁ ତର୍ଜମା କରିବା ପରେ ସୂଚନା ଅଧିକାର ଆଇନ ୨୦୦୫ରେ ପ୍ରଣୟନ କରାଯାଇଥିଲା । ଯାହାକୁ ପାର୍ଲିଆମେଣ୍ଟ ଆନୁମୋଦନ କରିଥିଲା । ଏଥିରେ ବହୁ ଧାରା ଉଲ୍ଲେଖ କରାଯାଇଛି । ଯେଉଁଥିରେ ଧାରା ୮ରେ ଦେଶର ପ୍ରତିରକ୍ଷାର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ବୈଦେଶିକ ତଥ୍ୟ ଉଲ୍ଲଖ କରାଯାଇଛି । ଯାହା ସାଧାରଣ ନାଗରିକମାନଙ୍କୁ ତଥ୍ୟ ଦିଆଯିବ ନାହିଁ । କିନ୍ତୁ ଦୁର୍ନୀତି ଓ ମାନବିକ ଅଧିକାର ଉଲ୍ଲଂଘନ ତଥ୍ୟ ଦିଆଯାଇ ପାରିବ ନାହିଁ ବୋଲି କେଉଁଠି ବି ଉଲ୍ଲେଖ କରାଯାଇନାହିଁ ବୋଲି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନା କରାଯାଇଥିଲା । କିନ୍ତୁ ରାଜ୍ୟ ସରକାର ଭିଜିଲାନ୍ସକୁ ଆର୍ଟିଆଇ ପରିସର ବାହାର ରଖିଛନ୍ତି । ଯାହାକୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ବିଜ୍ଞପ୍ତିକୁ ରଦ୍ଦ କରି ହାଇକୋର୍ଟ ତାଙ୍କ ରାୟରେ କହିଥିଲେ ସରକାରୀ ଭାବେ ସୂଚନା ଦେବା ଏକ ସାଧାରଣ କଥା, କିନ୍ତୁ ନଦେବା ଏକ ବ୍ୟତିକ୍ରମ । କିନ୍ତୁ ଦୁର୍ନୀତି ଓ ମାନବାଧିକାର ଉଲ୍ଲଂଘନ ସୂଚନା ଗୋପନୀୟ ନୁହେଁ । ଏଣିକି ଭିଜିଲାନ୍ସ ବିଭାଗରେ ଆର୍ଟିଆଇ ଆବେଦନ କରି ସୂଚନା ପାଇପାରିବେ ସାଧାରଣ ଲୋକ । ଏହି ମାମଲାର ଶୁଣାଣି ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍ ମୁରଲୀଧର ଓ ଆରକେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ସିର୍ଦ୍ଧାଥ ପ୍ରସାଦ ଦାସ ମାମଲା ପରିଚାଳନା କରୁଥିଲେ ।