ଇଡି ଅଫିସ୍ ଘେରିଲା ଯୁବ କଂଗ୍ରେସ
ଭୁବନେଶ୍ୱର (ବୁ୍ୟରୋ): ଦେଶର ଶିକ୍ଷିତ ଯୁବପିିଢ଼ି ଓ ବୁଦ୍ଧିଜୀବୀମାନେ କଂଗ୍ରେସର ନୀତି ଓ ଏହାର ନେତା ପୂୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧିଙ୍କ ଉପରେ ଦୃଢ଼ ଆସ୍ଥା ରଖିଛନ୍ତି । ଏହା ଦେଖି ମୋଦି ସରକାର ଅସହିଷ୍ଣୁ ହୋଇପଡ଼ିଛନ୍ତି । ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି)ର ଦୂରୁପଯୋଗକରି ବିନା କାରଣରେ ରାହୁଲ ଗାନ୍ଧିଙ୍କ ସମ୍ମାନହାନୀ କରିବାକୁ ଅପଚେଷ୍ଟା ଚଳାଇଛନ୍ତି । ଏଥିରେ ସେ ସଫଳ ହେବେ ନାହିଁ ବୋଲି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କା କହିଛନ୍ତି ।
ଦେଶର ସାମ୍ବିଧାନିକ ସଂସ୍ଥା ଇଡିକୁ ନିଜ ଦଳର ଏଜେଣ୍ଟ ଭାବେ ବ୍ୟବହାର କରି ମୋଦି ସରକାର କଂଗ୍ରେସକୁ ଅପମାନିତ କରିବାକୁ ଯେଉଁ ଅପଚେଷ୍ଟା ଚଳାଇଛନ୍ତି ଓ ଅଗ୍ନିପଥ ଭଳି ଏକ ଲକ୍ଷ୍ୟହୀନ ଯୋଜନା ଆଣି ଦେଶର ଯୁବପିିଢ଼ିଙ୍କ ଭବିଷ୍ୟତକୁ ଯେଭଳି ଭାବେ ଅନ୍ଧାରକୁ ଠେଲିଦେବାକୁ ଅପଚେଷ୍ଟା କରୁଛନ୍ତି ତାହାର ପ୍ର୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ଭୁବନେଶ୍ୱରସ୍ଥିତ ଇଡି କାର୍ଯ୍ୟାଳୟ ଘେରାଉ କରାଯାଇଛି । ବିଜେପି ନେତା ଅମିତ ଶାହଙ୍କ ପୁଅ ଜୟ ଶାହ ୫୦ ହଜାର ଟଙ୍କାରୁ ୮୦ ହଜାର କୋଟି ଟଙ୍କା ଆୟ କରିବା ପଛରେ ବଡ଼ ଧରଣର ଆର୍ଥିକ ଘୋଟାଲା ରହିଥିଲେ ମଧ୍ୟ ଏହାର କୌଣସି ତଦନ୍ତ କରାଯାଉ ନାହିଁ ବୋଲି ଡ. ଲେଙ୍କା କହିଛନ୍ତି । ଏହି ଅବସରରେ ଶତାଧିକ ଯୁବ କଂଗ୍ରେସ କର୍ମୀ ସିଆରପି ଛକରୁ ଇଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରାରେ ଯାଇଥିଲେ । ଏହି ସମୟରେ ପୁୁଲିସ ସହ ଯୁବ କଂଗ୍ରେସ କର୍ମୀମାନଙ୍କ ଧସ୍ତା ଧସ୍ତି ହୋଇଥିଲା ।