ପ୍ରଥମ ଥର ମୁହଁ ଖୋଲିଲେ ମୋଦି
ସୁଧାରଗତ ନିଷ୍ପତ୍ତି କ୍ଷଣକ ପାଇଁ ଅସୁଖୀ କରିପାରେ, କିନ୍ତୁ ଏହାର ଲାଭ ଦୀର୍ଘସ୍ଥାୟୀ
ନୂଆଦିଲ୍ଲୀ (ଏଜେନ୍ସି): ଦେଶବ୍ୟାପୀ ଅଗ୍ନିପଥ ଯୋଜନାକୁ ବିରୋଧ କରାଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଏସମ୍ପର୍କରେ ମୁହଁ ଖୋଲିଛନ୍ତି । ମୋଦି କହିଛନ୍ତି ଯେ, ତାଙ୍କ ସରକାର ପ୍ରତିରକ୍ଷା ଏବଂ ମହାକାଶ କ୍ଷେତ୍ରରେ ଯୁବଗୋଷ୍ଠୀଙ୍କ ପାଇଁ ନୂଆ ମାର୍ଗ ଉନ୍ମୁକ୍ତ କରିଛନ୍ତି । କିଛି ସୁଧାରଗତ ନିଷ୍ପତ୍ତି ଆରମ୍ଭରେ ଖରାପ ଲାଗିପାରେ, ଏହାକୁ ନେଇ ଅନେକ ବିବାଦ ହୋଇପାରେ କିନ୍ତୁ ଏହା କ୍ଷଣସ୍ଥାୟୀ । ଲମ୍ୱା ସମୟ ପରେ ଏହି ନିଷ୍ପତ୍ତି ଦେଶ ପାଇଁ ବେଶ୍ ଲାଭଦାୟକ ହୋଇଥାଏ । ବେଙ୍ଗାଲୁରୁ ଠାରେ ୨୭ଠଠଠ କୋଟି ବ୍ୟୟବରାଦିତ ଏକାଧିକ ବିକାସ ପରିଯୋନାର ଶୁଭାରମ୍ଭ କରିବା ଅବସରରେ ମୋଦି ଏପ୍ରକାର ସମ୍ବୋଧନ କରିଛନ୍ତି । ମୋଦି କହିଛନ୍ତି, ସୁଧାରର ରାସ୍ତା ଆମକୁ ନୂଆ ଲକ୍ଷ ଓ ନୂଆ ସଙ୍କଳ୍ପ ଆଡ଼କୁ ନେଇଯାଏ । ବର୍ତ୍ତମାନ ସମୟରେ ଡ୍ରୋନ୍ ଠାରୁ ଆରମ୍ଭ କରି ଏୟାରକ୍ରାଫ୍ଟ ପର୍ଯ୍ୟନ୍ତ ପ୍ରତ୍ୟକ ସ୍ତରର ବୈଷୟିକ ବିଦ୍ୟାରେ ଭାରତର ଯୁବକମାନଙ୍କୁ ପ୍ରୋତ୍ସାହିତ କରାଯାଉଛି ।