ମିଶନ ଶକ୍ତିକୁ ଅଧିକ ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱ

ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ
କେନ୍ଦୁଝର (ଆପ୍ର): ଓଡ଼ିଶାର ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ସୋମବାର ଦିନ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ କରିଛନ୍ତି । ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରି ମିଶନ ଶକ୍ତି କାମକୁ ଅଧିକ ତ୍ୱାରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲ୍ରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ, କେନ୍ଦୁଝର ଲୋକସଭା ସଦସ୍ୟା ଇଂ ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ, କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ଜିଲ୍ଲା ସମାଜ କଲ୍ୟାମ ଅଧିକାରୀ ଅନସୂୟା ସାହୁ ପ୍ରମୁଖ ଯୋଗ ଦେଇଥିଲେ ।
ସମୀକ୍ଷା ବୈଠକରେ ଉଦ୍ବୋଧନ ଦେଇ ବିଭାଗୀୟ କାର୍ଯ୍ୟକ୍ରମକୁ ନିଷ୍ଠାର ସହ ସମ୍ପାଦନ କରି ବିଭାଗର ସୁନାମ ବଢ଼ାଇବା ସହ ଜନସାଧାରଣଙ୍କ ଆସ୍ଥା ଭାଜନ ହେବାକୁ ଅଧିକାରୀ ଓ କର୍ମଚାରୀଙ୍କୁ ଆହ୍ୱାନ ଦେଇଥିଲେ । ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଏବଂ ରାଜ୍ୟର ପ୍ରଗତିରେ ଏହି ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ସ୍ୱତନ୍ତ୍ର ଦୃଷ୍ଟି ଏହି ବିଭାଗ ପ୍ରତି ରହିଛି । ଏଣୁ ଉକ୍ତ ବିଭାଗର ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମ କିପରି ସଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିବ ଏବଂ ହିତାଧିକାରୀ, ଜନସାଧାରଣ କିପରି ବିଭିନ୍ନ କାର୍ଯ୍ୟକ୍ରମର ସୁଫଳ ପାଇପାରିବେ ସେଥିପ୍ରତି ଯନôବାନ ହୋଇ କାର୍ଯ୍ୟ କରିବାକୁ କହିଥିଲେ । ମା’ ଓ ଶିଶୁଙ୍କ ଅପପୁଷ୍ଟିର ନିରାକରଣ, ଶିଶୁ ଓ ମାତୃ ମୃତୁ୍ୟହାର କମାଇବା, ପରିପୂରକ ପୁଷ୍ଟିକର ଖାଦ୍ୟ, ଅଙ୍ଗନୱାଡି କେନ୍ଦ୍ରରେ ପ୍ରାକ୍ ବିଦ୍ୟାଳୟ ଶିକ୍ଷା, ଟିକାକରଣ, ପୁଷ୍ଟି ଓ ସ୍ୱାସ୍ଥ୍ୟ ପରୀକ୍ଷା, ପରାମର୍ଶ ସେବା ଇତ୍ୟାଦି କାର୍ଯ୍ୟକ୍ରମ ସମ୍ପର୍କରେ ବିଶଦ ଭାବେ ସମୀକ୍ଷା କରିଥିଲେ ।
ଉପନିଦେ୍ର୍ଦଶକ ସୂଚନା ଓ ଲୋକ ସମ୍ପର୍କ କେନ୍ଦୁଝର ସଂଜୀବ ବାରିକ, ଜିଏମ୍ଏଫ୍ର ବରିଷ୍ଠ ଅଧିକାରୀ ଆର୍ଯ୍ୟସୂତା ଅପର୍ଣ୍ଣା ଭଦ୍ରା ଦାଶ, ଓରମାସ୍ର ଯୁଗ୍ମ ମୁଖ୍ୟ କାର୍ଯ୍ୟ ନିର୍ବାହୀ ହିମାଂଶୁ ଶେଖର, ଡିସିପିଓ ଦେବାଙ୍ଗନା ବାରିକ, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ପରିଚାଳକ ଶିଶିର କୁମାର ମିଶ୍ରଙ୍କ ସମେତ ବିଭିନ୍ନ ପ୍ରୋଜେକ୍ଟର ସିଡିପିଓ, ସୁପରଭାଇଜର ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ । ସମୀକ୍ଷା ବୈଠକ ପରେ ମନ୍ତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଖୋଲା ଯାଇଥିବା ମିଶନ ଶକ୍ତି କାଫେ, ଡିମ୍ବୋ ଗ୍ରାମରେ ବଡ଼ି ତିଆରି ପ୍ରକଳ୍ପ, ସଦର ବ୍ଲକ୍ ଅନ୍ତର୍ଗତ ମଇଦାନକେଲରେ ପଞ୍ଚାୟତସ୍ତରୀୟ ଫେଡେରେସନ୍ ଗୃହ ପରିଦର୍ଶନ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *