ଭୁବନେଶ୍ୱରରେ ‘ଅଗ୍ନିପଥ’ ତାତି

ଭୁବନେଶ୍ୱର (ବୁ୍ୟରୋ): ‘ଅଗ୍ନିପଥ’ ଯୋଜନା ବିରୋଧରେ ଏହାର ପ୍ରତ୍ୟାହାର ଦାବିକରି ସିପିଆଇ ଓ ବିକେଏମ୍ୟୁ ପକ୍ଷରୁ ରାଜଧାନୀ ଭୁବନେଶ୍ୱରଠାରେ ବିକ୍ଷୋଭ ଓ ରାସ୍ତାରୋକୋ ଆନେ୍ଦାଳନ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ଉଭୟ ସଂଗଠନର କର୍ମୀମାନେ ହାତରେ ଦଳୀୟ ପତାକା ଓ ଅଗ୍ନିପଥ ଯୋଜନା ବିରୁଦ୍ଧରେ ଲେଖାଥିବା ବିଭିନ୍ନ ପ୍ଲାକାର୍ଡମାନ ହାତରେ ଧରି ପାର୍ଟିର ରାଜ୍ୟ ଦପ୍ତର ଭଗବତୀ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ । ଶୋଭାଯାତ୍ରାକାରୀମାନେ ଅଶୋକନଗର ଅଞ୍ଚଳ ପରିକ୍ରମା କରି ମାଷ୍ଟରକ୍ୟାଣ୍ଟିନ ଛକଠାରେ ପହଞ୍ଚô ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଠାରେ ବିକେଏମୟୁର ରାଜ୍ୟ ସମ୍ପାଦକ ସୁର ଜେନା ଉଦ୍ବୋଧନ ଦେଇ କହିଲେ– ମୋଦି ସରକାର ବର୍ଷକୁ ୨ କୋଟି ବେକାର ଯୁବକ-ଯୁବତୀଙ୍କୁ ଚାକିରି ଦେବେ ବୋଲି କହି କ୍ଷମତାକୁ ଆସିଥିଲେ । ତାଙ୍କ ୮ ବର୍ଷର ଶାସନରେ ୧୬ କୋଟି ଚାକିରି ଦେବା ପରିବର୍ତ୍ତେ ୨୦୨୪ ନିର୍ବାଚନ ପୂର୍ବରୁ ସୈନ୍ୟ ବାହିନୀରେ ୪ ବର୍ଷିଆ ଠିକା ନିଯୁକ୍ତି ଯୋଜନା ବାହାର କରିଛନ୍ତି । ଏହା ଯୁବ ବିରୋଧୀ ଏବଂ ଦେଶର ସୁରକ୍ଷା ପ୍ରତି ଖେଳୱାର୍ଡ । ସରକାରୀ ଅର୍ଥରେ ଏହା ଆରଏସଏସ କର୍ମୀଙ୍କୁ ସାମରିକ ତାଲିମ ଦେବା ପାଇଁ ଉଦ୍ଦିଷ୍ଟ । ଏଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ । ଏହାପରେ ବିକ୍ଷୋଭକାରୀମାନେ ରାଜମହଲ ଛକଠାରେ ପହଞ୍ଚô ସେଠାରେ ରାସ୍ତାରୋକୋ କରିବା ଫଳରେ ଯାନବାହନଗୁଡ଼ିକ ଅଟକି ରହିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *