ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ
ପୁରୀ (ବୁ୍ୟରୋ): ଜୁଲାଇ ୧ରେ ମହାପ୍ରଭୁଙ୍କ ଘୋଷଯାତ୍ରା । ସେଥିପାଇଁ ଚଳଚଞ୍ଚଳ ଶ୍ରୀନଅର ସମ୍ମୁଖ ରଥଖଳା । ରଥଖଳାରେ ବିଶ୍ୱକର୍ମା ମାହାରଣା ସେବାୟତମାନେ ତିନି ରଥ ନିର୍ମାଣ କାର୍ଯ୍ୟରେ ନିମଗ୍ନ । ରଥଯାତ୍ରାକୁ ଆଉ ୧ଠ ଦିନ ଥିବାବେଳେ କିପରି ଶୃଙ୍ଖଳାର ସହ ରଥ ନିର୍ମାଣ ଶେଷ ହେବ ସେ ନେଇ ତିନି ରଥର ମୁଖ୍ୟ ମହାରଣାମାନେ ତତ୍ପର ହୋଇ ଉଠିଛନ୍ତି । ତିନି ରଥର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚôଛି । ମଙ୍ଗଳବାର ତିନି ରଥ ଉପରକୁ ଦୁଆରବେଢ଼ା ଓ କଳସ ଉଠିବା ପାଇଁ ଉଦ୍ୟମ ଜାରି ରହିଛି । ସୋମବାର ରଥଖଳାରେ ମହାରଣା ସେବାୟତମାନେ ତିନିରଥ ଉପରେ ପଟାବାଡ଼ିଆ କାର୍ଯ୍ୟ ଆରମ୍ଭ କରିଛନ୍ତି । ପଟା ବାଡିଆ ଶେଷ ହେଲା ପରେ ସିଂହାସନ ନିର୍ମାଣ ଆରମ୍ଭ ହେବ । ଅନ୍ୟପକ୍ଷରେ ପାରାଭାଡ଼ି ସମେତ ପଟାରେ ରଙ୍ଗ ଦେବାରେ ଲାଗିଛନ୍ତି କାରିଗର । ଯେପରି ଶ୍ରୀଜିଉଙ୍କ ରଥ ବିଭିନ୍ନ ରଙ୍ଗରେ ସଜ୍ଜିତ ହେବ । ସେଥିରେ କପଡ଼ା ଘେର ଦେଲା ପରେ ରଥ ନିର୍ମାଣ କାର୍ଯ୍ୟ ଶେଷ ହେବ । ସେଥିପାଇଁ ସମସ୍ତ ସେବାୟତମାନେ ନିଜ ନିଜ କାର୍ଯ୍ୟରେ ଲାଗି ପଡ଼ିବା ସହ ରଥକୁ ଶେଷ ସ୍ପର୍ଶ ଦେବା ପାଇଁ ଉଦ୍ୟମ ଜାରି ରହିଛି ।