ପାଣି ପାଇଁ ଧାରଣା ଦେଲେ ଲୋକେ
ଏନ୍ଏସି ନିର୍ବାହୀ ଅଧିକାରୀ ଶୁଣିଲେନି
ଫୁଲବାଣୀ (ବୁ୍ୟରୋ): ସରକାର ପ୍ରତି ଘରକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେଉଥିବା କହୁଛନ୍ତି । ହେଲେ ଏ ସବୁ କେବଳ କାଗଜ କଲମରେ ଚାଲିଛି । ପାଣି ସମସ୍ୟାର ସମାଧାନ ପାଇଁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ନିର୍ବାହୀ ଅଧିକାରୀ ନ ଶୁଣିବାରୁ ବାଧ୍ୟ ହୋଇ ଧାରଣାରେ ବସିଲେ ଲୋକେ । ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସିର ୧ ନମ୍ବର ୱାର୍ଡରେ । ଅଭିଯୋଗ ଅନୁଯାୟୀ ଏଠାରେ ଘରକୁ ନା ପାଇପ ଯୋଗେ ପାଣି ଦିଆଯାଉଛି, ନା ଟ୍ୟାଙ୍କର ଯୋଗେ ଆସୁଛି । ଅଭିଯୋଗ କଲେ ନିର୍ବାହୀ ଅଧିକାରୀ ସମାଧାନ କରୁନାହାନ୍ତି ବୋଲି ୧ ନମ୍ବର କାଉନସିଲର ଅଜୟ ଦିଗଲ କହିଛନ୍ତି । ପାଣି ନ ଆସିଲେ ଆଗକୁ ଆନେ୍ଦାଳନ ଜୋରଦାର ହେବ ବୋଲି ଦିଗଲ ଚେତାବନୀ ଦେଇଛନ୍ତି ।