୫ ଦିନ ଅତିପ୍ରବଳ ବର୍ଷା

ଅଗ୍ରସର ହେଉଛି ମୌସୁମୀ, ଜୁନ୍ରେ ଏପର୍ଯ୍ୟନ୍ତ ୫୭% ନିଅଣ୍ଟିଆ
ଭୁବନେଶ୍ୱର,୧୯ା୬(ବୁ୍ୟରୋ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେଉଛି । ବିଭିନ୍ନ ଅଞ୍ଚଳରେ ସକ୍ରିୟ ରହିଛି ପ୍ରାକ୍ ମୌସୁମୀ ବର୍ଷା । ଆଗାମୀ ୨-୩ ଦିନ ମଧ୍ୟରେ ଓଡ଼ିଶାର ଅନ୍ୟ ଅଞ୍ଚଳକୁ ମୌସୁମୀ ଅଗ୍ରସର ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ମୌସୁମୀ ଅଗ୍ରସର ପାଇଁ ପ୍ରାକ୍ ମୌସୁମୀ ବର୍ଷା ବାଟ ଫିଟାଉଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ (୭ ରୁ୧୧ ସେମି)ରୁ ଅତିପ୍ରବଳ ବର୍ଷା (୧୧ରୁ ୨ଠ ସେମି) ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ରବିବାର ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି ।
ଅନ୍ୟପକ୍ଷରେ ଜୁନ୍ ମାସରେ ବର୍ତ୍ତମାନ ସୁଦ୍ଧା ୫୭% ନିଅଣ୍ଟିଆ ବର୍ଷା ରେକର୍ଡ଼ କରାଯାଇଛି । ସୂଚନାନୁସାରେ, ଜୁନ୍ ମାସର ପ୍ରଥମ ୧୪ ଦିନରେ ରାଜ୍ୟରେ ୧୪.୧ ମିମି ବର୍ଷା ରେକର୍ଡ କରାଯାଇଥିଲା । ଯାହା ସ୍ୱାଭାବିକ ବର୍ଷା ୭ଠ.୮ ମିମି ତୁଳନାରେ ୮ଠ% ନିଅଣ୍ଟିଆ । ତେବେ ଗତ ୫ ଦିନ ମଧ୍ୟରେ ଅର୍ଥାତ୍ ୧୯ ତାରିଖ ସୁଦ୍ଧା ୨୩% ନିଅଣ୍ଟିଆ ଭରଣ ହୋଇଛି । ରବିବାର ସୁଦ୍ଧା ରାଜ୍ୟରେ ବର୍ଷାର ପରିମାଣ ୪୬.୯ ମିମି ରେକର୍ଡ଼ ହୋଇଛି, ଯାହା ୫୭% ନିଅଣ୍ଟିଆ ।
ଆଗାମୀ ୫ ଦିନ ପାଇଁ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୋମବାର-ମଙ୍ଗଳବାର ମଧ୍ୟରେ ବାଲେଶ୍ୱର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଜଗତସିଂହପୁର,
ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗିର ଆଦି ଜିଲ୍ଲାର କେତେକ ସ୍ଥାନରେ ଝଡ଼ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି । ସେହିପରି ଏହି ସମୟ ମଧ୍ୟରେ କନ୍ଧମାଳ, ଗଞ୍ଜାମ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ ଓ କଟକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ସେହିଭଳି ୨୧ରୁ ୨୨ ତାରିଖ ସୁଦ୍ଧା ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୁରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏଥିସହ ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ ଏବଂ ସମ୍ବଲପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୨୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ବର୍ଷା ଲାଗି ରହିବ । ତେବେ ୨୪ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଥିବାରୁ ବର୍ଷା ଜାରି ରହିପାରେ ।
ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସତର୍କତା ପରେ ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର ସଜାଗ କରିଛନ୍ତି । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନିକ କଳକୁ ପ୍ରସ୍ତୁତ ରଖିବାକୁ ନିଦେ୍ର୍ଦଶ ଦିଆଯାଇଛି ।
ପାଣିପାଗ ବିଭାର ସୂଚନାନୁସାରେ, ଗତ ୨୪ ଘଣ୍ଟାରେ ବାରିପଦାରେ ସର୍ବାଧିକ ୭୫ ମିମି ବର୍ଷା ରେକର୍ଡ଼ ହୋଇଛି । ସେହିପରି ଅନୁଗୁଳରେ ୭ଠ ମିମି, ସୋନପୁରରେ ୬୪.୪, ଝାରସୁଗୁଡ଼ାରେ ୩୨, ହୀରାକୁଦରେ ୨୭.୪, ସମ୍ବଲପୁରରେ ୨୩.୭, ଚାନ୍ଦବାଲି ଓ କଟକରେ ୧୩.୪ ମିମି ବର୍ଷା ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *