ଚାଇନା ବର୍ଡରରେ ଫଶିିଥିଲେ ୭ ଶ୍ରମିକ
ବ୍ରହ୍ମପୁର (ବୁ୍ୟରୋ): ଚାଇନା ବର୍ଡର ଟବଙ୍ଗରେ ଫଶି ରହିଥିବା ୭ଜଣଙ୍କୁ ଉଦ୍ଧାରକରି ଚର୍ଚ୍ଚାର ମୁଖପାତ୍ର ହୋଇଛନ୍ତି ସମାଜସେବୀ ପ୍ରମୋଦ ରାଉଳ । ସ୍ଥାନୟ ପ୍ରେସ୍ କ୍ଲବ୍ ଠାରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ସମାଜସେବୀ ଶ୍ରୀ ରାଉଳ ସୂଚନା ଦେଇଛନ୍ତି ।
ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ସାରୁ ଗ୍ରାମର ୭ଜଣ ଯଥାକ୍ରମେ ଗଙ୍ଗାଧର ସେଠୀ, ନବଘନ ଗୌଡ, ସୁଶାନ୍ତ ସେଠୀ, ଶିଶିର ଗୌଡ, ମୁନା ନାୟକ, ସୀମା ଦାସ, ବିଜୟ ସେଠୀ ପରିବାର ପୋଷଣ ପାଇଁ ଅନ୍ୟ ରାଜ୍ୟକୁ ବାହାରିଥିଲେ । ଗୌହଟିସ୍ଥିତ ଏକ ପ୍ରାଇଭେଟ କମ୍ପାନୀରେ କାମ କରିବା ଆଶା ନେଇ ଗଞ୍ଜାମ ଜିଲ୍ଲା ସାରୁ ଅଞ୍ଚଳର ୭ଜଣ ବ୍ୟକ୍ତି ଘରୁ ବାହାରି ଥିଲେ । ଉକ୍ତ କମ୍ପାନୀରେ କାର୍ଯ୍ୟରତ ସୁପରଭାଇଜର ଜଣକ କାମ ନ ଥିବା ଦର୍ଶାଇ ସେମାନଙ୍କୁ ନିକଟସ୍ଥ ଏକ କମ୍ପାନୀରେ କାମ ଦେବା ପାଇଁ ପ୍ରତିଶ୍ରୁତି ଦେଇ ଚାଇନା ବୋର୍ଡର ସ୍ଥିତ ଟବଙ୍ଗ ନାମକ ଏକ ସ୍ଥାନକୁ ନେଇ ଯାଇଥିଲେ । ଉକ୍ତ ଠକେଇ କମ୍ପାନୀର ଏକ ପ୍ରାଇଭେଟ୍ ଗାଡିରେ ୭ଜଣଙ୍କୁ ନିଆଯାଇଥିଲା । କିଛି ଦିନ କାମ କରିବା ପରେ ଉକ୍ତ କମ୍ପାନୀ କର୍ମଚାରୀମାନେ ଦେଖାଇଥିଲେ ନିଜ ଅସଲ ରୂପ । ଖାଇବା ପିଇବା ନ ଦେଇ ସେମାନଙ୍କୁ ଅକଥନୀୟ ଅତ୍ୟାଚାର କରିଆସୁଥିଲେ କମ୍ପାନୀ କର୍ମଚାରୀ । ଫେରିବା ପାଇଁ ବହୁ ଚେଷ୍ଟା କଲେ ମଧ୍ୟ ବାଟ ପାଇବାରେ ସକ୍ଷମ ହୋଇପାରୁ ନ ଥିଲେ । ଶେଷରେ ଗତ ମାସ ଅର୍ଥାତ୍ ମେ’ ୨୯ତାରିଖରେ କୌଶଳକ୍ରମେ ନିଜ ଗ୍ରାମର ଅରୁଣ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରି ସମସ୍ତ ଘଟଣା ବିଷୟରେ ଅବଗତ କରାଇଥିଲେ । ମରଣମୁଖରୁ ଉଦ୍ଧାର କରିବା ପାଇଁ ଆକୁଳ ନିବେଦନ ମଧ୍ୟ କରିଥିଲେ । ଏହି ଘଟଣାକୁ ନେଇ ଅରୁଣ ପାତ୍ର ସମାଜସେବୀ ତଥା ଅନ୍ତର୍ଜାତୀୟ ମାନବ ଅଧିକାରୀ କାଉନ୍ସିଲର ତଥା ବରୁରେଶ୍ୱର ନୀଳାଦ୍ରି ଫାଉଣ୍ଡେସନର ପ୍ରତିଷ୍ଠାତା ପ୍ରମୋଦ ରାଉଳଙ୍କ ସହ ଆଲୋଚନା କରିଥିଲେ । କରୋନା ମହାମାରୀ ସମୟରେ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରି ଆଇଏଚ୍ଆର୍ସି ବାବାସାହେବ ଆମ୍ବେଦକର ନୋବେଲ ଆୱାର୍ଡ ପାଇଥିବା ଶ୍ରୀ ରାଉଳ ଘଟଣାକୁ ଗମ୍ଭୀରତାର ସହ ନେଇ ବରୁଣେଶ୍ୱର ନୀଳାଦ୍ରି ଫାଉଣ୍ଡେସନ ଜରିଆରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ । ଟବଙ୍ଗରେ ଫଶିଥିବା ସଂପୃକ୍ତ ୭ ଶ୍ରମିକଙ୍କ ସହ ଯୋଗାଯୋଗ କରି ଉକ୍ତ କମ୍ପାନୀର ଏକ ଅଫିସ୍ ମୁମ୍ବାଇସ୍ଥିତ କଞ୍ଜୁରମାର୍ଗରେ ଥିବା ଜାଣିବାକୁ ପାଇଥିଲେ । ଉକ୍ତ ଅଫିସ୍ ସହ ଯୋଗାଯୋଗ କରି ଯଥାଶୀଘ୍ର ସଂପୃକ୍ତ ଶ୍ରମିକଙ୍କୁ ଛାଡିବା ପାଇଁ କହିଥିଲେ । ନଚେତ୍ କିଛି ସମୟ ମଧ୍ୟରେ ଉକ୍ତ କମ୍ପାନୀର ସମସ୍ତ କମ୍ପାନୀକୁ ସିଲ୍ କରିବା ପାଇଁ କଡା ନିଦେ୍ର୍ଦଶ ଦେଇଥିଲେ ।
ଶ୍ରୀ ରାଉଳଙ୍କ ନିଦେ୍ର୍ଦଶରେ କମ୍ପାନୀ କର୍ମଚାରୀ ମେ’ ୨୯ତାରିଖରେ ସେମାନଙ୍କୁ ଗୌହଟିରେ ଛାଡ଼ି ଦେଇଥିଲେ । ଗୌହାଟିରୁ ସେମାନଙ୍କୁ ଟ୍ରେନ୍ ଯୋଗେ ମୁମ୍ବାଇ ପରେ ନିଜ ଗ୍ରାମକୁ ଫେରଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଶ୍ରୀ ରାଉଳ । ସମାଜସେବୀ ପ୍ରମୋଦ ରାଉଳଙ୍କ ମହନୀୟତାକୁ ନେଇ କେବଳ ଗଞ୍ଜାମ ନୁହେଁ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି ।