ଶିକୁଳିରେ ବନ୍ଧା ୨୬ ବର୍ଷର ଯୁବକ

ପ୍ରହସନ ପାଲଟିଛି ଜନଅଭିଯୋଗ ଶୁଣାଣି
ଢେଙ୍କାନାଳ (ଆପ୍ର): ଢେଙ୍କାନାଳଜିଲ୍ଳା ଓଡାପଡା ବ୍ଲକ ବିଡୋ ପଞ୍ଚାୟତ ମାଳିବିଡୋ ଗ୍ରାମରେ ଜନୈକ ଯୁବକ ମାନସିକ ବିକୃତି ଯୋଗୁ ଦୀର୍ଘ ୮ ବର୍ଷ ହେବ ଶିକୁଳିରେ ବନ୍ଧାହୋଇ ରହିଛି । ରୋଜଗାରିଆ ପୁଅ ମାନସିକ ରୋଗରେ ଆକ୍ରାନ୍ତ ହେବା ପରେ ପରିବାରବର୍ଗ ହତାଶ ହୋଇପଡିଛନ୍ତି ।
ଓଡାପଡା ବ୍ଲକ୍ ବିଡୋ ପଞ୍ଚାୟତ ମାଳିବିଡୋ ଗ୍ରାମର ୨୬ ବର୍ଷର କବିରାଜ ଦାସ ନାମକ ଯୁବକ ପ୍ରାୟ ୮ବର୍ଷ ହେବ ଶିକୁୁଳିରେ ବନ୍ଧା ହୋଇ ରହିଛନ୍ତି । ମାନସିକ ରୋଗଗସ୍ତ ପୁଅର ଯତ୍ନ ବିଧବା ମାଆଙ୍କ ଉପରେ ପଡିଛି । ଓଡାପଡା ବ୍ଲକ ମାଳିବିଡୋ ଗ୍ରାମର ପନ୍ଦାରି ଦାସ ପରଜଙ୍ଗ ବ୍ଲକ୍ ବସୋଇ ଗ୍ରାମରେ ବିବାହ କରିଥିଲେ । ସ୍ୱାମୀ ଚାଲିଯିବା ପରେ ୨ପୁଅଙ୍କୁ ନେଇ ବହୁତ ଦୁଃଖରେ ଚଳୁଥିଲେ । ସାନ ପୁଅ କବିରାଜ ଦାସ ହଠାତ୍ ମାନସିକ ରୋଗରେ ଆକ୍ରାନ୍ତ ହେବାରୁ ପରିବାର ବେସାହାର ହୋଇ ନିଜ ବାପଘର ମାଳିବିଡୋ ଗ୍ରାମକୁ ଚାଲି ଆସିଥିଲେ । ଏବେ ୮ ବର୍ଷ ହେଲା ହାତ ଗୋଡ଼ରେ ଶିକୁଳିରେ ବନ୍ଧା ହୋଇ ରହିଛି । ସରକାରଙ୍କ ତରଫରୁ ମାଆକୁ ମାସିକ ୫ ଶହ ଟଙ୍କା ଭତ୍ତା ମିଳୁଥିବାବେଳେ ରାସନ କାର୍ଡରେ ମାସକୁ ୧୦ କେଜି ଚାଉଳ ମିଳୁଛି । ପୁଅକୁ ନେଇ ବିଧବା ମାଆ ମାନସିକ ଭାରସାମ୍ୟ ହରାଇଥିବା ବେଳେ ଅର୍ଥ ଅଭାବରୁ ପୁଅର ଚିକିତ୍ସାକରିପାରୁନଥିବାର ପ୍ରକାଶ କରିଛନ୍ତି । ପୁଅକୁ ଶିକୁଳି ଖୋଲିଦେଲେ ସେ ମାନସିକ ବିକୃତି ଯୋଗୁ ବିଶୃଙ୍ଖଳା ସୃଷ୍ଟି କରୁଛି । ଗୋଟିଏଘରେ ରହି ସେହି ଠାରେ ଝାଡା ପରିଶ୍ରା କରୁଥିବାବେଳେ ଅସ୍ୱାସ୍ଥ୍ୟକର ପରିବେଶରେ ଜୀବନ ବିତୁଛି । ଏହାକୁ ନେଇ ଓଡାପଡା ବ୍ଲକ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାର ଜଣାପଡିଛି । ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ବିଧବା ବୃଦ୍ଧା ନିବଦେନ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *