ଡାକ୍ତରଙ୍କ ଅବହେଳାରୁ ଝିଅର ଜୀବନ ଗଲା

ପୁଣି ଚର୍ଚ୍ଚାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ
ପୁରୀ (ବୁ୍ୟରୋ): କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ସମସ୍ତଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି ଅନେକ ଯୋଜନା ପ୍ରଣୟନ କରିଛନ୍ତି । ଏପରିକି ସେମାନଙ୍କ ଲାଗି ମଧ୍ୟ ସ୍ୱାସ୍ଥ୍ୟକାର୍ଡ ମଧ୍ୟ ଘୋଷଣା କରାଯାଇଛି । ହେଲେ ବାସ୍ତବରେ ଚିକିତ୍ସାଳୟରେ ରୋଗୀଙ୍କୁ ଉତ୍ତମ ଚିକିତ୍ସା ମିଳୁଛି କି ନାହିଁ ତାହା ଦେଖିବାକୁ କେହି ନାହାନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ବାରମ୍ବାର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳା ଯୋଗୁ ରୋଗୀମାନେ ମୁତୁ୍ୟବରଣ କରୁଥିବା ନଜିର ରହିଛି । ଫଳରେ ସବୁବେଳେ ମୁଖ୍ୟଚିକିତ୍ସାଳୟ ଚର୍ଚ୍ଚାରେ ରହି ଆସିଛି । ମାତ୍ର ଏହାକୁ ସୁଧାରିବାରେ ସଫଳ ହୋଇପାରୁନାହାନ୍ତି ଜିଲ୍ଲାପାଳ କି ସ୍ୱାସ୍ଥ୍ୟବିଭାଗ ।
ପ୍ରକାଶ ଯେ, ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଦେଓପୁରଗ୍ରାମ ଲେଙ୍କା ସାହିର ସୁରେଶ ଚନ୍ଦ୍ର ମଲ୍ଲିକଙ୍କ ଝିଅ ବର୍ଷା ମଲ୍ଲିକ (୧୬)କୁ ରବିବାର ସକାଳେ ଏକ ସାପ କାମୁଡ଼ି ଥିଲା । ବର୍ଷାଙ୍କୁ ପ୍ରଥମେ ସତ୍ୟବାଦୀ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତରଖାନାରେ ବର୍ଷାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା କରାଯାଇ ନ ଥିଲା । ବିଳମ୍ବରେ ଡାକ୍ତର ଆସି ଚିକିତ୍ସା କଲାବେଳକୁ ବର୍ଷାଙ୍କ ମୁତୁ୍ୟ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ତେବେ ବର୍ଷାର ମୁତୁ୍ୟକୁ ସହଜରେ ଗ୍ରହଣ କରି ପାରି ନ ଥିଲେ ପରିବାର । ଏହାକୁ ନେଇ ମେଡିକାଲ୍ ପରିସରରେ ଉତ୍ତେଜନା ଦେଖା ଦେଇଥିଲା ।
ସୁରେଶଙ୍କ ଅଭିଯୋଗ ଅନୁଯାୟୀ, ମୋ ଝିଅ ମେଡିକାଲ୍ରେ ଭର୍ତ୍ତି ହେବା ସମୟରେ ଠିକ୍ଠାକ୍ ଥିଲା । ହେଲେ ସଙ୍ଗେ ସଙ୍ଗେ ଚିକିତ୍ସା କରିଥିଲେ ଝିଅର ମୃତୁ୍ୟ ହୋଇ ନ ଥାନ୍ତି । ଚିକିତ୍ସା ଅବହେଳାରୁ ଝିଅର ମୁତୁ୍ୟ ହୋଇଥିବା ସେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ କୁମ୍ଭାରପଡ଼ା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ବାରମ୍ବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳାରୁ ଅନେକ ରୋଗୀ ମୁତୁ୍ୟ ହେବାର ଅଭିଯୋଗ ହୋଇଥିଲେ ସୁଦ୍ଧା ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *