୨ ବର୍ଷ ପରେ ଭକ୍ତ ଗହଣରେ ରଥଯାତ୍ରା

ଭୁବନେଶ୍ୱର/ପୁରୀ,୧୮ା୬(ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପ୍ରସ୍ତୁତି ପାଇଁ ସ୍ୱତନ୍ତ୍ର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ରଥାଯାତ୍ରା ଯେପରି ଶାନ୍ତିଶୃଙ୍ଖଳା ସହିତ ସୁରୁଖୁରୁରେ ଅନୁଷ୍ଠିତ ହେବ, ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ଦୁଇ ବର୍ଷ ପରେ ଭକ୍ତମାନଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ମୁଖ୍ୟମନ୍ତ୍ରୀ ଏଥିରେ ଖୁସି ପ୍ରକାଶ କରି କହିଛନ୍ତି ଯେ ଏବର୍ଷ ବହୁତ ଅଧିକ ଭକ୍ତ ଆସିବେ । ତେଣୁ ସବୁପ୍ରକାର ଆଗୁଆ ବନେ୍ଦାବସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସମସ୍ତେ ଯେପରି ଭଲ ଅନୁଭବ ନେଇ ଫେରିବେ, ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ସେ କହିଛନ୍ତି ।
କୋଭିଡ୍ ସମୟରେ ରଥଯାତ୍ରା ପରିଚାଳନାରେ ସେବାୟତ ବନ୍ଧୁମାନେ ଯେପରି ସହଯୋଗ କରିଥିଲେ, ନିଜେ ରଥକୁ ଟାଣି ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇଥିଲେ, ସେଥିପାଇଁ ସେ ସେବାୟତ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ବୈଠକରେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ ରଥଯାତ୍ରା ପ୍ରସ୍ତୁତି ସଂପର୍କରେ ବିଭିନ୍ନ ନିଷ୍ପତ୍ତି ଏବଂ ଏହାର ଅନୁପାଳନ ସଂପର୍କରେ ସୂଚନା ଦେଇଥିଲେ । ଉନ୍ନୟନ କମିଶନର ପି.କେ. ଜେନା ରଥାଯାତ୍ରା ପାଇଁ ନିଆଯାଇଥିବା ସମସ୍ତ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ପୁଲିସ ମହାନିଦେ୍ର୍ଦଶକ ସୁନିଲ ବଂଶଲ ଆଇନ ଶୃଙ୍ଖଳା ବ୍ୟବସ୍ଥା, ପରିଚାଳନା ଓ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଥିଲେ । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ସ୍ୱାଗତ ଭାଷଣ ଦେଇଥିଲେ ଏବଂ କେନ୍ଦ୍ରାଞ୍ଚଳ ଆର.ଡି.ସି ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ ଅମାତ୍, ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର, ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ପୁରୀ ସାଂସଦ ପିନାକୀ ମିଶ୍ର ଓ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପ୍ରମୁଖଙ୍କ ସହିତ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ ପୁରୀ ଜିଲ୍ଲାପାଳ, ସେବାୟତ ଓ ଛତିଶା ନିଯୋଗର ସଦସ୍ୟମାନେ ଯୋଗ ଦେଇଥିଲେ ।
ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ରଥଯାତ୍ରା ପ୍ରସ୍ତୁତି ସର୍ମ୍ପକରେ ସୂଚନା ଦେଇଥିଲେ । ଦୁଇବର୍ଷ ପରେ ଭକ୍ତଙ୍କ ଗହଣକୁ ମହାପ୍ରଭୁ ଆସୁଥିବାରୁ ଚଳିତବର୍ଷ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ସବୁ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଭକ୍ତଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଆଗରେ ରଖି ବଡଦାଣ୍ଡ ଓ ବିଭିନ୍ନ ସ୍ଥାନରେ ୨୦ଟି ଆଶୁଚିକିସôା କେନ୍ଦ୍ର ଖୋଲାଯିବ । ଗୁଣ୍ଡିଚାଠାରୁ ନିଳାଦି୍ରବିଜେ ପର୍ଯ୍ୟନ୍ତ ସହରର ବିଭିନ୍ନ ଡାକ୍ତରଖାନା ଓ ଚିକିସôାକେନ୍ଦ୍ରରେ ଅତିରିକ୍ତ ୨୩୩ଜଣ ଡାକ୍ତର ନିୟୋଜିତ ହେବେ । ଯାତ୍ରା ସମୟରେ ବ୍ୟାପକ ଫୁଡ୍ ଷ୍ଟଲ ଖୋଲୁଥିବାରୁ ଖାଦ୍ୟର ମାନଯାଞ୍ଚ ପାଇଁ ୬ଜଣ ଫୁଡ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ମହାପ୍ରଭୁଙ୍କ ଯାତ୍ରା ସମୟରେ ଗ୍ରୀଷ୍ମ ପ୍ରବାହ ଅଧିକ ରହିବାର ସମ୍ଭାବନା ରହିଥିବାରୁ ଏହାର ମୁକାବିଲା ପାଇଁ ଦୁଇଟି ହିଟ୍ ଷ୍ଟ୍ରୋକ୍ ରୁମ୍, ଷ୍ଟ୍ରେଚର, ଆମ୍ବୁଲାନ୍ସ, ଆବଶ୍ୟକ ମେଡିସିନ୍ସ ଓ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ । ସେହିଭଳି ଜିଲ୍ଲା ମୁଖ୍ୟଚିକିସôାଳୟରେ ୨୦୦ ୟୁନିଟ୍ ବ୍ଲଡ୍ ମହଜୁଦ ରଖାଯିବ । ଅନ୍ୟପକ୍ଷରେ ବଡଦାଣ୍ଡରେ ବିଭିନ୍ନ ସ୍ଥାନରେ ୩୦ଟି ଟ୍ୟାଙ୍କର, ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ସମସ୍ତ ନଳକୂପ ବିଶୋଧନ, ନିରବଚ୍ଛିନ୍ନ ବିଦୁ୍ୟତ୍ ଯୋଗାଣ, ନାଳନର୍ଦ୍ଦମା ସଫେଇ, ବର୍ଷା ହେଲେ ଜଳ ନିଷ୍କାସନ ପାଇଁ ଆଧୁନିକ ମୋଟର ପମ୍ପ ରଖାଯିବ । ସେହିଭଳି ରଥଯାତ୍ରା ସମୟରେ ପୁରୀକୁ ୧୩୭ଟି ଟ୍ରେନ୍ ଚଳାଚଳ କରିବ । ସେହିପରି ରାଜ୍ୟ ପୁଲିସ ମହାନିଦେ୍ର୍ଦଶକ ସୁନିଲ କୁମାର ବଂଶଲ କହିଥିଲେ, ସ୍ନାନ ପୂର୍ଣ୍ଣିମା ପରି ରଥଯାତ୍ରାରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର ସହ ବଡଦାଣ୍ଡରେ ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯିବ । ରଥ ନିର୍ମାଣ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇ କହିଥିଲେ ରଥ ନିର୍ମାଣ, ନୀତି ନିର୍ଘଣ୍ଟ ଓ ପୂର୍ତ୍ତ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବରେ ସୂଚନା ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *