୨୨ ଯାଏ ବର୍ଷା ୱାର୍ଣ୍ଣିଂ

୩ ଦିନରେ ଆଉ କିଛି ଅଂଶ ଛୁଇଁବ ମୌସୁମୀ
ଭୁବନେଶ୍ୱର,୧୭ା୬(ବୁ୍ୟରୋ): ଗୁରୁବାର ଓଡ଼ିଶାକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ପର୍ଶ କରିବା ପରେ ଶୁକ୍ରବାର କେତେକ ସ୍ଥାନରେ ବର୍ଷା ହୋଇଛି । ଫଳରେ ତାତିରେ ଆଉଟୁପାଉଟୁ ହେଉଥିବା ଜନଜୀବନ ଏବେ ସାମୟିକ ଆଶ୍ୱସ୍ତି ଲାଭ କରିଛି । ମୌସୁମୀର ଉତ୍ତର ସୀମା ଏବେ ଓଡ଼ିଶାର ଭବାନୀପାଟଣାକୁ ଛୁଇଁଛି । ଆସନ୍ତା ୩ ଦିନରେ ମୌମୁମୀ ଆହୁରି ଅଗ୍ରସର ହୋଇ ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ଼ର ଆଉ କିଛି ଅଂଶ, ଆନ୍ଧ୍ର ପ୍ରଦେଶର ଅବଶିଷ୍ଟ ଅଂଶ ଛୁଇଁବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଶୁକ୍ରବାର ରାଜଧାନୀ ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ବିଶେଷ ଭାବେ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ଭଲ ବର୍ଷା ହୋଇଛି । ଆଗାମୀ ୨୨ ତାରିଖ ଯାଏ ବର୍ଷା ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଶନିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, କନ୍ଧମାଳ, ବୌଦ୍ଧ, ସୋନପୁର, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ବଲାଙ୍ଗିର ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ଆଗାମୀ ୪-୫ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନଥିବା କୁହାଯାଇଛି । ଗତ ୨୪ ଘଣ୍ଟାରେ ଫୁଲବାଣୀରେ ୪୧.୨ ମିମି ବର୍ଷା ରେକର୍ଡ଼ ହୋଇଥିବାବେଳେ ନୟାଗଡ଼ରେ ୨୯ ମିମି ଏବଂ ଯାଜପୁରରେ ୧୯ ମିମି ବର୍ଷା ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *