ଆସାମ-ମେଘାଳୟରେ ପ୍ରଳୟଙ୍କରୀ ବନ୍ୟା
ଗୌହାଟୀ/ ସିଲଂ/ ଇଟାନଗର (ଏଜେନ୍ସି): ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରିସ୍ଥିତି ଦିନକୁ ଦିନ ଭୟାବହ ରୂପ ଧାରଣ କରିବାରେ ଲାଗିଛି । ଗତ ୨ ଦିନ ମଧ୍ୟରେ ଆସାମ ଏବଂ ମେଘାଳୟରେ ୩୧ ଜଣଙ୍କ ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ସେହିପରି ଆସାମର ୨୮ଟି ଜିଲ୍ଲାର ୧୯ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୧ ଲକ୍ଷ ଲୋକ ରିଲିଫ କ୍ୟାମ୍ପରେ ରହିଛନ୍ତି । ମେଘାଳୟରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଅନେକଙ୍କ ଘରଦ୍ୱାର ସମ୍ପୂର୍ଣ୍ଣ ଧୋଇଯାଇଥିବା ବେଳେ ରାସ୍ତାଘାଟ ଜଳାର୍ଣ୍ଣବ ହୋଇପଡିଛି । ସେହିପରି ତ୍ରିପୁରାର ଅଗରତାଲାରେ ଲଗାଣ ବର୍ଷା ୬ଠବର୍ଷର ପୁରୁଣା ରେକର୍ଡଙ୍କୁ ଭଙ୍ଗ କରିଛି । ସହରରେ ମାତ୍ର ୬ ଘଣ୍ଟା ମଧ୍ୟରେ ୧୪୫ ମିମି ବର୍ଷା ରେକର୍ଡ କରାଯାଇଛି । ଅରୁଣାଚଳରେ ମଧ୍ୟ ଲଗାଣ ବର୍ଷା ଜନଜୀବନକୁ ପ୍ରଭାବିତ କରିଛି ।