ମୁଖ୍ୟ ଚିକିତ୍ସାଳୟ ସୁନେତ୍ର ଯୋଜନାରେ ଦୁର୍ନୀତି

ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଗତ ୨୦୧୭-୧୮ ମସିହାରେ ହୋଇଥିବା ଏକ ବଡ଼ ଦୂର୍ନୀତିରେ ଦୀର୍ଘ ଦିନ ପରେ ଏହାର ତଦନ୍ତ ପେଡ଼ି ପୁଣି ଖୋଲିଛି । ରାଜ୍ୟ ଲୋକାୟୁକ୍ତରେ କେସ୍ ନମ୍ବର ୨୯୭/୨୦୨୧ରେ ମାମଲା ପହଞ୍ଚିବା ପରେ ଲୋକାୟୁକ୍ତ ଏହାର ତଦନ୍ତ ଭାର କଟକ ଭିଜିଲାନ୍ସ ବିଭାଗକୁ ହସ୍ତାନ୍ତର କରିଛି । ଯାହାକି ଭିଜିଲାନ୍ସ ବିଭାଗ ଫାଇଲ ନମ୍ବର ୨୩ରେ ତଦନ୍ତ କରାଯାଇ ଆସନ୍ତା ସୋମବାର ସୁଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏହାର ସମସ୍ତ ତଥ୍ୟ ପ୍ରଦାନ କରିବାପାଇଁ ନିଦେ୍ର୍ଦଶ ଜାରି ହୋଇଛି । ପ୍ରକାଶ ଥାଉ ଯେ ୨୦୧୭-୧୮ ମସିହାରେ ରାଜ୍ୟ ସରକାରଙ୍କ ସୁନେତ୍ର ଯୋଜନାରେ ମାଗଣା ଚକ୍ଷୁ ଅସ୍ତ୍ରୋପଚାର ଆରମ୍ଭ କରାଯାଇଥିଲା । ଯେଉଁଥିରେ କି ଜଣେ ବ୍ୟକ୍ତିର ଅସ୍ତ୍ରୋପଚାର କୌଣସି ଚିକିତ୍ସାଳୟରେ କରାଗଲେ ଉକ୍ତ ବ୍ୟକ୍ତି ନିମନ୍ତେ ଚିକିତ୍ସାଳୟକୁ ୨୦୦୦ଟଙ୍କା ରାଜ୍ୟ ସରକାରଙ୍କ ଠାରୁ ପ୍ରଦାନ କରିବାର ଥିଲା । ଢେଙ୍କାନାଳର କଳିଙ୍ଗ ଓ ସାଇଶ୍ରୀ ଚକ୍ଷୁ ହସ୍ପିଟାଲ ଏଥିରେ ସାମିଲ ହୋଇଥିଲେ । ମାତ୍ର କିଛି ଅସାଧୁ କର୍ମଚାରୀଙ୍କୁ ମେଣ୍ଟ କରାଇ ଘରୋଇ ଚକ୍ଷୁ ହସ୍ପିଟାଲମାନେ ୪୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଚଞ୍ଚକତା କରିଥିିବାର ପର୍ଦ୍ଦାଫାସ ହୋଇଥିଲା । ଏଥିରେ ମୁଖ୍ୟ ଚିକିତ୍ସାଳୟର କର୍ମଚାରୀମାନେ ସଂଶ୍ଳିଷ୍ଟ ଥିବାନେଇ ଅନ୍ୟତ୍ର ବଦଳି କରାଯାଇଥିଲା । ପର ମୁହୂର୍ତ୍ତରେ ଉକ୍ତ ଘଟଣାକୁ ମେଡିକାଲ ତରଫରୁ ଏକ ୩ ଜଣିଆ କମିଟି ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ଅଦ୍ୟାବିଧି ତଦନ୍ତ ଚାଲୁଥିବା ବେଳେ ଭିଜିଲାନ୍ସ ତଦନ୍ତ ଭାର ବହନ କରିବା ଘଟଣା ସମ୍ପର୍କରେ ବର୍ତ୍ତମାନ ମୁଖ୍ୟ ଚିକିତ୍ସାଧିକାରୀ ଢେଙ୍କାନାଳରେ ତାଙ୍କର ଯୋଗଦାନର ଅଳ୍ପ ଦିନ । ଦୂର୍ନୀତି ସମ୍ପର୍କରେ ବିଶେଷ ତଥ୍ୟ ଜାଣି ନଥିବା ପ୍ରକାଶ କରି ଭିଜିଲାନ୍ସଙ୍କର ଚିଠି ମାଧ୍ୟମରେ ବିଭାଗୀୟ କର୍ମଚାରୀମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଡାଟାବେଶ ତିଆରି କରିବାପାଇଁ ନିଦେ୍ର୍ଦଶ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *