ଅଲାରନାଥ ପୀଠରେ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ଼

ବ୍ରହ୍ମଗିରି (ଆପ୍ର): ଅଣସରର ଚତୁର୍ଥ ଦିନରେ ଶ୍ରୀଅଲାରନାଥ ପୀଠରେ ଶାନ୍ତି ଶୃଙ୍ଖଳାରେ ଦର୍ଶନ ଚାଲିଛି । ଗତ ଦୁଇଦିନ ଅପେକ୍ଷା ଆଜି ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ି ପ୍ରାୟ ୨୫ ହଜାର ହେବ ବୋଲି ଅନୁମାନ କରାଯାଇଛି । ଆଜି ରାତି ସାଢ଼େ ୪ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ମଙ୍ଗଳ ଆଳତୀ, ଅବକାଶ, ଅଣସରବେଶ, ଚନ୍ଦନ ତୁଳସୀ ଲାଗି, ବହ୍ଲଭ ଓ ସର୍ବସାଧାରଣ ଦର୍ଶନ ହୋଇଥିଲା । ସକାଳ ଧୂପ, ଦ୍ୱିପ୍ରହର ଧୂପରେ କେବଳ ଖିରି ପ୍ରସାଦ ଭୋଗ ହୋଇ ଦିନ ସାଢ଼େ ୧୨ଟାରେ ପହଡ଼ ପଡ଼ିଥିଲା । ପୁନର୍ବାର ଦିନ ୧ଟାରେ ଚିଆଁ ପହୁଡ଼ ହୋଇ ସର୍ବସାଧାରଣ ଦର୍ଶନ ହୋଇଥିଲା । ଦ୍ୱିପ୍ରହରରେ ଶ୍ରୀଜିଉଙ୍କର ବିଶ୍ୱପ୍ରସିଦ୍ଧ ଖିରି ଓ ଅବଢ଼ା ପ୍ରସାଦ ବିଶେଷ ଭାବେ କିଣାବିକା ହୋଇଥିବା ଦେଖିବାକୁ ମିଳିଛି । ଶନିବାର ପ୍ରବଳ ଗୁଳୁଗୁଳିକୁ ଆଖିରେ ରଖି ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଥଣ୍ଡା ପାଣି ଯୋଗାଇ ଦିଆଯାଇଥିବା ବେଳେ ମନ୍ଦିରର ଆନନ୍ଦ ବଜାରରେ ଥିବା ଟଙ୍କ ତୋରାଣୀ ନିକଟର ଅଧିକ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା । ଅନ୍ୟାନ୍ୟ ନୀତି ବଢ଼ି ରାତି ୧୧ଟାରେ ବଡ଼ସିଂହାର ବେଶ ହେବା ପରେ ପହୁଡ଼ ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *