ଗାଁଲୋକଙ୍କ ସହ ମିଶିପାରିବେ ବାସନ୍ଦ ପରିବାର

ତ୍ରିପାକ୍ଷିକ ବୈଠକରେ କାଇଁଚପୁର କଳି ସମାଧାନ
ଗଞ୍ଜାମ(ଆପ୍ର): ଗଞ୍ଜାମ ଥାନା କାଇଁଚପୁରର କୈବର୍ତ୍ତ କୂଳ କିଛି ପରିବାରଙ୍କୁ ସାମାଜିକ ବାସନ୍ଦ ନେଇ ଏସ୍ପିଙ୍କ ନିକଟରେ ଅଭିଯୋଗ ପ୍ରସଙ୍ଗକୁ ନେଇ ଗଞ୍ଜାମ ପୁଲିସ ପକ୍ଷରୁ ଅନୁଷ୍ଠିତ ଏକ ତ୍ରିପାକ୍ଷିକ ବୈଠକ ହୋଇଛି । ଏସ୍ପି ବ୍ରିଜେଶ କୁମାର ରଏଙ୍କ ନିଦେ୍ର୍ଦଶ କ୍ରମେ ଗଞ୍ଜାମ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଥାନାରେ ଆୟୋଜିତ ବୈଠକରେ ସାମାଜିକ ବାସନ୍ଦ ସମସ୍ୟାରେ ସମାଧାନ ହୋଇଛି । ଅଭିଯୋଗକାରୀ ଆଗାମୀ ଦିନରେ ଗ୍ରାମବାସୀଙ୍କ ସହ ସହଭାଗିତାରେ ସାମାଜିକ ଓ ମାଙ୍ଗଳିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଆର୍ ଭାଗିରଥି ରେଡ୍ଡି, ପୂର୍ବତନ ସରପଞ୍ଚ ଜି.ସନ୍ତୋଷ ରେଡ୍ଡÿି, ଏସ୍ଆଇ ଅଜିତ କୁମାର ପରିଡ଼ା, ନାରାୟଣ କଅଁର ପ୍ରମୁଖଙ୍କ ସହ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।
ସୂଚନା ଥାଉ କି କାହ୍ନୁ ବେହେରା, ନରେନ୍ଦ୍ର ବେହେରା, ସୁଦାମ ବେହେରା, ଅନୀଲ ବେହେରା, ରାମଚନ୍ଦ୍ର ବେହେରା, ନିରଞ୍ଜନ ବେହେରା, ପ୍ରକାଶ ବେହେରା, ଦଣ୍ଡାସୀ ବେହେରା ପ୍ରମୁଖଙ୍କ ସମେତ ଆଉ କିଛି ପରିବାର ଗାଁରେ ଦୀର୍ଘ ବର୍ଷ ହେଲା ବାସନ୍ଦ ହୋଇଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଏନେଇ ଜିଲ୍ଲା ପରିଷଦ ସଭ୍ୟ ତଥା ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲା କୈବର୍ତ୍ତ ମହାସଂଘ ସଭାପତି ସନାତନ ବେହେରା ତାଙ୍କ ନାମରେ ଏସ୍ପିଙ୍କ ନିକଟରେ ଯେଉଁ ଅଭିଯୋଗ ହୋଇଥିଲା ତାହା ଭିତ୍ତିହୀନ ଓ ସେଥିରେ କୌଣସି ସତ୍ୟତା ନାହିଁ ବୋଲି ସୂଚନା ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *