ଲଞ୍ଚ୍ କଲା ତୃତୀୟ ଯୁଦ୍ଧପୋତ ଫୁଜିଆନ୍

କ୍ରମାଗତ ନୌସେନା ଶକ୍ତି ବଢ଼ାଉଛି ଚୀନ୍
ବେଜିଙ୍ଗ (ଏଜେନ୍ସି): ଚୀନ୍ କ୍ରମାଗତ ଭାବେ ଭାରତ ଏବଂ ଆମେରିକାର ଚିନ୍ତା ବଢ଼ାଇବାରେ ଲାଗିଛି । ସେନା ଏବଂ ବାୟୁସେନା ପରେ ଏହା ଏବେ ନୌସେନାର ଶକ୍ତି ତୀବ୍ର ଗତିରେ ବୃଦ୍ଧି କରିବାରେ ଲାଗିଛି । ଏହି କ୍ରମରେ ଶୁକ୍ରବାର ଚୀନ୍ ତୃତୀୟ ବିମନବାହକ ଫୁଜିଆନ୍ ଲଞ୍ଚ କରିଛି । ଚୀନ୍ର ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପୂର୍ବ ଉପକୂଳବର୍ତ୍ତୀ ଫୁଜିଆନ୍ ନାମରେ ତୃତୀୟ ବିମାନ ପରିବହନକାରୀଙ୍କୁ କାର୍ଯ୍ୟକ୍ଷମ କରାଯାଇଛି ।
କୋଭିଡ୍-୧୯ ପାଇଁ ଶଂଘାଇରେ ଲକ୍ଡାଉନ୍ କାରଣରୁ ଚୀନ୍ର ତୃତୀୟ ବିମାନ ପରିବହନକାରୀ ବିମାନ ଉଡ଼ାଣ ଦୁଇ ମାସ ବିଳମ୍ବ ହୋଇଥିଲା । ପିପୁଲ୍ସ ଲିବରେସନ୍ ଆର୍ମି ନୌସେନା (ପିଏଲ୍ଏଏନ୍୍)ର ୭୩ତମ ବାର୍ଷିକୀ ଅବସରରେ ଏହା ୨୩ ଏପ୍ରିଲରେ କାର୍ଯ୍ୟକ୍ଷମ ହେବ । ସୂଚନାନୁସାରେ, ଚୀନ୍ର ପ୍ରଥମ ବିମାନ ପରିବହନକାରୀ ଲିଆଓନିଂ ହେଉଛି ସୋଭିଏତ୍ ଯୁଗ ଜାହାଜର ଏକ ବିଶୋଧିତ ସଂସ୍କରଣ, ଯାହା ୨୦୧୨ରେ କାର୍ଯ୍ୟକ୍ଷମ ହୋଇଥିଲା । ପରେ ୨୦୧୯ରେ ଦ୍ୱିତୀୟ ବିମାନ ପରିବହନକାରୀ ‘ଶାଣ୍ଡୋଙ୍ଗ’ ଲଞ୍ଚ କରାଯାଇଥିଲା, ଯାହା ସ୍ୱଦେଶରେ ନିର୍ମିତ ହୋଇଥିଲା ।
ଚୀନ୍ର ନୂତନ ଯୁଦ୍ଧ ଜାହାଜ ପ୍ରଥମ ଡ୍ରୋନ୍ ବିମାନବାହକ ବୋଲି କୁହାଯାଉଛି । ଏହି ଜାହାଜରେ ମାନବ ବିହୀନ ଡଙ୍ଗା, ଡ୍ରୋନ୍ ଏବଂ ପାଣି ତାଳେ ଚାଲଉଥିବା ଯାନ ସହିତ ୫୦ଟି ମାନବ ବିହୀନ ସିଷ୍ଟମ ରହିପାରିବ । ନୂତନ ବିମାନବାହକ ନିର୍ମାଣ ସହିତ ଚୀନ୍ ନିଜର ନୌସେନାକୁ ଶୀଘ୍ର ଆଧୁନିକୀକରଣ କରୁଛି । ଚାଇନା ମଧ୍ୟ ଶ୍ରୀଲଙ୍କାର ହାମବନ୍ତୋଟା ବନ୍ଦରକୁ ୯୯ ବର୍ଷର ଲିଜ୍ରେ ନେଇଛି ଏବଂ ଆରବ ସାଗରରେ ପାକିସ୍ତାନର ଗ୍ୱାଦର ବନ୍ଦରକୁ ବିସ୍ତାର ଏବଂ ଆଧୁନିକୀକରଣ କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *