ଅଲାରନାଥ ପୀଠରେ ଶୃଙ୍ଖଳିତ ଦର୍ଶନ
ବ୍ରହ୍ମଗିରି (ଆପ୍ର): ଅଣସରର ତୃତୀୟ ଦିନରେ ଶ୍ରୀଅଲାରନାଥ ପୀଠରେ ଶାନ୍ତି ଶୃଙ୍ଖଳାରେ ଦର୍ଶନ ଚାଲିଛି, କିନ୍ତୁ ଦୁଇ ଦିନ ଅପେକ୍ଷା ଆଜି ଭକ୍ତ ସଂଖ୍ୟା କମ୍ ଥିବା ଜଣାପଡ଼ିଛି । ଶୁକ୍ରବାର ରାତି ସାଢ଼େ ୪ରୁ ମନ୍ଦିର ଦ୍ୱାର ଖୋଲାଯାଇ ମଙ୍ଗଳ ଆଳତୀ, ଅବକାଶ, ଅଣସର ବେଶ, ଚନ୍ଦନ ତୁଳସୀ ଲାଗି, ବହ୍ଲଭ ଓ ସର୍ବସାଧାରଣ ଦର୍ଶନ ହୋଇଥିଲା । ସକାଳ ଧୂପ, ଦ୍ୱିପ୍ରହର ଧୂପରେ କେବଳ ଖିରି ପ୍ରସାଦ ଭୋଗ ହୋଇ ଦିନ ସାଢ଼େ ୧୨ଟାରେ ପହଡ଼ ପଡ଼ିଥିଲା । ପୁନର୍ବାର ଦିନ ୧ଟାରେ ଚିଆଁ ପହୁଡ଼ ହୋଇ ସର୍ବସାଧାରଣ ଦର୍ଶନ ହୋଇଥିଲା । ଦ୍ୱିପ୍ରହରରେ ଶ୍ରୀଜିଉଙ୍କର ବିଶ୍ୱପ୍ରସିଦ୍ଧ ଖିରି ଓ ଅବଢ଼ା ପ୍ରସାଦ ବିଶେଷ ଭାବେ କିଣାବିକା ହୋଇଥିବା ଦେଖିବାକୁ ମିଳିଛି । ବାହାରୁ ଆସିଥିବା ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ପୀଠରେ ଭଜନ କୀର୍ତ୍ତନରେ ନିଜକୁ ହଜାଇ ଦେଇଥିବା ଜଣାପଡ଼ିଛି । ଅନ୍ୟାନ୍ୟ ନୀତି ବଢ଼ି ରାତି ୧୧ଟାରେ ବଡ଼ସିଂହାର ବେଶ ହେବା ପରେ ପହୁଡ ହୋଇଥିଲା ।