ଟାଟା-ପ୍ରଶାସନ ଓ କାଳିପଲ୍ଲୀବାସୀଙ୍କ ମଧ୍ୟରେ ଆଲୋଚନା

ଦୀପକ ଫର୍ଟିଲାଇଜର ଆଗରେ ଧାରଣା
ଛତ୍ରପୁର (ଆପ୍ର): ଛତ୍ରପୁର ବ୍ଲକ୍ ଅଧୀନ କାଳିପଲ୍ଲୀ ଗ୍ରାମ ନିକଟ ଟାଟା କମ୍ପାନୀ ଅଧିକୃତ ଜମିରେ ଚାଲିଥିବା ଦୀପକ ଫାର୍ଟିଲାଇଜର ପ୍ରକଳ୍ପକୁ ବିରୋଧ କରି ୭ ଦିନ ଧରି ଧାରଣାରେ ବସିଥିଲେ କାଳିପଲ୍ଲୀ ଗ୍ରାମବାସୀ । ସମସ୍ୟାର ସମାଧାନ ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏ, ଉପଜିଲ୍ଲାପାଳ ପ୍ରସନ୍ନ ପାତ୍ର, ଯୁଗ୍ମ ଶ୍ରମ ଅଧିକାରୀ, ତହସିଲଦାର ପ୍ରକାଶ ଚନ୍ଦ୍ର ମିଶ୍ର, ଏସ୍ଡିପିଓ ଗୌତମ କିଷାନ, ଟାଟା ପ୍ରକଳ୍ପର ମୁଖ୍ୟ ପ୍ରତିନିଧିଙ୍କ ଉପସ୍ଥିତିରେ କାଳିପଲ୍ଲୀ ଗ୍ରାମବାସୀଙ୍କ ତରଫରୁ ନେତୃବୃନ୍ଦଙ୍କୁ ନେଇ ଶୁକ୍ରବାର ଏକ ବୈଠକ ହୋଇଥିଲା । ସମସ୍ତ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚô ନାରାବାଜି ଦେଇଥିଲେ । ସେମାନଙ୍କ ମଧ୍ୟରୁ ୨୩ଜଣ ପ୍ରତିନିଧିଙ୍କୁ ଗ୍ରାମବାସୀଙ୍କ ତରଫରୁ ବୈଠକ ଗୃହକୁ ଡ଼କାଯାଇ ତ୍ରିପାକ୍ଷିକ ଆଲୋଚନା କରାଯାଇଥିଲା । ଟାଟା କର୍ତ୍ତୃପକ୍ଷ ଓ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଟିମ ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରି ସମାଧାନ କରିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ଆଲୋଚନାରେ ଭାଗ ନେଇଥିବା ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ନିଷ୍ପତ୍ତିକୁ ଫାଟକ ପାଖରେ ବସିଥିବା ଗ୍ରାମବାସୀଙ୍କୁ ଜଣାଇଥିଲେ । କିନ୍ତୁ ଗ୍ରାମବାସୀ ଏଥିରେ ଅସନ୍ତୋଷ ବ୍ୟକ୍ତ କରି ପ୍ରଶାସନ ଓ ଟାଟା କର୍ତ୍ତୃପକ୍ଷ ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିବ ବୋଲି ଗ୍ରାମବାସୀ କହିଥିଲେ ।
ଟାଟା କମ୍ପାନୀ ଇସ୍ପାତ କାରଖାନା ପାଇଁ କାଳିପଲ୍ଲୀ ଓ ନିକଟସ୍ଥ ଅଞ୍ଚଳରେ ୧୯୯୬ ମସିହାରେ ଜମି ଅଧିଗ୍ରହଣ ହୋଇଥିଲା । ଇତିମଧ୍ୟରେ ୨୫ବର୍ଷ ବିତିଥିଲେ ମଧ୍ୟ ଟାଟା କମ୍ପାନୀ ପକ୍ଷରୁ ଜମି ହରାଇଥିବା ପରିବାର ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇ ନ ଥିବାରୁ ଅସନ୍ତୋଷ ଲାଗି ରହିଛି । ଇସ୍ପାତ କାରଖାନା ବଦଳରେ ଇଣ୍ଡଷ୍ଟ୍ରିଆଲ ପାର୍କ ନାଁରେ ବିଭିନ୍ନ କମ୍ପାନୀକୁ ଆଣି ଏଠାରେ ଟାଟା କମ୍ପାନୀ ପକ୍ଷରୁ ବିଭିନ୍ନ ପ୍ରକଳ୍ପ କରାଯାଉଛି । ଏବେ କାଳିପଲ୍ଲୀ ନିକଟ ଉକ୍ତ ଜମିରେ ଟାଟା କମ୍ପାନୀଠାରୁ ଲିଜ୍ ନେଇ ଦୀପକ ଫର୍ଟିଲାଇଜର କମ୍ପାନୀ ସ୍ଥାପନ ପାଇଁ ନିର୍ମାଣ କାର୍ଯ୍ୟ ଚାଲିଛି । ଏହାକୁ କାଳିପଲ୍ଲୀ ଗ୍ରାମବାସୀ ବିରୋଧ କରି ଗତ ଶନିବାରଠାରୁ ଆନେ୍ଦାଳନକୁ ଓହ୍ଲାଇଛନ୍ତି । ପ୍ରଥମେ ନିଯୁକ୍ତି ପରେ କାର୍ଯ୍ୟ ବୋଲି ନାରାବାଜି ଦେଇ ଗ୍ରାମବାସୀ ଜିଦ୍ରେ ଅଟକ ରହିଛନ୍ତି । ମିଥ୍ୟା ପ୍ରତିଶ୍ରୁତି ଦେଇ ଶାଗମାଛ ଦରରେ ଜମି ନେଇଥିବା ବେଳେ ନିଯୁକ୍ତି ବଦଳରେ ବିଶ୍ୱାସଘାତକତା କରିଛି ଟାଟା । ଯାହାକୁ ଆମେ କେବେହେଲେ ବରଦାସ୍ତ କରିବୁ ନାହିଁ । ଆମ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *