ମୁଖ୍ୟ ଡାକଘର ସମ୍ମୁଖରେ କଂଗ୍ରେସର ବିକ୍ଷୋଭ

ରାହୁଲଙ୍କୁ ଇଡି ଜେରା ପ୍ରସଙ୍ଗ
ପୁରୀ (ବୁ୍ୟରୋ): ଅଖିଳ ଭାରତୀୟ କଂଗ୍ରେସ କମିଟିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ବର୍ତ୍ତମାନର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଇଡି ଅର୍ଥ ହେର୍ଫେେର୍ ଘଟଣାରେ ଜେରା କରିବା ପ୍ରସଙ୍ଗକୁ ବିରୋଧ କରି ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ଶୁକ୍ରବାର ଜିଲ୍ଲା ମୁଖ୍ୟ ଡାକଘର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଏନେଇ ବିକ୍ଷୋଭକାରୀମାନେ କହିଛନ୍ତି ଯେ, କେନ୍ଦ୍ରରେ ବିଜେପି ସରକାର ବିରୋଧୀ ଦଳକୁ ଦମନ କରିବାକୁ ଯୋଜନବଦ୍ଧ ଭାବେ ପ୍ରତିହିଂସା ରାଜନୀତି କରି ବିଭିନ୍ନ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ କଂଗ୍ରେସ ନେତାଙ୍କ ବିରୋଧରେ ବ୍ୟବହାର କରୁଛନ୍ତି । ଅନ୍ୟପକ୍ଷରେ ଆଗାମୀ ଦିନରେ ବିଜେପି ଯଦି ଏଭଳି ହୀନ ରାଜନୀତିରୁ ନିବୃତ୍ତ ନ ରୁହେ ତେବେ କଂଗ୍ରେସ ଦେଶବ୍ୟାପୀ ବ୍ୟାପକ ଆନେ୍ଦାଳନ କରିବ ବୋଲି ଜିଲ୍ଲା କଂଗ୍ରେସର ବରିଷ୍ଠ କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି । ନ୍ୟାସ୍ନାଲ୍ ହେରାଲ୍ଡ ଖବରକାଗଜ ଘୋଟାଲା ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରୁଛି ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ । ଯାହାକୁ ନେଇ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ଆନେ୍ଦାଳନ ଓ ପ୍ରତିବାଦ କରାଯାଉଛି । ବିଜେପି ସରକାର ଦେଶରେ ତଦନ୍ତକାରୀ ସଂସ୍ଥାର ଦୁରୂପଯୋଗ କରୁଥିବା ନେଇ ସ୍ଥାନୀୟ କଂଗ୍ରେସ ନେତାମାନେ ମତବ୍ୟକ୍ତ କରିଛନ୍ତି ।
ଏହି ବିକ୍ଷୋଭରେ ଜିଲ୍ଲା ପର୍ଯ୍ୟବେକ୍ଷକ ଜାନକୀ ବଲ୍ଲଭ ପଟ୍ଟନାୟକ, ସ୍ମୃତିରଞ୍ଜନ ପତି, ଇଂ ରାଜେଶ ମିଶ୍ର, ସୁଜିତ୍ ମହାପାତ୍ର, ବିଦୁ୍ୟତ୍ଲତା ଆଚାର୍ଯ୍ୟ, ଛବିନ୍ଦ୍ର ପଢିଆରୀ, ଅମରେନ୍ଦ୍ର ପାଇକରାୟ, ସ୍ୱାଧୀନ କୁମାର ପଣ୍ଡା, ବିଶ୍ୱକେଶନ ହରିଚନ୍ଦନଙ୍କ ସମେତ ଶତାଧିକ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *