ଟଙ୍କା ପାଇଁ ମା’କୁ ହାଣିଲା ୧ଠ ବର୍ଷର ପୁଅ

କେନ୍ଦୁଝର (ଆପ୍ର): ଡ୍ରେସ୍ କିଣିବା ପାଇଁ ଟଙ୍କା ନ ଦେବାରୁ ମା’କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ୧୦ ବର୍ଷର ପୁଅ । ଏମିତି ହୃଦୟ ବିଦାରକ ଦୃଶ୍ୟ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ନୟାକୋଟ ଥାନା ଅନ୍ତର୍ଗତ ଉପରବରଡା ଗାଁରେ ଦେଖିବାକୁ ମିଳିଛି ।
ଗାଁର ମଙ୍ଗୁଳି ସାଆନ୍ତଙ୍କ ୧୦ ବର୍ଷର ପୁଅ ଗୁରୁବନ ସାଆନ୍ତ ଗତକାଲି ସନ୍ଧ୍ୟାରେ ରଜରେ ନୂଆ ଡ୍ରେସ୍ କିଣିବାକୁ ମା’କୁ ୫୦୦ ଟଙ୍କା ମାଗିଥିଲା । ମଙ୍ଗୁଳି ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଟଙ୍କା ଦେଇ ପାରି ନ ଥିଲା । ପରେ ମା’ଓ ପୁଅ ଭିତରେ ବଚସା ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ଟାଙ୍ଗିଆରେ ହାଣି ମା’କୁ ହତ୍ୟା କରିଛି ଜହ୍ଲାଦ ପୁଅ । ମୁଣ୍ଡ ପଛ ପଟେ ଟାଙ୍ଗିଆର ପଛ ପଟରେ ଆଘାତ ଦେବାରୁ ଘଟଣାସ୍ଥଳରେ ମଙ୍ଗୁଳି(୪୫)ଙ୍କ ମୃତୁ୍ୟ ହୋଇଛି । ହତ୍ୟା କରି ସାରିବା ପରେ ଗାଁରେ ଯାଇ ଖବର ଦେଇଥିଲା ନୃଶଂସ ପୁଅ । ଗାଁ ଲୋକେ ନୟାକୋଟ ପୁଲିସକୁ ଖବର ଦେଇଥିଲେ ।
ନୟାକୋଟ ପୁଲିସ ଶୁକ୍ରବାର ସକାଳେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ନାବାଳକକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି । ମୃତ ମଙ୍ଗୁଳୁଙ୍କ ସ୍ୱାମୀ ସାହେବ ସାଆନ୍ତ ଗତ ୫ ବର୍ଷ ତଳେ ମୃତୁ୍ୟବରଣ କରିଥିବା ବେଳେ ତାଙ୍କର ୮ ବର୍ଷର ଆଉ ଏକ ପୁଅ ରହିଛି । ଉପରବରଡ଼ା ଗାଁର ୱାର୍ଡ ମେମ୍ବର ଅନ୍ଧାରୁ ଗିରିଙ୍କ ଏତଲା କ୍ରମେ ପୁଲିସ କେସନଂ ୪୮ରେ ମାମଲା ରୁଜୁ କରିଛି । ଅଭିଯୁକ୍ତ ନାବାଳକ ପଞ୍ଚମ ଶ୍ରେଣୀ ପରେ ସ୍କୁଲ୍ ଯାଉ ନ ଥିବା ଜଣାପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *