ଜାତୀୟ କରାଟେ ଚାମ୍ପିଅନ୍ସିପ୍: ଓଡ଼ିଶାକୁ ୩ ସ୍ୱର୍ଣ୍ଣ ସହ ୮ ପଦକ
ଭୁବନେଶ୍ୱର, ୧୭ା୬ (ବୁ୍ୟରୋ): ମହାରାଷ୍ଟ୍ରର ପୁନେ ଠାରେ ଚାଲିଥିବା ଜାତୀୟ କରାଟେ ଚାମ୍ପିଅନ୍ସିପ୍ର ପ୍ରଥମ ଦିନ ଓଡ଼ିଶା ତିନି ସ୍ୱର୍ଣ୍ଣ ସହ ଆଠ ପଦକ ହାସଲ କରିଛି ।
କ୍ୟାଡେଟ୍ ମହିଳା କାଟାରେ ମଧୁପ୍ରିୟା ବାଇ, କନିଷ୍ଠ ମହିଳା କାଟାରେ ସୁରମିତା ସିହ୍ନା ଓ ୧୪-୧୫ ବର୍ଷ ପୁରୁଷ କାଟାରେ ବେଦାନ୍ତ ଦାସ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । କନିଷ୍ଠ ପୁରୁଷ କାଟାରେ ଜ୍ୟୋତି ରଞ୍ଜନ ରାଉତ ରୌପ୍ୟ, କନିଷ୍ଠ ପୁରୁଷ ଟିମ୍ (ବେଦାନ୍ତ ଦାସ, ରୁଦ୍ରପ୍ରତାପ, ଜ୍ୟୋତିରଞ୍ଜନ ରାଉତ) କାଟାରେ ରୌପ୍ୟ ପଦକ ଜିତିଛି । ଏହାଛଡ଼ା କନିଷ୍ଠ ମହିଳା ଟିମ୍ (ଅଂଶିତା ସାହୁ, ସଲୋନୀ ପାତ୍ର, ସସ୍ମିତା ବିଶ୍ୱାଳ) କାଟା, କ୍ୟାଡେଟ୍ କୁମିତେ (୫୭କିଗ୍ରା)ରେ ରିତେଶ ମହାନ୍ତି ଓ କନିଷ୍ଠ ମହିଳା କୁମିତେ (୫୩କିଗ୍ରା)ରେ ପ୍ରିୟଦର୍ଶନ ଦାସ କାଂସ୍ୟ ପଦକର ଅଧିକାରୀ ହୋଇଛନ୍ତି । ଏହି ଚାମ୍ପିଅନ୍ସିପ୍ରେ ଓଡ଼ିଶାର ୫୫ ଜଣିଆ ଦଳ ଭାଗ ନେଇଛି ।