ହାତୀ ମୃତୁ୍ୟର ଯାଞ୍ଚ ପାଇଁ ୩ ଜଣିଆ ଟିମ୍

ଭୁବନେଶ୍ୱର, ୧୬ା୬ (ବୁ୍ୟରୋ): ନରସିଂହପୁର ଜଙ୍ଗଲରେ ହାତୀ କଙ୍କାଳ ମିଳିବା ଓ ଗୁଳିବିଦ୍ଧ ହାତୀର ମୃତ୍ୟୁ ହେବା ଘଟଣାର ତଦନ୍ତ ପାଇଁ ୩ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏହି ଟିମ୍ରେ କ୍ରାଇମ୍ବ୍ରାଞ୍ଚକୁ ସାମିଲ୍ କରାଯାଇଛି । ଟିମ୍ର ନେତୃତ୍ୱ ନେବେ ସିସିଏଫ୍ ମନୋଜ ନାୟର । ଏଥିରେ ଆର୍ସିସିଏଫ୍ ଚେୟାରମ୍ୟାନ୍, ଜଣେ କଞ୍ଜରଭେଟର ସଦସ୍ୟ ଓ କ୍ରାଇମବ୍ରାଞ୍ଚର ଜଣେ ଡିଏପି କିମ୍ବା ତଦୁଦ୍ଧ୍ୱର୍ ରାଙ୍କର ଅଧିକାରୀ ରହିବେ । ହାତୀ ମୃତୁ୍ୟରେ ଯିଏ ବି ସଂପୃକ୍ତ ଥିବେ କାହାରିକୁ ଛଡା ଯିବନାହିଁ ବୋଲି କହିଛନ୍ତି ପିସିସିଏଫ୍ ଶଶି ପଲ୍ ।
ଆଠଗଡ ବନଖଣ୍ଡ ଅନ୍ତର୍ଗତ ନରସିଂହପୁର ପୂର୍ବ ବନାଞ୍ଚଳ ଜୟପୁର ସେକ୍ସନରେ ଶିକାରୀ ଗୁଳିରେ ଗୋଟିଏ ଦନ୍ତାହାତୀ ଗୁରୁତର ଆହତ ହୋଇଥିଲା । ଗୁଳି ବାଜିଥିବା ସ୍ଥାନରେ ପୋକ ହୋଇଯାଇଥିବାରୁ ହାତୀଟି ଜଙ୍ଗଲ ଭିତରେ ଘୁରି ବୁଲିବା ସହିତ ଗର୍ଜନ ତର୍ଜନ କରୁଥିଲା । ·ଲି ନପାରିବାରୁ ଜଙ୍ଗଲ ଭିତରେ ଥିବା ନାଳରେ ପଡ଼ି ଯାଇଥିଲା ଓ ଉଠି ପାରି ନ ଥିଲା । ବନ ବିଭାଗ ଖବର ପାଇ ଚିକିତ୍ସା କରିଥିଲା ଓ ଆପ୍ରାଣ ଉଦ୍ୟମ ସତ୍ତ୍ୱେ ତା’କୁ ବଞ୍ଚାଯାଇ ପାରି ନ ଥିଲା । ମଙ୍ଗଳବାର ହାତୀର ମୃତ୍ୟୁ ଘଟିଥିଲା ।
ପୂର୍ବରୁ ଆଠଗଡ ବନଖଣ୍ଡ ବଡମ୍ବା ରେଞ୍ଜର ଖାରଡ ଓ ଜେନାପାଳ ଗାଁରୁ ମାଟିତଳୁ ଦୁଇଟି ହାତୀ କଙ୍କାଳ ମିଳିଥିଲା । ବୁଧବାର ମଧ୍ୟ ଆଉ ଏକ ହାତୀ କଙ୍କାଳ ମିଳିଥିଲା । ଏ ନେଇ ଖବର ପ୍ରକାଶ ପାଇବା ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଉଦ୍ବେଗ ପ୍ରକାଶ କରିଥିଲେ । ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଉଦ୍ବେଗ ପ୍ରକାଶ କରିବା ସହିତ ଟୁଇଟ୍ କରି କହିଥିଲେ, ହାତୀ ଆମର ଐତିହ୍ୟ ପ୍ରାଣୀ । ତାଙ୍କୁ ସର୍ବାଧିକ ସୁରକ୍ଷା ପ୍ରଦାନ କରାଯିବ । କେନ୍ଦ୍ର ସରକାର ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି । ଶିକାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି ବୋଲି ଶ୍ରୀ ଯାଦବ ଲେଖିଥିଲେ । ଏହାର ଦିନ କପରେ ତଦନ୍ତ ପାଇଁ ହାଇଲେବଲ କମିଟି ଗଠନ କରାଯାଇଛି ।
ନରସିଂହପୁର ବନାଞ୍ଚଳରେ ୪ ମାସ ମଧ୍ୟରେ ୯ ହାତୀଙ୍କ ମୃତୁ୍ୟ ଘଟିଛି । ସେଥିରୁ ୨ ଦନ୍ତା ଓ ୨ ମାଈ ହାତୀଙ୍କ କଙ୍କାଳ ଉଦ୍ଧାର କରାଯାଇଛି । ଗତ ୧୦ ଦିନରେ ୩ ହାତୀଙ୍କ କଙ୍କାଳ ମିଳିଛି । ଏଥିସହିତ ଗୁଳିମାଡରେ ଆଉ ଏକ ହାତୀ ପ୍ରାଣ ହରାଇଛି । ଏସବୁ ଘଟଣା ପରିବେଶପ୍ରେମୀଙ୍କୁ ଉଦ୍ବିଘ୍ନ କରିଥିବାବେଳେ ମୃତୁ୍ୟର କାରଣ ଏବଂ ମୃତୁ୍ୟ ପଛରେ ଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଦାବି ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *