ନିଆଳି-ଓଲଟପୁର ରାସ୍ତା ହେବ ଦୁଇଥାକିଆ

ଉନ୍ନୟନ କମିଶନର ଓ ୫-ଟି ସଚିବଙ୍କ ଓଲଟପୁର ଗସ୍ତ
ଭୁବନେଶ୍ୱର/କଣ୍ଟାପଡ଼ା (ବୁ୍ୟରୋ/ଆପ୍ର): ଓଲଟପୁର ସ୍ଥିତ ନିର୍ତାର (ଘଓଜଞଇଜ) ଅସ୍ଥି ଚିକିତ୍ସା ତଥା ଥାଇଥାନ ସମ୍ପର୍କିତ ଏକ ପ୍ରସିଦ୍ଧ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ । ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଚିକିତ୍ସା ପାଇଁ ଶହ ଶହ ରୋଗୀ ଏଠାକୁ ଆସିଥାନ୍ତି ।
ରୋଗୀମାନେ ଯେପରି ସୁବିଧାରେ ଏହି ପ୍ରତିଷ୍ଠାନରେ ସ୍ୱାସ୍ଥ୍ୟ ସେବାର ସୁଯୋଗ ପାଇପାରିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଗୁରୁବାର ଉନ୍ନୟନ କମିଶନର ପ୍ରଦୀପ ଜେନା ଓ ୫- ଟି ସଚିବ ଭିକେ ପାଣ୍ଡିଆନ ଓଲଟପୁର ଯାଇ ସ୍ଥିତି ଅନୁଧ୍ୟାନ କରି ରାସ୍ତାର ଉନ୍ନତି ଓ ନିରତାର୍ର ବିକାଶ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସ୍ଥାନୀୟ ଲୋକ ଓ ରୋଗୀମାନଙ୍କ ସହ ଆଲାଚନା କରାଯାଇ ନିର୍ତାର୍ର ବିକାଶ ସଂପର୍କରେ ନିଷ୍ପତ୍ତି ନିଆଯାଇଛି । ରୋଗୀମାନେ ଯେପରି ସୁବିଧାରେ ନିର୍ତାର୍ରେ ପହଞ୍ଚି ପାରିବେ ସେଥିପାଇଁ ନିଆଳି- ଅଡଶପୁର ରାସ୍ତାର ବୋଇରାଇ ଛକଠାରୁ ନିରତାର୍ ପର୍ଯ୍ୟନ୍ତ ରାସ୍ତାକୁ ଦୁଇ ଥକିଆ କରାଯିବ । ନିରତାର ହସ୍ପିଟାଲ ପାର୍ଶ୍ବର୍ତୀ ଜମି ଅଧିଗ୍ରହଣ କରାଯାଇ ସଂପୃକ୍ତ ଅଞ୍ଚଳର ବିକାଶ କରାଯିବ । ହଷ୍ଟେଲର ମଧ୍ୟ ଉନ୍ନତି ସାଧନ ହେବ । ଗସ୍ତ ଅବସରରେ ଉନ୍ନୟନ କମିଶନର ଓ ୫-ଟି ସଚିବ ହସ୍ପିଟାଲର ବିଭିନ୍ନ ୱାର୍ଡ ବୁଲି ରୋଗୀଙ୍କ ସୁବିଧା ଅସୁବିଧା ପ·ରି ବୁଝିଥିଲେ ।
ସେମାନଙ୍କ ସହିତ ପୂର୍ତ୍ତ ବିଭାଗ ସଚିବ ବୀର ବିକ୍ରମ ଯାଦବ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ଓ ପୂର୍ତ୍ତ ବିଭାଗ ବରିଷ୍ଠ ଅଧିକାରୀ ସାମିଲ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *