ଟାଣଖରା ସତ୍ତ୍ୱେ ଭକ୍ତଙ୍କ ଗହଳି
ବ୍ରହ୍ମଗିରି (ଆପ୍ର): ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ କରିବା ପରେ ଚତୁର୍ଦ୍ଧାମୂର୍ତ୍ତି ଜ୍ୱରରେ ପୀଡ଼ିତ ହୋଇ ଅଣସରଘରେ ଚିକିତ୍ସିତ ହେଉଛନ୍ତି । ଏହି ସମୟରେ ଶ୍ରୀମନ୍ଦିରର ରତ୍ନସିଂହାସନ ଖାଲିପଡ଼ିଛି । ହେଲେ ମହାପ୍ରଭୁ ଏହି ଅଣସରର ୧୪ ଦିନ ଅଲାରନାଥ ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ତେଣୁ ଭକ୍ତମାନେ ଏବେ ବ୍ରହ୍ମଗିରିମୁହାଁ । ଏବେ ଦ୍ୱିତୀୟ ଶ୍ରୀକ୍ଷେତ୍ର ପାଲଟିଛି ଅଲାରନାଥ ପୀଠ । ପ୍ରବଳ ଖରାକୁ ଖାତିରି ନକରି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିରହିଛି ଲମ୍ବାଧାଡ଼ିରେ । ଭୋର ୪ଟାରୁ ଦ୍ୱାରଫିଟା ପରେ ମଇଲମ ଓ ତଡ଼ପଲାଗି ପରେ ବେଶ କରାଯାଇଥିଲା । ସକାଳଧୂପ କରାଯାଇ ୬ଟାରୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ । ଦ୍ୱିତୀୟ ଦିନରେ ୨୦ ହଜାରରୁ ଊଦ୍ଧ୍ୱର୍ ଭକ୍ତଙ୍କ ସମାଗମ ହୋଇଥିଲା ।