‘ରଥଯାତ୍ରାରେ ଭକ୍ତଙ୍କ ସୁରକ୍ଷା ପୁଲିସର ମୁଖ୍ୟ ଦାୟିତ୍ୱ’

ପୁରୀ (ବୁ୍ୟରୋ): ଜୁଲାଇ ୧ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଏନେଇ ଶ୍ରୀମନ୍ଦିର ପ୍ରଶାସନ ଠାରୁ ପୁଲିସ ପର୍ଯ୍ୟନ୍ତ ସମସ୍ତେ ତତ୍ପର ହୋଇ ଉଠିଛନ୍ତି । ଗୁରୁବାର ଏସ୍ପିଙ୍କ କାର୍ଯ୍ୟାଳୟ ପରିସରସ୍ଥ କନ୍ଫେରନ୍ସ ହଲ୍ରେ ରଥଯାତ୍ରାର ସୁରକ୍ଷାକୁ ନେଇ ପୁଲିସ ଅତିରିକ୍ତ ମହାନିଦେ୍ର୍ଦଶକ ଆର୍ କେ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ସୁରକ୍ଷା ସମ୍ପର୍କରେ ବିଶେଷ ଭାବେ ସମୀକ୍ଷା କରାଯାଇଥିଲା । ଏଥିରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ରଥଯାତ୍ରାର ସୁପରିଚାଳନା ଲାଗି ପୁଲିସ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଛି । ରଥଯାତ୍ରା ଡୁ୍ୟଟିରେ ଅଭିଜ୍ଞତା ସମ୍ପନ୍ନ ପୁଲିସ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି ।
ଶ୍ରୀମନ୍ଦିର ଭିତର, ଚତୁଃପାଶ୍ୱର୍, ଗୁଣ୍ଡିଚାମନ୍ଦିର, ତିନି ରଥର ସୁରକ୍ଷା ସହ ଅଘଟଣ ମୁକ୍ତ ରଥଟଣା, ବଡ଼ଦାଣ୍ଡ, ସହରର ପ୍ରବେଶ ପଥରେ କଡ଼ା ସୁରକ୍ଷା ବ୍ୟବସ୍ଥା ନିଆଯିବା ସହ ଅଧିକ ପୁଲିସ ନିୟୋଜିତ ହେବେ ବୋଲି ଶ୍ରୀ ଶର୍ମା କହିଥିଲେ । ତତ୍ସହିତ ଚଳିତବର୍ଷ ରଥଯାତ୍ରାରେ ପ୍ରାୟ ୧୫ରୁ ୨୦ଲକ୍ଷ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରତିଦିନ ପୁଲିସ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯିବ । ଭକ୍ତମାନେ କିପରି ସୁରୁଖୁରୁରେ ଦର୍ଶନ କରି ଭଲ ମନରେ ଫେରିବେ ସେଥିପ୍ରତି ପୁଲିସ ଅଧିକାରୀମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଜନଗହଳିପୂର୍ଣ୍ଣ ରେଳଷ୍ଟେସନରେ ଲକ୍ଷାଧିକ ଭକ୍ତ ବିଶ୍ରାମସ୍ଥଳୀରେ ରହିବା ଓ ବଡ଼ଦାଣ୍ଡରେ ପ୍ରବେଶ କରିବା ସମୟରେ ପୁଲିସ ଅଧିକ ଯତ୍ନବାନ ହୋଇ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଅତିରିକ୍ତ ଡିଜିପି ପରାମର୍ଶ ଦେଇଥିଲେ ।
ତାଳବଣିଆ ଓ ଶରଧାବାଲି ବସ୍ଷ୍ଟାଣ୍ଡରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ପୁଲିସ ଆଉଟ୍ପୋଷ୍ଟ ଖୋଲାଯାଇ ନିୟନ୍ତ୍ରିତ କରାଯିବ । ସନେ୍ଦହପୂର୍ଣ୍ଣ ଓ ଚାଲିଚଳନରେ ଅସଙ୍ଗତି ଦେଖାଦେଲେ ସନେ୍ଦହରେ ସେହି ଯାତ୍ରୀମାନଙ୍କୁ ଯାଞ୍ଚ କରାଯିବ । ସ୍କାନର ସାହାର୍ଯ୍ୟରେ ବ୍ୟାଗ୍, ଗଣ୍ଠିଲି ଓ ଆଟାଜଗୁଡ଼ିକ ଯାଞ୍ଚ ବ୍ୟବସ୍ଥା କରାଯିବ । ମଙ୍ଗଳାଘାଟ ଛକ, ହରେକୃଷ୍ଣପୁର ଛକ, ଅଠରନଳା, ବାଲିଘାଟ, ନୂଆନଈଠାରେ ସହରକୁ ପ୍ରବେଶ କରୁଥିବା ଗାଡ଼ିଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯିବ । ବିଭିନ୍ନ ସ୍ଥାନରେ ଲଗାଯାଇଥିବା ସିସିଟିଭି ଏବଂ କଂଟ୍ରୋଲ୍ ରୁମ୍ ଟାଉନ୍ ଥାନାରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ । ସମୁଦ୍ରକୂଳେ ଲାଇଫଗାର୍ଡଙ୍କ ସମେତ ଅଧିକ ହୋମଗାର୍ଡ ଓ ପୁଲିସ ନିୟୋଜିତ ହୋଇ ସମୁଦ୍ରକୂଳର ସୁରକ୍ଷା ଦାୟିତ୍ୱ ନେବେ । ରଥଯାତ୍ରା ପାଇଁ ଆଇଜି, ଡିଆଇଜି ର୍ୟାଙ୍କ୍ର ଅଫିସର୍ ନିଯୁକ୍ତି ଦିଆଯିବ । ଏଥିସହ ଅତିରିକ୍ତ ଏସ୍ପି, ଡିଏସ୍ପି, ଇନ୍ସିପେକ୍ଟର, ଟ୍ରାଫିକ୍ ହାବିଲଦାର, ଟ୍ରାଫିକ୍ କନଷ୍ଟେବଳ, ଆର୍ମି ଫୋର୍ସ, ର୍ୟାପିଡ୍ ଆକ୍ସନ ଫୋର୍ସ, ଆଣ୍ଟି ଟେରୋରିଷ୍ଟ ସ୍କ୍ୱାର୍ଡ, ଓଡ୍ରାଫ୍ ଟିମ୍, ହୋମଗାର୍ଡ ରଥଯାତ୍ରା ସମୟରେ ବିଭିନ୍ନ ଦାୟିତ୍ୱରେ ନିୟୋଜିତ ହେବେ ବୋଲି ପ୍ରକାଶ କରିଛନ୍ତି । ସମୀକ୍ଷା ବୈଠକରେ ଆଇଜି ଅମିତାଭ ଠାକୁର, ଏସ୍ ଦେବଦତ୍ତ ସିଂ, ନରସିଂହ ଭୋଳ, ଡିଆଇଜି ସତ୍ୟବ୍ରତ ଭୋଇ, ଜେ.ଏନ୍ ପଙ୍କଜ, ଏସ୍ପି ଅନିରୁଦ୍ଧ ସିଂହ ଓ କନୱାର ବିଶାଲ ସିଂହଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *