୧୫୭ ନିୟୁତ ବର୍ଷ ତଳେ ସରୀସୃପର ସୃଷ୍ଟି

ବିଶ୍ୱ ସମୁଦ୍ର କଇଁଛ ଦିବସ
ଅନୁଗୋଳ (ଆପ୍ର): ଅନୁଗୋଳ ଠାରେ ଜୀବଜନ୍ତୁ କଲ୍ୟାଣ ପ୍ରତିଷ୍ଠାନ, ଅନୁଗୋଳ ସଂସ୍ଥାର ଅଧ୍ୟକ୍ଷ ତଥା ଅବୈତନିକ ଜୀବଜନ୍ତୁ କଲ୍ୟାଣ ଅଧିକାରୀ ରବୀନ୍ଦ୍ର ନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବିଶ୍ୱ ସମୂଦ୍ର କଇଁଛ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଏକ ସଚେତନତା ପଦଯାତ୍ରା ଓ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଆଲୋଚିତ ହୋଇଥିଲା ଯେ ୨୦୧୬ ମସିହା ଠାରୁ ଜୁନ୍ ୧୬ ତାରିଖରେ ଆଜିର ଦିନରେ ଏହି ଦିବସଟି ପାଳିତ ହୋଇଆସୁଅଛି । ଏହି କାର୍ଯ୍ୟକ୍ରମ ଆମେରିକାନ୍ ଟର୍ଟଏଜ୍ ରକ୍ଷାକାରୀ ସଂସ୍ଥା ପ୍ରଥମେ ଆରମ୍ଭ କରିଥିଲା । ସମୂଦ୍ର କଇଁଛଙ୍କ ସୁରକ୍ଷା ବାବଦରେ ସଚେତନ କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦେ୍ଦଶ୍ୟ । ସମୂଦ୍ର କଇଁଛ ଏକ ବହୁ ପୁରାତନୀୟ ସରୀସୃପ । ୧୫୭ ନିୟୁତ ବର୍ଷ ତଳେ ଏହି ପ୍ରାଣୀର ସୃଷ୍ଟି ହୋଇଥିଲା । ଏହା ପ୍ରାୟ ଡାଏନସର ଉତ୍ପତ୍ତି ସମୟର ସମସାୟିକ । ସମୂଦ୍ର କଇଁଛ ସାତଟି ପ୍ରଜାତିର ଦେଖାଯାନ୍ତି । ଯଥା– ଗ୍ରୀନ୍, ହାଓକିବିନ୍, କେମ୍ପାରିଡଲେ, ଲେଦରବ୍ୟାକ୍, ଲୋଗରହେଡ୍, ଅଲିଭ୍ରିଡଲେ । ଲେଦରବ୍ୟାକ୍ ସମୂଦ୍ର କଇଁଚ ସବୁଠାରୁ ବଡ଼ । ଏହା ପ୍ରାୟ ୫୫୦ପାଉଣ୍ଡରୁ ୨୦୦୦ପାଉଣ୍ଡ । ଏହା ଏକ ଛୋଟ ଜାହାଜ ସଦୃଶ୍ୟ । ସମୂଦ୍ରରେ ଯାତାୟାତ କରୁଥିବା ଛୋଟ ଡଙ୍ଗା ଏହାଦ୍ୱାରା ଧକ୍କାଖାଇ ଦୁର୍ଘାଟଣାଗ୍ରସ୍ତ ହୋଇଥାନ୍ତି ।
ସମୂଦ୍ର କଇଁଛ ଥଣ୍ଡା ଓ ଗରମ ପାଣିରେ ରହିପାରନ୍ତି । ଏହା ୫୦ରୁ ୧୦୦ବର୍ଷ ବଞ୍ଚôଥାନ୍ତି । ଏମାନଙ୍କ ମଧ୍ୟରେ କେତେକ ତାଙ୍କ ବାସସ୍ଥାନ ଠାରୁ ହଜାରେ ମାଇଲ୍ ଯାତ୍ରାକରି ଫେରିପାରନ୍ତି । ସମୂଦ୍ର ପ୍ଲାଷ୍ଟିକ୍ ପ୍ରଦୂଷଣ ଦ୍ୱାରା ପ୍ରଭାବିତ ହେଉଥିବାରୁ ଏମାନଙ୍କର ବହୁ ସଂଖ୍ୟାରେ ମୃତୁ୍ୟ ଘଟୁଛି । ସମୂଦ୍ରର ପରିବେଶ ଅନୁକୂଳ ପାଇଁ ଏମାନଙ୍କ ଭୂମିକା ଅତ୍ୟନ୍ତ ଗୁୁରୁତ୍ୱପୂର୍ଣ୍ଣ । ସମୂଦ୍ର ମ୍ମରେ ମୃତ ପ୍ରାଣୀଙ୍କ ମାଂସ ଖାଇ ସଫା କରିଦେଇଥାନ୍ତି । ଯାହାକି ଭାରତ ସରକାର ଗଙ୍ଗା ନଦୀ ସଫା କରିବା ପାଇଁ ୧୯୮୦ ମସିହାରେ ୩.୮କୋଟି ଡଲାରରେ ଖର୍ଚ୍ଚକରି ୨୫ହଜାର କଇଁଛ ଛାଡିଥିଲେ । ମାତ୍ର ସୁରକ୍ଷା ଅନ୍ୟ କେତେକ କାରଣରୁ ଏହି ଯୋଜନା ଫଳବତୀ ହୋଇପାରିନଥିଲା । ଉପରୋକ୍ତ ୭ଟି ପ୍ରଜାତି ମଧ୍ୟରୁ ଓଡିଶାରେ ଅଲିଭ୍ରିଡଲେ କଇଁଛ ସ୍ୱାତନ୍ତ୍ର ସ୍ଥାନ ରହିଛି । ଏମାନେ ସମୂଦ୍ରରେ ରହିଲେ ମଧ୍ୟ ସମୂଦ୍ର ଉପକୂଳ ଅଞ୍ଚଳ, ଭିତରକନିକା, ସାମୂଦ୍ରିକ ଅଭୟାରଣ୍ୟ ଓ ଋଷିକୂଲ୍ୟା ନଦୀ ମୁହାଣରେ ପ୍ରତ୍ୟେକ ବର୍ଷ ସାମୂହିକ ଅଣ୍ଡାଦାନ କରିଥାନ୍ତି । ଏମାନେ ପ୍ରାୟ ୪୫ଦିନ ଉପରୋକ୍ତ ସ୍ଥାନରେ ରହିଥାନ୍ତି ଓ ଅଣ୍ଡାରୁ ଛୁଆ ବାହାରିବା ପରେ ସମୂଦ୍ରକୁ ·ଲିଯାଇଥାନ୍ତି । ଓଡିଶା ସରକାରଙ୍କ ଆନ୍ତରିକ ଉଦ୍ୟମ ଏବଂ କେତେକ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସହଯୋଗ ଯୋଗୁଁ ସାମୂହିକ ଅଣ୍ଡାଦାନ କରୁଥିବା ଅଲିଭ୍ରିଡଲେ କଇଁଛଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏଣୁ ଆଜିର ଦିବସରେ ସମୂଦ୍ର ଚଇଁଛଙ୍କ ସୁରକ୍ଷା ପାଇଁ ଜନସାଧାରଣଙ୍କୁ ସଚେତନ କରାଇବା ସଂସ୍ଥାର ଏକ ଛୋଟ ପ୍ରୟାସ । ଏହି କାର୍ଯ୍ୟକ୍ରମରେ ସଂସ୍ଥାର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *