ରାଜଭବନ ଆଗରେ ପ୍ରତିବାଦ

କଂଗ୍ରେସ ମୁଖ୍ୟାଳୟରେ ପୁଲିସ ପ୍ରବେଶ ଓ ନେତୃବର୍ଗଙ୍କ ପ୍ରତି ଦୁର୍ବ୍ୟବହାରକୁ ବିରୋଧ
ଭୁବନେଶ୍ୱର(ବୁ୍ୟରୋ): ପ୍ରତିହିଂସା ପରାୟଣ ହୋଇ ଏଆଇସିସି କାର୍ଯ୍ୟାଳୟରେ ଦିଲ୍ଲୀ ପୁଲିସ ପ୍ରବେଶ କରି ନେତୃବୃନ୍ଦଙ୍କ ପ୍ରତି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ଏହା ପ୍ରତିବାଦରେ ଏଆଇସିସିର ନିଷ୍ପତି ଅନୁଯାୟୀ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ ସଭା ଓ ଧାରଣା କାର୍ଯ୍ୟକ୍ରମ ରାଜଭବନ ସମ୍ମୁଖରେ ଅନୁଷ୍ଠିତ ହୋଇଛି । ଗତ ୩ ଦିନ ଧରି ପ୍ରବର୍ତନ ନିଦେ୍ର୍ଦଶାଳୟ (ଇଡ଼ି) ଦ୍ୱାରା ରାହୁଲ ଗାନ୍ଧୀଙ୍କୁ ପଚରା ଉଚରା କରାଯିବା ପରେ ପୁଣି ଶୁକ୍ରବାର ହାଜର ହେବାକୁ ସମନ ଜାରି ହୋଇଛି । ଏହା ବିରୋଧରେ ଏଆଇସିସି. ମୁଖ୍ୟାଳୟରେ କଂଗ୍ରେସ ଶାସିତ ମୁଖ୍ୟମନ୍ତ୍ରୀ ଓ ଦଳୀୟ ନେତୃବୃନ୍ଦ ଶାନ୍ତିପୂର୍ଣ୍ଣ ଧାରଣା ଓ ପ୍ରତିବାଦ କରୁଛନ୍ତି । ଗୁରୁବାର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ ଭବନ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ଶ୍ରୀ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ ନେତା ବିଶାଳ ଶୋଭାଯାତ୍ରାରେ ଭୁବନେଶ୍ୱର ଏଡିଏମ୍ କାର୍ଯ୍ୟାଳୟଠାରୁ ବାହାରି ପାୱାର ହାଉସ୍ ଛକ ଦେଇ ରାଜ ଭବନ ସମ୍ମୁଖ ଧାରଣା ସ୍ଥଳରେ ପହଞ୍ଚି ପ୍ରତିବାଦ କରିଛନ୍ତି ।
ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଉପସ୍ଥିତ କଂଗ୍ରେସ ନେତୃବର୍ଗ ଓ କର୍ମୀମାନଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି, ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ସରକାର ଆକ୍ରୋଶମୂଳକ ପଦକ୍ଷେପ ଦିଲ୍ଲୀ ପୁଲିସ୍ ଓ ଇଡ଼ି ମାଧ୍ୟମରେ ନେଉଛନ୍ତି । ତାହା ତାଙ୍କୁ ବହୁ ମହଙ୍ଗା ପଡ଼ିବ । ଦେଶରେ ୪୩ କୋଟି ଯୁବକ ବେରୋଜଗାର ଅଛନ୍ତି । ଦରଦାମ୍ ହୁହୁ ହୋଇ ବଢ଼ୁଥିବାରୁ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି । ·ଷୀମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି । ଦେଶର ଭାଇ·ରା ସଂପୂର୍ଣ୍ଣ ବିପର୍ଣ୍ଣ । ମୋଦୀ ସରକାର ସବୁ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ରାହୁଲ ଗାନ୍ଧୀ ଏ ସମସ୍ତ ଘଟଣାରେ ବାରମ୍ବାର ସରକାରଙ୍କୁ କଠୋର ସମାଲୋଚନା କରିଛନ୍ତି । ତେଣୁ ତାଙ୍କ ମୁହଁ ବନ୍ଦ କରିବାକୁ ଇଡ଼ି ମାଧ୍ୟମରେ ମୋଦୀ ଓ ସାହା ଅନବରତ ଉଦ୍ୟମ କରୁଛନ୍ତିି । ଏହା ପ୍ରତିବାଦରେ ଶୁକ୍ରବାର ପ୍ରତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାରେ ଥିବା କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହେବ । ସମସ୍ତ ପଦାଧିକାରୀ, କଂଗ୍ରେସ ଶୁଭେଚ୍ଛୁମାନେ ସାମିଲ ହେବାକୁ ବୋଲି ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେିଛନ୍ତି ।
ଏଥିରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ବକ୍ତବ୍ୟ ଦେଇୁ ମୋଦୀ ସରକାରଙ୍କୁ ସମାଲୋଚନା କରିଛନ୍ତି । ଏଆଇସିସି ଟ୍ରେନିଙ୍ଗ କୋଅଡ଼ିନେଟର ଶୁଭେନ୍ଦୁ ମହାନ୍ତିି ସଭା ପରି·ଳନା କରିଥିବାବେଳେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ବିଶ୍ୱଜିତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଧାରଣା ସଭାରେ ବିଧାୟକ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂହ ସାଲୁଜା, ଦାଶରଥି ଗମାଙ୍ଗୋ, ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ଅନନ୍ତ ପ୍ରସାଦ ସେଠୀ, ସୁରେଶ କୁମାର ମହାପାତ୍ର ପ୍ରମୁଖଙ୍କ ସମେତ ହଜାର ହଜାର ସଂଖ୍ୟାରେ କଂଗ୍ରେସ ନେତୃମଣ୍ଡଳୀ ଓ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *