ବିସ୍ଫୋରଣ ଧମକ ଦେଲା ଆଇଏସ୍-କେ

ପ୍ରଫେଟ୍ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ
ନୂଆଦିଲ୍ଲୀ (ଏଜେନ୍ସି): ବିଜେପିର ପୂର୍ବତନ ପ୍ରବକ୍ତା ନୂପୁର ଶର୍ମା, ଏକ ଟିଭି ଡିବେଟ୍ରେ ପ୍ରଫେଟ୍ ମହମ୍ମଦଙ୍କ ସମ୍ପର୍କରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଏବେ ବି ଅନ୍ତର୍ଜାତୀୟସ୍ତରରେ ଉତ୍ତେଜନା ଶାନ୍ତ ପଡ଼ିନାହିଁ । ଏସବୁ ମଧ୍ୟରେ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି । ଆଫଗାନିସ୍ତାନରେ ସକ୍ରିୟ ଥିବା ଇସଲାମିକ୍ ଷ୍ଟେଟ୍ର ଏକ ଆତଙ୍କୀ ଶାଖା ସଂଗଠନ ଆଇଏସ୍-ଖୋରାସନ୍ ଏବେ ଏହି ପ୍ରସଙ୍ଗ ଆଧାରରେ ଭାରତରେ ବୋମା ବିସ୍ଫୋରଣ କରିବାକୁ ଧମକ ଦେଇଛି । ଆଇଏସ୍-ଖୋରାସନ୍ ଏସମ୍ପର୍କରେ ଏକ ବୁଲେଟିନ୍ ମଧ୍ୟ ଜାରି କରିଛି । ବୁଲେଟିନ୍ରେ ନୂପୁର ଶର୍ମାଙ୍କ ଉକ୍ତ ଟିଭି ଡିବେଟ୍ର କିଛି କ୍ଲିପ୍ ଦେଖାଇବା ସହ ଏହାକୁ ନେଇ ଭାରତରେ ଦେଖିବାକୁ ମିଳିଥିବା ଉତ୍ତେଜନା, ଜୁମ୍ମା ନମାଜ ପାଠ ପରେ ସଂଘଠିତ ହୋଇଥିବା ହିଂସାକାଣ୍ଡ, କେତେକ ରାଜ୍ୟରେ ପ୍ରଶାସନ ପକ୍ଷରୁ ଦଙ୍ଗାକାରୀଙ୍କ ଘର ଉପରେ ବୁଲଡୋଜର ଚଲାଯାଉଥିବାର ଭିଡିଓ ଆଦି ଦେଖାଯାଇଛି । ଏହି ଭିଡିଓରେ ଆଇଏସ-ଖୋରାସନ୍ରେ ସାମିଲ ଥିବା କେତେକ ଭାରତୀୟ ଯୁବକମାନେ ଆଫଗାନିସ୍ତାନରେ ଅଳ୍ପସଂଖ୍ୟକ ଥିବା ଶିଖ୍ ସମ୍ପ୍ରଦାୟର ନାଗରିକଙ୍କ ଉପରେ ଆକ୍ରମଣ ଏବଂ ଭାରତରେ ବଡ଼ ଧରଣର ବିସ୍ଫୋରଣ କରିବାକୁ ଧମକ ଦେଇଆସୁଛନ୍ତି ।
ପ୍ରକାଶ, ଏହାକୁ ମିଶାଇ ଗତ ୨ଠ ଦିନ ମଧ୍ୟରେ ଅର୍ଥାତ୍ ନୂପୁର ଶର୍ମାଙ୍କ ମନ୍ତବ୍ୟ ଆସିବା ପର ଠାରୁ ଏପର୍ଯ୍ୟନ୍ତ ଦୁଇଟି ଆତଙ୍କବାଦୀ ସଂଗଠନ ଭାରତ ଉପରେ ଆକ୍ରମଣ କରିବାକୁ ଧମକ ଦେଇସାରିଲେଣି । ଏହା ପୂର୍ବରୁ ଅଲକାଏଦା ମଧ୍ୟ ଆତଙ୍କୀ ହମ୍ଲା କରିବାକୁ ଧମକ ଦେଇସାରିଛି । ଦିଲ୍ଲୀ, ମୁମ୍ବାଇ, ଉତ୍ତରପ୍ରଦେଶ ଏବଂ ଗୁଜରାଟ ଆଦି ରାଜ୍ୟରେ ସିରିଜ୍ ବୋମା ବିସ୍ଫୋରଣ ପୂର୍ବକ ପ୍ରଫେଟ୍ ମହମ୍ମଦଙ୍କ ସମ୍ପର୍କରେ ଦିଆଯାଇଥିବା ମନ୍ତବ୍ୟର ପ୍ରତିଶୋଧ ନିଆଯିବ ବୋଲି ଅଲ୍ କାଏଦା ଧମକ ଦେଇସାରିଛି । ସୂଚନାଯୋଗ୍ୟ, ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ଦେଶ ବିଦେଶରେ କେତେକ ନିର୍ଦ୍ଦିଷ୍ଟ ଇସଲାମ୍ ସଂଗଠନଗୁଡ଼ିକ ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି । ପାକିସ୍ତାନ, ଆଫଗାନିସ୍ତାନ, କୁଏତ୍, ଇରାନ୍ ଭଳି ମୁସଲିମ୍ ବହୁଳ ଦେଶରେ ଏହାକୁ ନେଇ ବ୍ୟାପକ ଜନଅସନ୍ତୋଷ ଦେଖିବାକୁ ମିଳିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *