ପ୍ଲାଷ୍ଟିକ୍ ବୋତଲ ଦେଲେ ଖାଦ୍ୟରେ ରିହାତି

ବ୍ରହ୍ମପୁର (ବୁ୍ୟରୋ): ବ୍ରହ୍ମପୁରକୁ ପ୍ଲାଷ୍ଟିକମୁକ୍ତ ସହରରେ ପରିଣତ କରିବାକୁ ମହାନଗର ନିଗମ କର୍ତ୍ତୃପକ୍ଷ ଏକ ନୂଅାଁ ପଦକ୍ଷେପ ଆରମ୍ଭ କରିଛି । ପୁରୁଣା ବସ୍ଷ୍ଟାଣ୍ଡ ଠାରେ ରିଭର୍ସ ଭେଣ୍ଡିଂ ମିଶନ୍(ଆର୍ଭିଏମ୍) ନାମକ ଏକ ସ୍ୱତନ୍ତ୍ର ମିଶନ କରାଯାଇଛି । ଯେଉଁଥିରେ ପ୍ଲାଷ୍ଟିକ୍, ପଲିଥିନ ଆଦି ପକାଇଲେ ମିଳିବ ଖାଇବା କୁପନ୍ । ସେହି କୁପନ୍କୁ ଦେଖାଇଲେ ବସ୍ଷ୍ଟାଣ୍ଡ ନିକଟସ୍ଥ ନନ୍ଦନ ହୋଟେଲ ଓ ଅନ୍ଲାଇନ୍ ଖାଦ୍ୟ ବିତରଣ କମ୍ପାନୀ ସୁଗୀରେ ରିହାତି ମିଳିବ । ଏଥିପାଇଁ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଜାଗା ପ୍ରଦାନ କରାଯାଇଛି । ଏଚ୍ଡିଏଫ୍ସି ବ୍ୟାଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିବା ବେଳେ ପରିବେଶ ଶିକ୍ଷାକେନ୍ଦ୍ର(ସିଇଇ) ଏହାର ପରିଚାଳନା କରିବ । ଗୁରୁବାର ଏହି ଅଭିଯାନ ଉଦ୍ଘାଟିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ମେୟର ସଂଘମିତ୍ରା ଦଳେଇ, କମିଶନର ଡା.ସିଦେ୍ଧଶ୍ୱର ବଳିରାମ ବୋନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତିଭାସନ, ଏଚ୍ଡିଏଫ୍ସି ବ୍ୟାଙ୍କର ଉପସଭାପତି ନୃସିଂହ ମିଶ୍ର ଉପସ୍ଥିତ ଥିଲେ । ଅନ୍ୟତମ ଅତିଥି ଭାବେ ନିଗମ ଏନ୍ଫୋର୍ସମେଣ୍ଟ ଅଫିସ୍ର ତରୁଣକାନ୍ତ, ସିଇଇର ବରିଷ୍ଠ ନିଦେ୍ର୍ଦଶକ ପ୍ରଭୋତ ସିଂ ସୋଧି ଯୋଗଦେଇ ଆର୍ଭିଏମ୍ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ସଫେଇ ମିତ୍ରଙ୍କୁ ସମ୍ମାନିତ କରାଯାଇଥିଲା । ବିଳାଶପୁରରୁ ଆସିଥିବା କୁନି କୁନି ଛାତ୍ରଛାତ୍ରୀମାନେ ପରିବେଶ ସୁରକ୍ଷା ସମ୍ପର୍କିତ ନାଟକ ପରିବେଷଣ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *