ମିଳିଲା ଆଉ ଏକ ଦନ୍ତା କଙ୍କାଳ

ନରସିଂହପୁର (ଆପ୍ର): ବିପଦରେ ହାତୀବଂଶ । ସଙ୍କଟରେ ପଡ଼ିଛି ଗଜରାଜଙ୍କ ଜୀବନ । ପ୍ରାୟ ୧୦ ଦିନ ମଧ୍ୟରେ ବଡ଼ମ୍ବା ବନାଞ୍ଚଳରୁ ୩ଟି ଦନ୍ତା ହାତୀର କଙ୍କାଳ ମିଳିଲାଣି । ପୂର୍ବରୁ ୨ ଦନ୍ତାହାତୀଙ୍କ କଙ୍କାଳ ମିଳିଥିବା ବେଳେ ଆଜି ସକାଳେ ଆଉ ଏକ ଦନ୍ତାହାତୀର ଦାନ୍ତ ନଥାଇ କଙ୍କାଳ ମିଳିଥିବା କହିଛନ୍ତି ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ । କେତେବେଳେ ଗୁଳିମରା ଘଟଣା ତ ଆଉ କେତେବେଳେ ମାଟିତଳୁ କଙ୍କାଳ ଉଦ୍ଧାର ଘଟଣା ସମସ୍ତଙ୍କୁ ସ୍ତମ୍ବିଭୁତ କରିଛି । ମିଳିଥିବା ୩ୟ ଦନ୍ତାହାତୀର ବୟସ ୨୫ ବର୍ଷ ହେବ । ପ୍ରାୟ ୬ ମାସ ତଳେ ହାତୀଟିକୁ ମାରି ତାର ଦାନ୍ତ ନେବା ସହ ପୋତି ଦିଆଯାଇଛି ।
ଆଠଗଡ଼ ବଡ଼ମ୍ବା ରେଞ୍ଜ୍ ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲରେ ଆଉ ଏକ ଦନ୍ତାହାତୀର କଙ୍କାଳ ଉଦ୍ଧାର ହୋଇଛି । ଜାନିପଦର ବିଟ୍ ହାଉସ୍ ଖାରୋଡ଼ ଗାଁ ନିକଟରେ ଏକ ଦନ୍ତା ହାତୀର କଙ୍କାଳ ଉଦ୍ଧାର ହୋଇଛି । ଏନେଇ ସୱିକାର କରିଛନ୍ତି ରେଞ୍ଜ ଡିଏଫଓ ଗୋପିନାଥ ଯାଦବ । ପୂର୍ବରୁ ୨ଟି ହାତୀ ମୃତୁ୍ୟ ଘଟଣାରେ ୫ ଜଣ ଚାକିରିରୁ ନିଲମ୍ବିତ ହେବା ସହ ୬ ଜଣଙ୍କୁ ଗିରଫ କରାଯାଇଛି । ସେହି ଖୋଳତାଡ଼ ବେଳେ ତୃତୀୟ ହାତୀର କଙ୍କାଳ ଉଦ୍ଧାର ହୋଇଛି । ତଦନ୍ତର ତଥ୍ୟ ଆଧାରରେ ଆଉ ଏକ କଙ୍କାଳ ମିଳିଥିବା କହିଛନ୍ତି ଡିଏଫଓ । ତେବେ ଏହି ଘଟଣାରେ ହାତୀର ଦାନ୍ତ ମିଳିନଥିବା ବେଳେ ଦୋଷୀକୁ ଧରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କହିଛନ୍ତି ଡିଏଫଓ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *