ରାଜପଥ ଜଗିବ ରାଡାର ଇଣ୍ଟରସେପ୍ଟର
ଦ୍ରୁତ ବେଗ ବଢ଼ାଉଛି ଦୁର୍ଘଟଣା
କଟକ (ବୁ୍ୟରୋ): ଦ୍ରୁତଗତିରେ ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣା ଘଟୁଛି । ସହର ମଧ୍ୟରେ ଓ ଜାତୀୟ ରାଜପଥରେ ଚାଳକଙ୍କ ମନଇଚ୍ଛା ଗାଡ଼ି ଚାଳନା ଲାଗି ଯାତାୟାତକାରୀ ତଥା ପଥଚାରୀମାନେ ବିପଦର ସମ୍ମୁଖୀନ ହେଉଛନ୍ତି । ଏପରିକି କେତେ ବେଗରେ ଗାଡ଼ି ଚାଳନା କରାଯିବ ସେ ନେଇ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ବେଗର ସୀମା ଧାର୍ଯ୍ୟ କରାଯାଇଛି । କିନ୍ତୁ ଏହାକୁ ବହୁ ଗାଡ଼ି ଚାଳକ ପାଳନ କରୁନାହାନ୍ତି । ତେଣୁ ଦ୍ରୁତ ଗାଡ଼ି ଚାଳକଙ୍କୁ ସାବାଡ଼ କରିବା ନିମେନ୍ତ ପରିବହନ ବିଭାଗ ପକ୍ଷରୁ ନୂତନ ଟେକନୋଲୋଜି ଆପାଣାଇଛି । ଏଣିକି ରାଜପଥ ଜଗିବ ରାଡ଼ାର ଇଣ୍ଟରସେପ୍ଟର । ଯାହାଦ୍ୱାରା ଟ୍ରାଫିକ ଖିଲାପକାରୀ ଓ ଦ୍ରୁତ ଗାଡ଼ି ଚାଳକ ଅତି ସହଜରେ ଧରାହେବେ । ପ୍ରତି ୫ କିଲୋମିଟରରେ ଲାଗିବ ରାଡ଼ାର । ଏହି ରାଡ଼ାର ଇଣ୍ଟରସେପ୍ଟର ଜରିଆରେ ଓଭରଲୋଡ଼ିଂ, ସ୍ପିଡ୍ ରାଇଡ଼ିଂ, ମଦ୍ୟପ ଡ୍ରାଇଗର, ରଙ୍ଗ୍ ଡ୍ରାଇଭିଂ ଭଳି ଖିଲାପିଙ୍କୁ ଧରିବା ସହଜ ହେବ । ଉଚ୍ଚକ୍ଷମତା ସମ୍ପନ୍ନ କ୍ୟାମେରା ଲାଗିଥିବାରୁ ଅନେକ ଦୂରରୁ ମଧ୍ୟ ଗାଡ଼ି ନମ୍ବର ଟ୍ରାକ କରିହେବ । ରାମେଶ୍ୱର ଠାରୁ ପାଣିକୋଇଲି, ସୁନ୍ଦରଗଡ଼ ଠାରୁ ରାଉରକେଲା, କେନ୍ଦ୍ୁଝର ସହ ଭୁବନେଶ୍ୱର ଓ ସ୍ମାର୍ଟ ସିଟି ପକ୍ଷରୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯାଇଛି । ଏଥିରେ ଅଧିକ ଚାଲାଣ କଟାଯାଉଥିବାରୁ ଲୋକଙ୍କ ମଧ୍ୟରେ ଭୟ ରହିବ । ଫଳରେ ଦ୍ରୁତ ଗାଡ଼ି ଚାଳନା ଓ ଦୁର୍ଘଟଣା ରୋକାଯାଇପାରିବ ।
ରାଡାର ଇଣ୍ଟରସେପ୍ଟର ଲାଗିଲେ ପରିବହନରେ ଥିବା ମାନବ ସମ୍ବଳ ଦୂର ହେବ । ଅନ୍ୟପଟେ ମଦ୍ୟପ ତଥା ଦ୍ରୁତ ଗାଡ଼ି ଚାଳକଙ୍କୁ ଚିହ୍ନଟ କରିବାକୁ ବିଭିନ୍ନ ସ୍ଥାନରେ ଉଭୟ ପୁଲିସ ଓ ପରିବହନ ବିଭାଗ ପକ୍ଷରୁ ଇଣ୍ଟରସେପ୍ଟର ନିୟୋଜିତ ରହିବେ । ଜାତୀୟ ରାଜପଥର ନିର୍ଦ୍ଧାରିତ ବ୍ୟବଧାନରେ ସପ୍ଟୱେର ଆଧାର ରାଡ଼ାର ଇଣ୍ଟରସେପ୍ଟର ଲଗାଯିବ । ଜରିମାନା ଆଦାୟ ସହିତ ଅଭ୍ୟାସଗତ ଟ୍ରାଫିକ ନିୟମ ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିବା ପାଇଁ ବିଶେଷଜ୍ଞ କହିଛନ୍ତି ।