ଆଜିଠୁ ବଡ଼ଦେଉଳରେ ପଟିଦିଅଁ ପୂଜା

ପୁରୀ (ବୁ୍ୟରୋ): ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ପ୍ରତ୍ୟକ୍ଷ ସ୍ନାନ କରି ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ । ଚତୁର୍ଦ୍ଧାମୂର୍ତ୍ତି ଏବେ ଅଣସର ଘରେ । ବୁଧବାରଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଅଣସର ବିଧି । ବିଭିନ୍ନ ଉପଚାରରେ ତାଙ୍କ ସେବା କରାଯିବ । ଏହି ସମୟରେ ରତ୍ନସିଂହାସନରେ ମହାପ୍ରଭୁଙ୍କ ଦର୍ଶନ ମିଳିବନି । ଅଣସର ତାଟିରେ ରହି ଦର୍ଶନ ଦେବେ ପଟିଦିଅଁ ।
ସୂଚନାଯୋଗ୍ୟ, ଅଣସରବେଳେ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀଅନନ୍ତ ନାରାୟଣ ପଟି, ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ପଟି ଏବଂ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଅଣସର ତାଟିରେ ଭୁବନେଶ୍ୱର ପଟି ପୂଜା ପାଇଥାନ୍ତି । ଅଣସର ଦର୍ଶନକୁ ଦଶାଅବତାର ଦର୍ଶନ ମଧ୍ୟ କୁହାଯାଏ । ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ, ଭୁବନେଶ୍ୱରୀ, ଦୋଳଗୋବିନ୍ଦ, ମଦନ ମୋହନ, ଶ୍ରୀଦେବୀ, ଭୂଦେବୀ, ରାମ, କୃଷ୍ଣ ଓ ନୃସିଂହ ଅଣସରତାଟି ସମ୍ମୁଖରେ ରହି ପୂଜା ପାଉଥାନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *