ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ବ୍ରହ୍ମପୁର (ବୁ୍ୟରୋ): ମାଣ୍ଡିଆପଲ୍ଲୀ ସ୍ଥିତ ଜେ.ଏନ୍.ଟାଟା ବୈଷୟିକ ଶିକ୍ଷା କେନ୍ଦ୍ରରେ ବ୍ରହ୍ମପୁର ପୁଲିସ୍ ତରଫରୁ ସାଇବର ସୁରକ୍ଷା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମଲ୍ଟି ମିଡିଆ ଉପକରଣ ବ୍ୟବହାର କରିବା ଏବଂ ଡିଜିଟାଲ ସ୍ପେସ୍ର ସୁରକ୍ଷିତ ବ୍ୟବହାର ଉପରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଇନ୍ସିପେକ୍ଟର ଅଭିନାଶ ରେଡ୍ଡି, ଏସ୍ଆଇ ସୋଫିଆ ମିଶ୍ର, ଏଏସ୍ଆଇ ପୁଷ୍ପା ମଲିକ ସଚେତନତା କ୍ଲାସ ନେଇଥିଲେ । ଏଥିରେ ଜେ.ଏନ୍. ଟାଟା ବୈଷୟିକ ଶିକ୍ଷା କେନ୍ଦ୍ରର ୮୦ ଛାତ୍ରଛାତ୍ରୀ ଓ ଏହି ଶିକ୍ଷାକେନ୍ଦ୍ରର ଆସିଷ୍ଟାଣ୍ଡ ପ୍ରିନ୍ସପାଲ ନମିତା ଚୌଧୁରୀଙ୍କ ସହ କର୍ମଚାରୀମାନେ ଉପସ୍ଥିତ ଥିଲେ ।