୩ ବାହିନୀରେ ଅଗ୍ନିବୀର ନିଯୁକ୍ତି

୩ଠ ହଜାର ଦରମା, ୪୪ ଲକ୍ଷ ବୀମା କିନ୍ତୁ ପେନ୍ସନ୍ ନାହିଁ
ନୂଆଦିଲ୍ଲୀ, ୧୪ା୬: କେନ୍ଦ୍ର ସରକାରଙ୍କ ପକ୍ଷରୁ ସେନାର ତିନି ବାହିନୀରେ ଯୁବକମାନଙ୍କୁ ବହୁ ସଂଖ୍ୟାରେ ନିଯୁକ୍ତି ଦେବା ପାଇଁ ଅଗ୍ନିପଥ ଯୋଜନା ମଙ୍ଗଳବାର ଆରମ୍ଭ କରିଛନ୍ତି । ‘ଟୁର୍ ଅଫ୍ ଡୁ୍ୟଟି’ ସ୍କିମ୍ରେ ଯୁବକମାନଙ୍କୁ ମାତ୍ର ୪ ବର୍ଷ ପାଇଁ ଡିଫେନ୍ସ ଫୋର୍ସରେ ନିଯୁକ୍ତି ମିଳିବ । ୯୦ ଦିନ ଭିତରେ ପ୍ରଥମ ପର୍ଯ୍ୟାୟ ନିଯୁକ୍ତି ରାଲି ଆୟୋଜିତ ହେବ । ଖର୍ଚ୍ଚ କାଟ୍ କରିବା ତଥା ପ୍ରତିରକ୍ଷାବାହିନୀରେ ଯୁବ ସୈନିକଙ୍କ ସଂଖ୍ୟା ବଢ଼ାଇବା ଲକ୍ଷ୍ୟରେ ଏହି ସ୍କିମ୍ ପ୍ରବର୍ତ୍ତନ କରାଯାଇଛି । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ୧୭.୫ରୁ ୨୧ ବର୍ଷ ବୟସ ବର୍ଗର ଯୁବକମାନେ ଅଗ୍ନିବୀର ପାଇଁ ଆବେଦନ କରିପାରିବେ । ୪ ବର୍ଷ ସେମାନେ ସେବା ଦେବେ, ପ୍ରତ୍ୟେକ ଅଗ୍ନିବୀରଙ୍କୁ ମାସିକ ୩୦ ହଜାର ଟଙ୍କା ବେତନ ମିଳିବ । ଚତୁର୍ଥ ବର୍ଷରେ ତାହା ୪୦ ହଜାରକୁ ବୃଦ୍ଧି ପାଇବ । କିନ୍ତୁ ୪ ବର୍ଷର ଚାକିରି ଶେଷରେ ପେନ୍ସନ୍ ମିଳିବନି । ଚାରିବର୍ଷ ସେବା ମଧ୍ୟରେ ପ୍ରତ୍ୟେକଙ୍କ ପାଇଁ ୪୪ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା ରହିବ । କାର୍ଯ୍ୟ ଦକ୍ଷତା ଦେଖି ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ସ୍ଥାୟୀ ପୋଷ୍ଟିଂ ମିଳିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *