ମାଛମରାକୁ ବିରୋଧ: ଦଳିତ ମହିଳାଙ୍କୁ ଆକ୍ରମଣ

ଡେଲାଙ୍ଗ (ଆପ୍ର): ଗ୍ରାମ ପୋଖରୀରୁ ବେଆଇନ ଭାବେ ମାଛ ଧରିବା କାର୍ଯ୍ୟକୁ ବିରୋଧ କରିବାରୁ ଗ୍ରାମର ଦଳିତ ମହିଳାଙ୍କୁ ଆକ୍ରମଣ କରି ୧୫ ଜଣ ଅଭିଯୁକ୍ତ ସମ୍ପ୍ରତି ଦଳିତ ଆଇନରେ ଛନ୍ଦି ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଡେଲାଙ୍ଗ ଥାନା ସୁଜନପୁର ପଞ୍ଚାୟତ ଅନ୍ତର୍ଗତ କଅଁଳପଡ଼ା ଗ୍ରାମର ପଦନପଡ଼ା ପୋଖରୀରୁ ଆଜକୁ ପ୍ରାୟ ୫ବର୍ଷ ଧରି ମାଛ ଧରା ହୋଇ ନ ଥିବା ବେଳେ ଗ୍ରାମର ତଥାକଥିତ ୩୦ ପରିବାରଙ୍କ ଅଗୋଚରରେ ଜନୈକ ବ୍ୟକ୍ତି ନିଲାମ ଆଣି ମାଛ ଧରିବାକୁ କେନ୍ଦ୍ର କରି ରବିବାର ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବାରୁ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି ।
ସୂଚନା ମୁତାବକ କଅଁଳପଡ଼ା ଦଳିତ ସାହିର କେତେକ ମହିଳା ରବିବାର ସକାଳୁ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିବାବେଳେ ଗ୍ରାମର ଏକ ଗୋଷ୍ଠୀଙ୍କ ନେତୃତ୍ୱରେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ସଂଘବଦ୍ଧ ହୋଇ ଜୋର ଜବରଦସ୍ତ ପୋଖରୀରୁ ମାଛ ଧରୁଥିବାବେଳେ ଦଳିତ ସାହିର ଏହି ମହିଳାମାନେ ଏହାର ପ୍ରତିବାଦ କରିବାରୁ ସେମାନଙ୍କର ଆକ୍ରମଣ ହୋଇଥିବା ନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଦଳିତ ସାହିର ଶିବାନୀ ବେହେରା, ବିମଳା ବେହେରା ଓ ସନ୍ଧ୍ୟାରାଣୀ ବେହେରା ଏହି ମାଛ ଧରିବାକୁ ବିରୋଧ କରିବାରୁ ଗ୍ରାମର ୧୫ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେବାରୁ ସେମାନେ ପ୍ରାଣ ବିକଳରେ ସେ ସ୍ଥାନ ଛାଡି ଘରକୁ ·ଲିଆସିଥିଲେ । ଏ ନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହେବା ପରେ ଥାନାଧିକାରୀ ଅନୀଲ କୁମାର ମହାନ୍ତିଙ୍କ ସମୟୋଚିତ ପଦକ୍ଷେପ ତଥା ସାମ୍ପ୍ରତିକ ପରିସ୍ଥିତିକୁ ନେଇ ତୁରନ୍ତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *