ଓଡ଼ିଶା ଦଳର ପୁନେ ଯାତ୍ରା

ଭୁବନେଶ୍ୱର, ୧୪ା୬ (ବୁ୍ୟରୋ): ପୁନେ ଠାରେ ଚଳିତ ମାସ ୧୭ରୁ ୧୯ ତାରିଖ ଯାଏଁ ହେବାକୁ ଥିବା ଜାତୀୟ କରାଟେ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଏକ ୫୫ ଜଣିଆ ଓଡ଼ିଶା ଦଳ ଯାତ୍ରା କରୁଛନ୍ତି । ବିଶ୍ୱ କରାଟେ ସଂଘ ଓ ଏସୀୟ କରାଟେ ସଂଘ ସହ ଅନୁବନ୍ଧିତ କରାଟେ ଇଣ୍ଡିଆ ଅର୍ଗାନାଇଜେସନ୍ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାରୁ ବିଭିନ୍ନ ଆନ୍ତର୍ଜାତିକ ପ୍ରତିଯୋଗିତା ପାଇଁ ପ୍ରତିଯୋଗୀ ଚୟନ କରାଯିବ । ଓଡ଼ିଶା ଦଳରେ ଅନେକ ଜାତୀୟ ଓ ଆନ୍ତର୍ଜାତିକ ପଦକ ବିଜେତା କରାଟେକା ରହିଛନ୍ତି । ଏହି ଦଳ ସହ ରାଜୀବ କୁମାର ସିଂହ, ଖାରବେଳ ମଲ୍ଲିକ, ଦୀପକ କୁମାର ସାମନ୍ତରା, ସୌମ୍ୟ ରଞ୍ଜନ ଦାସ, ଦୁର୍ଗା ପ୍ରସାଦ ରଥଙ୍କ ସହ ଓଡ଼ିଶା ରାଜ୍ୟ କରାଟେ ସଂଘର ସମ୍ପାଦିକା ଡ. ଗୌରୀ ମହାନ୍ତି ପୁନେ ଯାତ୍ରା କରୁଛନ୍ତି । ଆର୍ଥିକ ଅନାଟନ ସତ୍ତ୍ୱେ ସଦସ୍ୟମାନଙ୍କ ଅନୁଦାନ ଦ୍ୱାରା ପ୍ରତି ପିଲାଙ୍କୁ ୪୫୦୦ ଟଙ୍କାର ଆର୍ଥିକ ଅନୁଦାନ ଦିଆଯାଇଛୁ ।
ଓଡ଼ିଶା ଦଳ:-
କ୍ୟାଡେଟ୍ ପୁରୁଷ: ବେଦାନ୍ତ ଦାସ, ଉଦ୍ଧବ ପ୍ରଧାନ, ସାଇ ସ୍ୱରୂପ ବେବର୍ତ୍ତା, ରିତେଶ ମହାନ୍ତି, ନିଖିଳ ଦାସ ଓ ରଣପ୍ରୀତ ନାୟକ;
କ୍ୟାଡେଟ୍ ମହିଳା: ମଧୁପ୍ରିୟା ବାଇ, ଦୀପ୍ତି ନାମଦେଓ ଓ ଅଦିତି ପାଣିଗ୍ରାହୀ;
କନିଷ୍ଠ ପୁରୁଷ: ଜ୍ୟୋତି ରଞ୍ଜନ ରାଉତ, ଦିବେଶ ବରାଦ, ଆୟୁଷ ରଥ, ରୀତିକ ବରାଳ ଓ ଶୁଭକାନ୍ତ ବିଶ୍ୱାଳ;
କନିଷ୍ଠ ମହିଳା: ସୁରୋମିତ ସିହ୍ନା, ନ୍ୟସା କୁମାରୀ ଓ ପ୍ରିୟଦର୍ଶିନୀ ଦାସ ।
୨୧ ବର୍ଷରୁ କମ୍ ପୁରୁଷ: ତୁଷାର ବିଶ୍ୱାଳ, ଭଗବାନ ରେଡ୍ଡୀ, ତ୍ରିନାଥ ରାଣା, ସୁମନ ଶେଖର ଦାସ, ଆର୍ୟନ ରାଉତ ଓ ରାହୁଲ ଜାଲ;
୨୧ ବର୍ଷରୁ କମ୍ ମହିଳା: ବ୍ରତତୀ ପତି, ଦୀପ୍ତି ରାଣୀ ନାୟକ;
ବରିଷ୍ଠ ପୁରୁଷ: ଅଭିଷେକ ପଟ୍ଟନାୟକ, ମହେଶ ଦୋରା, ରାଜେଶ ମହାପାତ୍ର, ରିତେଶ ରାୟ, କାମେଶ ମହାପାତ୍ର, କୃଷ୍ଣ ମହାରାଣା, ତୁଷାର ବିଶ୍ୱାଳ, ଭଗବାନ ରେଡ୍ଡୀ;
ବରିଷ୍ଠ ମହିଳା: ଭାଲେନା ଭାଲେଣ୍ଟିନା, ଅନୁପମା ସ୍ୱାଇଁ, ସିନ୍ଧୁ ଖୁଣ୍ଟିଆ, ସୁସ୍ମିନୀ ପାଲଟାସିଂହ, ଚିନ୍ମୟୀ ଭୂୟାଁ, ସାଲୋନୀ ଲେଙ୍କା, ଅନୁରାଧା ପାତ୍ର ଓ ବ୍ରତତି ପତି;
ବରିଷ୍ଠ ପୁରୁଷ ଟିମ୍ କାଟା: କ୍ରିଷ୍ଣା ଶିକାରୀ, ଯୋଗେଶ ବରିହା, ମହେଶ ଡୋରା ଓ ରଜନୀ ବିଶି;
ବରିଷ୍ଠ ମହିଳା ଟିମ୍ କାଟା: ଅନୁପମା ସ୍ୱାଇଁ, ସିନ୍ଧୁ ଖୁଣ୍ଟିଆ, ସୁସ୍ମିନୀ ପାଲଟାସିଂହ ଓ ନ୍ୟସା କୁମାରୀ;
କନିଷ୍ଠ ପୁରୁଷ ଟିମ୍ କାଟା: ବେଦାନ୍ତ ଦାସ, ଜ୍ୟୋତି ରଞ୍ଜନ ରାଉତ ଓ ରୁଦ୍ର ପ୍ରସାଦ
କନିଷ୍ଠ ମହିଳା ଟିମ୍ କାଟା: ଅଂଶିତା ସାହୁ, ସାଲୋନୀ ପାତ୍ର ଓ ସୁସ୍ମିତା ବିଶ୍ୱାଳ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *