ରାହୁଲଙ୍କୁ ୧ଠ ଘଣ୍ଟା ଜେରା
ନୂଆଦିଲ୍ଲୀ, ୧୩ ।୬: ନ୍ୟାସନାଲ୍ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସୋମବାର ଦୁଇ ପର୍ଯ୍ୟାୟରେ ୧ଠ ଘଣ୍ଟା ଜେରା କରିଛି । ତଥାପି ଇଡି କର୍ତ୍ତୃପକ୍ଷ ତାଙ୍କଠାରୁ ସନ୍ତୋଷଜନକ ଉତ୍ତର ପାଇନାହାନ୍ତି । ସେଥିପାଇଁ ମଙ୍ଗଳବାର ପୁନର୍ବାର ହାଜର ହେବା ପାଇଁ ଇଡି ପକ୍ଷରୁ ରାହୁଲ୍ଙ୍କୁ ସମନ୍ ଜାରି କରାଯାଇଛି ।
ରାହୁଲ ସୋମବାର ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ଅବଦୁଲ୍ କଲାମ୍ ରୋଡ୍ସ୍ଥିତ ଇଡି ମୁଖ୍ୟାଳୟରେ ପହଞ୍ଚôଥିଲେ । ଇଡିର ବରିଷ୍ଠ ଅଧିକାରୀମାନେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩ ଘଣ୍ଟା ଧରି ରାହୁଲଙ୍କୁ ନିମ୍ନୋକ୍ତ ବିଭିନ୍ନ ପ୍ରଶ୍ନ ପଚାରିଥିଲେ: ୟଙ୍ଗ୍ ଇଣ୍ଡିଆରେ ଆପଣଙ୍କର ଭାଗୀଦାରୀ ଥିଲା କି? ୟଙ୍ଗ୍ ଇଣ୍ଡିଆର ଅଂଶଧନ ଆପଣଙ୍କ ନାମରେ ଥିଲା କି? ୟଙ୍ଗ୍ ଇଣ୍ଡିଆରେ ଆପଣଙ୍କର କେତେ ପ୍ରତିଶତ ଅଂଶଧନ ଥିଲା? ଆଉ କେଉଁ କେଉଁ ବ୍ୟକ୍ତି ୟଙ୍ଗ୍ ଇଣ୍ଡିଆର ସେୟାର ହୋଲ୍ଡର?
କୋର୍ଟ ନିଦେ୍ର୍ଦଶ ଅନୁଯାୟୀ ଯାଞ୍ଚ ଜାରି ରଖିଥିବା ଇଡି ପକ୍ଷରୁ ଧନଶୋଧନ ନିବାରଣ ଅଧିନିୟମ (ପିଏମଏଲ୍ଏ)ର ଧାରା ୫୦ ଅନୁଯାୟୀ ରାହୁଲଙ୍କ ବୟାନ ରେକର୍ଡ କରାଯାଇଛି ।
ରାହୁଲଙ୍କ ପାଇଁ ଇଡି ୫୦ରୁ ଅଧିକ ପ୍ରଶ୍ନ ପ୍ରସ୍ତୁତ କରି ରଖିଥିଲା । ପ୍ରଥମ ପର୍ଯ୍ୟାୟରେ ରାହୁଲଙ୍କ ଉତ୍ତର ଅନୁଯାୟୀ ପ୍ରଶ୍ନ ସଂଖ୍ୟା ବଢ଼ିଥିଲା । ସୂତ୍ର ଅନୁଯାୟୀ, ଇଡି କେତେକ ଜଟିଳ ପ୍ରଶ୍ନ ପଚାରିଛି, ଯଥା- ଭାରତରେ ଆପଣଙ୍କର କେଉଁଟଠି କେତେ ସମ୍ପତ୍ତି ଅଛି? କେଉଁ କେଉଁ ବ୍ୟାଙ୍କରେ ଆକାଉଣ୍ଟ ଅଛି ଏବଂ ସେଥିରେ କେତେ ଟଙ୍କା ଜମା କରାଯାଇଛି? ବିଦେଶରେ କୌଣସି ବ୍ୟାଙ୍କ ଆକାଉଣ୍ଟ ଅଛି କି? ବିଦେଶରେ କୌଣସି ସମ୍ପତ୍ତି ଅଛି କି? ଯଦି ଥାଏ, କେଉଁଠି ଅଛି?
ଏହି ସବୁ ପ୍ରଶ୍ନ ମାଧ୍ୟମରେ ଇଡି ଅଧିକାରୀମାନେ ୟଙ୍ଗ୍ ଇଣ୍ଡିଆନ୍ ଓ ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍ (ଏଜେଏଲ୍)ର ପାର୍ଟନରସିପ୍ ପାଟର୍ଣ୍ଣ, ଆର୍ଥିକ ନେଣଦେଣ ଇତ୍ୟାଦି ଜାଣିବାକୁ ଚାହିଁଥିଲେ ।
ପ୍ରଥମ ପର୍ଯ୍ୟାୟ ଜେରା ପରେ ଲଞ୍ଚ୍ ବ୍ରେକ୍ରେ ଇଡି ମୁଖ୍ୟାଳୟ ବାହାରକୁ ଯିବା ଲାଗି ଅନୁମତି ମିଳିବାରୁ ରାହୁଲ ଗଙ୍ଗାରାମ ହସ୍ପିଟାଲ୍ରେ ସୋନିଆ ଗାନ୍ଧିଙ୍କୁ ଭେଟି ପୁଣି ଇଡି କାର୍ଯ୍ୟାଳୟକୁ ଫେରି ଆସିଥିଲେ । ଉଲ୍ଲେଖଯୋଗ୍ୟ, ସୋନିଆଙ୍କୁ ମଧ୍ୟ ଜେରା ପାଇଁ ଇଡି ସମନ ଜାରି କରିଛି ।
ରାହୁଲଙ୍କୁ ପ୍ରଥମେ ସହକାରୀ ନିଦେ୍ର୍ଦଶକ ପାହ୍ୟାର ଅଧିକାରୀଙ୍କ ପ୍ରକୋଷ୍ଠକୁ ନିଆଯାଇଥିଲା । ସେଠାରେ ପହଞ୍ଚôବା ବେଳକୁ ସଂପୃକ୍ତ ଅଧିକାରୀ ଅନୁପସ୍ଥିତ ଥିଲେ । ବସି ରହି ଅପେକ୍ଷା କରିବାକୁ ଅନ୍ୟ କର୍ମଚାରୀମାନେ କହିଥିଲେହେଁ ରାହୁଲ ଅଧିକାରୀ ଆସିବା ପର୍ଯ୍ୟନ୍ତ ଛିଡ଼ା ହୋଇ ରହିଥିଲେ । ତାଙ୍କୁ ଚା’ ଓ କଫି ଯଚା ଯାଇଥିଲା । ହେଲେ ସେ ସବୁକୁ ମନା କରିଦେଇଥିଲେ । ମୁହୂର୍ତ୍ତେ ହେଲେ ସେ ମୁହଁରୁ ମାସ୍କ ଖୋଲି ନ ଥିଲେ ।
ରାହୁଲଙ୍କୁ ଇଡିର ଡେପୁଟି ଡିରେକ୍ଟର ଓ ଆସିଷ୍ଟାଣ୍ଟ ଡିରେକ୍ଟର ସ୍ତରର ଅଧିକାରୀମାନେ ପ୍ରଶ୍ନ ପଚାରିଥିଲେ । ଯାଞ୍ଚ ଅଧିକାରୀ ତାଙ୍କ ନାମ ଓ ପଦ ଇତ୍ୟାଦି ସମ୍ପର୍କରେ ପଚାରିବା ପରେ ରାହୁଲ ପାଲଟା ପ୍ରଶ୍ନ କରିଥିଲେ- ଏଠି କେବଳ କଂଗ୍ରେସ ନେତାଙ୍କୁ ଜେରା କରାଯାଏ ନା ଆଉ କାହାକୁ ଆପଣମାନେ ଡକାଇଥାଆନ୍ତି? ଇଡି ଅଧିକାରୀ କୌଣସି ଉତ୍ତର ଦେଇ ନ ଥିଲେ ।
ରାହୁଲ୍ଙ୍କ ସହ ଚାଲିଚାଲି ଆସିଥିବା ସହସ୍ରାଧିକ ଦଳୀୟ କର୍ମକର୍ତ୍ତା ଓ ନେତାଙ୍କୁ ଇଡି ଅଫିସ୍ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ରୋକା ଯାଇଥିଲା । ବିକ୍ଷୋଭକାରୀ କେତେକ ପ୍ରମୁଖ ନେତା ଯଥା- ଅଶୋକ ଗହଲୋତ୍, ଦୀପେନ୍ଦ୍ର ଏସ୍ ହୁଡ୍ଡା, ରଜନୀ ପାଟିଲ୍, ଅଖିଳେଶ ପ୍ରସାଦ ସିଂହ, ଏଲ୍. ହନୁମନ୍ତେୟା, ଅଧୀର ରଞ୍ଜନ ଚୌଧୁରୀ, କେସି ବେଣୁଗୋପାଳ ପ୍ରମୁଖଙ୍କୁ ପୁଲିସ୍ ବିଭିନ୍ନ ଥାନାରେ ଅଟକ ରଖିଥିଲା । ସବୁ ରାଜ୍ୟରେ କଂଗ୍ରେସ କର୍ମକର୍ତ୍ତାମାନେ ଅନୁରୂପ ବିକ୍ଷୋଭ କରିଥିଲେ । ଏହି ବିକ୍ଷୋଭକୁ ଦଳ ପକ୍ଷରୁ ‘ସତ୍ୟାଗ୍ରହ’ ନାମ ଦିଆଯାଇଛି ।