ଭୋର୍ ସାଢ଼େ ୪ରୁ ପହଣ୍ଡି
ମଙ୍ଗଳବାର ଦେବସ୍ନାନ ପୂର୍ଣ୍ଣିମା: ଚଳଚଞ୍ଚଳ ଶ୍ରୀମନ୍ଦିର
ପୁରୀ (ବୁ୍ୟରୋ): ଆସନ୍ତା ମଙ୍ଗଳବାର ଶ୍ରୀଜିଉଙ୍କ ଆରମ୍ଭ ହେବ ଶ୍ରୀଗୁଣ୍ଡିଚା ଯାତ୍ରାର ପରମ୍ପରା । ସେଥିପାଇଁ ଚଳଞ୍ଚଳ ଶ୍ରୀମନ୍ଦିର । ମହାପ୍ରଭୁ ଶ୍ରୀଜଗନ୍ନାଥ ସାଙ୍ଗରେ ବଡ଼ଭାଇ ଓ ସାନ ଭଉଣୀକୁ ଧରି ବିଜେ କରିବେ ସ୍ନାନମଣ୍ଡପରେ । ସେଠାରେ ୧୦୮ ଗରା ଜଳରେ ସ୍ନାନ କରି ଫେରିବେ ଅଣସର ଘରକୁ । ପରେ ଶ୍ରୀଜିଉଙ୍କ ଆରମ୍ଭ ହେବ ଗୁପ୍ତନୀତି । ସେଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚôଛି । ଶ୍ରୀମନ୍ଦିର ପ୍ରଶାସନ, ପୁଲିସ ପ୍ରଶାସନ ଓ ସେବାୟତମାନେ ସଜାଗ ରହିଛନ୍ତି । ଯେପରି ମହାପ୍ରଭୁଙ୍କ ନୀତିକାନ୍ତିକୁ ଅତ୍ୟନ୍ତ ସରସ ଓ ସୁନ୍ଦର ଭାବରେ ସମାପନ ହେବ ତାହାକୁ ନେଇ ସମେସ୍ତ ଚିନ୍ତିତ । ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ନୀତିକାନ୍ତିକୁ ଶୃଙ୍ଖଳିତ ସମାପନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି ।
ସେହିଦିନ ଭୋର ସାଢ଼େ ୪ଟାରୁ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ କରାଯାଇ ସାଢ଼େ ୬ଟାରେ ଶେଷ ହେବ । ସ୍ନାନ ମଣ୍ଡପରେ ଶ୍ରୀଜିଉଙ୍କ ମଙ୍ଗଳଆଳତୀ, ମଇଲମ, ତଡ଼ପଲାଗି, ଅଧରପୋଛା ଓ ଅବକାଶ ନୀତି ସମେତ ସମସ୍ତ ନୀତି ସମ୍ପନ୍ନ କରାଯିବ । ପରେ ଦ୍ୱାରପାଳ ପୂଜା କରାଯାଇ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଜଳ ବିଜେ କରାଯାଇ ୧୦୮ ଗଡୁ ଜଳରେ ଶ୍ରୀଜିଉଙ୍କ ସ୍ନାନନୀତି କରାଯିବ ।
ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ପ୍ରଥମେ ପୂଜାପଣ୍ଡା ସେବାୟତ ଜଳଲାଗି କରିବେ । ପରେ ଶ୍ରୀଜିଉଙ୍କ ମଇଲମ ହୋଇ ନୂତନ ବସ୍ତ୍ର ପରିଧାନ କରାଯାଇ ବେଶ କରାଯିବ । ୧୨ଟା ୧୫ରେ ଗଜପତି ମହାରାଜା ସ୍ନାନମଣ୍ଡପରେ ପହଞ୍ଚô ଛେରାପହଁରା ନୀତି ସମାପନ କରିବେ । ଶ୍ରୀଜିଉଙ୍କୁ ହାତୀବେଶରେ ସଜାଇ ଦିଆଯିବା ପରେ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ । ଦେବସ୍ନାନ ପୂର୍ଣ୍ଣିମାରେ ସେବାୟତଙ୍କ ସମେତ ଶ୍ରୀମନ୍ଦିର କର୍ମଚାରୀମାନେ ଉପସ୍ଥିତ ରହି ଶୃଙ୍ଖଳିତ ନୀତି ସମାପନ କରିବେ । ଏହା ଭିତରେ ବିଶୃଙ୍ଖଳାକାରୀକୁ ଚିହ୍ନଟ କରିବା ପାଇଁ ସେଠାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିସିଟିଭି ଲଗାଯାଇଥିବା ଜଣାପଡ଼ିଛି । ଶ୍ରୀଜିଉଙ୍କ ଅଙ୍ଗସୁରକ୍ଷା ଦାୟିତ୍ୱରେ ଦଇତାପତି ସେବାୟତଙ୍କ ବ୍ୟତୀତ ସେଠାରେ ଅନ୍ୟ କେହି ଉପସ୍ଥିତ ରହି ସେଠାରେ ବିଶୃଙ୍ଖଳା କଲା ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଦେ୍ର୍ଦଶ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରଦ୍ଧାଳୁମାନେ ବାରିକେଡ୍ରେ ଶ୍ରୀମନ୍ଦିରକୁ ଯାଇ ଆନନ୍ଦବଜାର ଭିତରେ ପ୍ରବେଶ କରି ଶ୍ରୀଜିଉଙ୍କୁ ହାତୀବେଶରେ ଦର୍ଶନ କରିପାରିବେ । ଅନ୍ୟପକ୍ଷରେ ଶ୍ରଦ୍ଧାଳଙ୍କ ପାଇଁ ସନ୍ଧ୍ୟା ସାଢ଼େ ୬ରୁ ସାଢ଼େ ୯ଟା ମଧ୍ୟରେ ସାହାଣମେଲା ଦର୍ଶନ କରିବାର ସୁଯୋଗ ପାଇପାରିବେ । ବିଳମ୍ବିତ ରାତିରେ ଶ୍ରୀଜିଉଙ୍କ ପହଣ୍ଡି ବିଜେ କରାଯାଇ ଅଣସର ଘରକୁ ବିଜେ କରାଯିବ ।