ଆକାଂକ୍ଷୀ ଜିଲ୍ଲାର ବିକାଶ ସମୀକ୍ଷା

ସ୍ମାର୍ଟ କ୍ଲାସ୍, ଇ-ଲାଇବ୍ରେରୀ ନେଇ ଖୁସି ବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ
ଭବାନୀପାଟଣା (ଆପ୍ର): କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି କଳାହାଣ୍ଡିରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ତାଙ୍କର ଏହି ସରକାରୀ ଗସ୍ତ ୧୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।
ରବିବାର କେନ୍ଦ୍ର ମନ୍ତ୍ରୀ କଳାହାଣ୍ଡିର କେସିଙ୍ଗା ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ସହିତ ମତ ବିନିମୟ କରିଛନ୍ତି । ପକ୍କା ଘର ମିଳିବା ପରେ ସେମାନଙ୍କର ଅଭିଜ୍ଞତା, ସଶକ୍ତିକରଣ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ହିତାଧିକାରୀଙ୍କୁ ପଚାରି ବୁଝିଥିଲେ । ଏଠାରେ ୪୦ ପରିବାରକୁ ଆବାସ ଯୋଜନାରେ ଘର ମିଳିଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଥିବା କଲୋନୀ ପରିସରରେ ବୃକ୍ଷରୋପଣ ମଧ୍ୟ କରିଥିଲେ । କେନ୍ଦ୍ର ମନ୍ତ୍ରୀ କେସିଙ୍ଗା ଠାରେ ସରକାରୀ ସ୍କୁଲ ପରିଦର୍ଶନ କରିଥିଲେ । ବିଦ୍ୟାଳୟରେ ମୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୧ ପ୍ରତିଶତ ଜନଜାତି ବର୍ଗର ହୋଇଥିବାରୁ କେନ୍ଦ୍ର ମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ ଏବଂ ବିଜ୍ଞାନାଗାର ଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ । ଭବାନୀପାଟଣା ଠାରେ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ନିର୍ମାଣ କରାଯାଉଛି । ୩୪ ଏକର ଜମିରେ ଟାଟା ଦ୍ୱାରା ଏହି ମେଡ଼ିକାଲ କଲେଜ ନିର୍ମିତ ହେଉଛି । ମନ୍ତ୍ରୀ ଟାଟା ପ୍ରକଳ୍ପର ଅଧିକାରୀଙ୍କ ସହିତ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ । କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରସୂତୀ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରରେ ସିକଲ ସେଲ୍ ରୋଗର ସ୍କ୍ରିନିଂ ହେଉଥିବା ଜାଣି କେନ୍ଦ୍ରମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ଏହାପରେ ମନ୍ତ୍ରୀ ଭବାନୀପାଟଣାର ସୁକୁନାଭାଟା ଗାଁରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *