ବଡ଼ଦେଉଳରେ ପ୍ରବେଶ କଲେ ଦଇତାପତି

ସରିଲା ବାହୁଟ କଣ୍ଟ, ଆଜି ସେନାପଟା ଲାଗି
ପୁରୀ (ବୁ୍ୟରୋ): ମଙ୍ଗଳବାର ଦେବସ୍ନାନ ପୂର୍ଣ୍ଣିମା । ଦାରୁଦିଅଁ ପହଣ୍ଡି ହୋଇ ସ୍ନାନବେଦୀକୁ ବିଜେ କରିବେ । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ସେବା ପାଇଁ ରବିବାର ଜ୍ୟେଷ୍ଠ ଶୁକ୍ଳ ଦ୍ୱାଦଶୀ ତିଥିରେ ଦଇତାପତି ସେବକମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ବାହୁଟ କଣ୍ଟ କରିଛନ୍ତି । ସୋମବାର ସକାଳୁ ସେନାପଟା ଲାଗି ହେବ । ସାକ୍ଷୀଗୋପାଳରୁ ଆସିଥିବା ବଉଳ କାଠରେ ସେନାପଟା ପ୍ରସ୍ତୁତ ହୋଇସାରିଛି । ସେନାପଟା ଲାଗି ସରିବା ପରେ ମଙ୍ଗଳ ଆଳତି ଓ ଅବକାଶ ଆଦି ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ । ଆଜି ବଡ଼ସିଂହାର ସରିବା ପରେ ମହାପ୍ରଭୁଙ୍କୁ ଶ୍ରୀମୁଖ ଖଣ୍ଡୁଆ ପକାଯାଇଥିଲା । ଏହାପରେ ଦଇତାପତି ସେବକମାନେ ରତ୍ନସିଂହାସନ ପାଖକୁ ଯାଇ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ନିମନ୍ତେ ବାହୁଟ କଣ୍ଟ କରିଥିଲେ । ସୁଦର୍ଶନଙ୍କୁ ବାଡ଼ବାଡ଼ କୋଣ ଖଟୁଲି ଉପରେ ବିଜେ କରାଇଥିଲେ । ବାହୁଟ କଣ୍ଟ ସରିବା ପରେ କୋଠ ସୁଆଁସିଆଁମାନେ ଜଗମୋହନରେ ଥିବା ମାଲଖମ୍ବଗୁଡ଼ିକ ରତ୍ନସିଂହାସନ ପାଖକୁ ନେଇଥିଲେ । ପରେ ମହାପ୍ରଭୁଙ୍କ ପହଣ୍ଡି ପାଇଁ ସୋମବାର ଚାରବାଡ଼ ବନ୍ଧା ଆରମ୍ଭ ହେବ । ମଙ୍ଗଳବାର ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀବିଗ୍ରହ ସ୍ନାନବେଦୀରେ ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ହେଲେ ଦୀର୍ଘ ୨ବର୍ଷ ଧରି କରୋନା କଟକଣା ପାଇଁ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶକୁ ସିଧାସଳଖ ଦର୍ଶନ କରିବାର ସୁଯୋଗ ପାଇପାରି ନ ଥିଲେ । ହେଲେ ଚଳିତବର୍ଷ ମହାପ୍ରଭୁଙ୍କ ପ୍ରତ୍ୟକ୍ଷ ସ୍ନାନକୁ ଦର୍ଶନ କରିବେ ଅଗଣିତ ଶ୍ରଦ୍ଧାଳୁ ।

ସେନାପଟା ନୀତି ନିର୍ଘଣ୍ଟ
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେନାପଟା ଲାଗି ଦିନର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି । କୋଠ ସୁଆଁସିଆଁମାନେ ଚାରବାଡ଼ ବାନ୍ଧି ବାହାରିବା ପରେ ଭୋରରେ ଦଇତାପତି ସେନାପଟା ଲାଗିକୁ ପ୍ରବେଶ କରିବେ । ସେନାପଟା ଲାଗି ଶେଷ ହେବା ପରେ ଶ୍ରୀଜିଉଙ୍କ ଅନ୍ୟାନ୍ୟ ନୀତିକାନ୍ତି ଶେଷ ହେବା ପରେ ଠାକୁରଙ୍କ ପହଣ୍ଡି ନୀତି ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *