ଚାଲୁଛି ବୁଲ୍ଡୋଜର୍

ନୂଆଦିଲ୍ଲୀ (ଏଜେନ୍ସି): ଦେଶର ଏବେ ବିଭିନ୍ନ ପ୍ରାନ୍ତରେ ଜବରଦଖଲ ଉଚ୍ଛେଦ ପରିପ୍ରେକ୍ଷୀରେ ବୁଲଡୋଜର (ଜେସିବି) ଚାଲୁଥିବା ଦେଖିବାକୁ ମିଳୁଛି । ଏତଦ୍ବ୍ୟତୀତ ଉତ୍ତରପ୍ରଦେଶ ସମେତ କେତେକ ରାଜ୍ୟରେ ଆଇନ୍ ଉଲ୍ଲଂଘନକାରୀଙ୍କ କ୍ଷେତ୍ରରେ ମଧ୍ୟ ଏହାକୁ ବ୍ୟବହାର କରାଯାଉଛି । ଅର୍ଥାତ୍ କୌଣସି କାରଣରୁ ଯଦି କୌଣସି ଆପରାଧିକ ମାମଲାରେ କେହି ଅଭିଯୁକ୍ତ ଭାବେ ଜଣାପଡୁଛି, ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଅଭିଯୁକ୍ତର ଘର ତଥା ସମ୍ପତ୍ତିଗୁଡ଼ିକ ଉପରେ ବୁଲଡୋଜର ଚଢ଼ାଇବାକୁ ନିଦେ୍ର୍ଦଶ ଦେଉଛନ୍ତି । ଅଭିଯୁକ୍ତ ବିରୋଧରେ ଦଣ୍ଡବିଧାନ କରିବା ଅନ୍ତରାଳେ ଏପ୍ରକାର କିଛି ଘଟଣା ଗତ କିଛି ଦିନ ହେବ ଦେଶର ବିଭିନ୍ନ ରାଜ୍ୟରେ ବିଶେଷକରି ଉତ୍ତରପ୍ରଦେଶ ଦେଖିବାକୁ ମିଳିଆସୁଛି ।
ନିକଟରେ ପ୍ରଫେଟ୍ ମହମ୍ମଦଙ୍କ ସମ୍ପର୍କରେ ନୂପୁର ଶର୍ମାଙ୍କ ଏକ ବିବାଦୀୟ ବୟାନ୍କୁ କେନ୍ଦ୍ର କରି ଦେଶର ବିଭିନ୍ନ ପ୍ରାନ୍ତରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ଉତ୍ତରପ୍ରଦେଶର କାନପୁର, ସାହାରନପୁର, ପ୍ରୟାଗରାଜ, ହାଥରସ୍, ମୋରାଦାବାଦ୍ ସମେତ ବିଭିନ୍ନ ଅଞ୍ଚଳରେ ମଧ୍ୟ ଜବରଦସ୍ତ ଉତ୍ତେଜନା, ପୋଡାଜଳା ଆଦି ସଂଘଠିତ ହୋଇଥିଲା । ତେବେ ଉତ୍ତରପ୍ରଦେଶରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିବା ପରିପ୍ରେକ୍ଷୀରେ ଏବେ ଏହି ହିଂସାକାଣ୍ଡରେ ଅଭିଯୁକ୍ତ ଥିବା ବ୍ୟକ୍ତିବିଶେଷଙ୍କ ଘର ଉପରେ ପ୍ରଶାସନ ବୁଲଡୋଜର ଚଲାଇବା ସହ ସେମାନଙ୍କ ପୈତୃକ ସମ୍ପତ୍ତିଗୁଡ଼ିକୁ ମଧ୍ୟ ନଷ୍ଟ କରିବାରେ ଲାଗିଛି । ତେବେ ସରକାରଙ୍କ ଏପ୍ରକାର ନୀତିକୁ ନେଇ କେତେକାଂଶରେ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି । ଅଭିଯୁକ୍ତର ଅପରାଧ ପାଇଁ ପୁରା ପରିବାରକୁ ଦଣ୍ଡିତ କରିବା କେତେଦୂର ଯୁକ୍ତିଯୁକ୍ତ ସେନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏକ ବଡ଼ ପ୍ରଶ୍ନ ମଧ୍ୟ ସାମ୍ନାକୁ ଆସିଛି । ଅପରାଧ କରୁଥିବା ଦୋଷୀ ବା ଅଭିଯୁକ୍ତକୁ ଦଣ୍ଡିତ କରିବା ପାଇଁ ତା’ର ପୈତୃକ ସମ୍ପତ୍ତିକୁ ଏପ୍ରକାର ବୁଲଡୋଜର ଚଳାଇ ନଷ୍ଟ କରିଦେବା କ’ଣ ବାସ୍ତବରେ ଆଇନ୍ସିଦ୍ଧ ନିୟମ ନା ଉଦେ୍ଦଶ୍ୟ ପ୍ରଣୋଦିତ? ଜବରଦଖଲ ଉଚ୍ଛେଦ ଆଳରେ ବୁଲଡୋଜରକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଉନାହିଁ ତ?
ଆଇନ୍ ଅନୁସାରେ ଯିଏ ଦୋଷ କରିଛି ବା କରୁଛି କେବଳ ସେ ହିଁ ଦଣ୍ଡବିଧାନର ପାତ୍ର ହେବା ଉଚିତ୍ । ଜଣକ ଭୁଲ ପାଇଁ ତା’ର ପୁରା ପରିବାରକୁ ଦଣ୍ଡିତ କରାଯାଇପାରିବନି । କିନ୍ତୁ ବୁଲଡୋଜର ଦ୍ୱାରା ଅଭିଯୁକ୍ତର ଘର ତଥା ଅନ୍ୟ ସ୍ଥାବର ସମ୍ପତ୍ତିଗୁଡ଼ିକୁ ନଷ୍ଟ କରିଦିଆଯିବା ଦ୍ୱାରା ପୁରା ପରିବାରର ସମସ୍ତ ସଦସ୍ୟ ଜୀବନବ୍ୟାପୀ ପ୍ରଭାବିତ ହୋଇଥାନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *