ବେଙ୍ଗପାଟିଆରେ ଜଳ ସମସ୍ୟା ଉକ୍ରଟ
୨୦୦ଲୋକଙ୍କ ପାଇଁ ଥିବା ବୋର୍ୱେଲ୍ ବି ଅଚଳ
ଦାନଗଦି (ଆପ୍ର): ଯାଜପୁର ଜିଲ୍ଲା ଦାନଗଦି ବ୍ଲକ୍ ଧୂଳିଗଡ଼ ପଞ୍ଚାୟତ ବେଙ୍ଗପାଟିଆ ଗାଁରେ ପ୍ରାୟ ଦୁଇ ମାସ ହେବ ପାଣି ସମସ୍ୟା ଲାଗି ରହିଛି । ପାନୀୟ ଜଳ ଯୋଗାଣ ପାଇଁ ବସୁଧା ଯୋଜନା ଠାରୁ ଧରି ଗ୍ରାମ ଓ ସହରାଞ୍ଚଳରେ ରାଜ୍ୟ ସରକାର ନାନା ଯୋଜନା ମାନ କରିଥିଲେ ବି ଏହି ବେଙ୍ଗପାଟିଆ ଗାଁରେ ଏଥିରେ ତ୍ରୁଟି ବିଚୁ୍ୟତି ଦେଖା ଦେଇଛି ।
ଗାଁରେ ୨୦୦ ଲୋକ ବସବାସ କରୁଥିବା ବେଳେ ମାତ୍ର ଗୋଟିଏ ବୋରୱେଲ୍କୁ ଛାଡ଼ି ଦେଲେ ଗାଁରେ ଆଉ ପାନୀୟ ଜଳ ପାଇଁ କୌଣସି ସଠିକ୍ ବ୍ୟବସ୍ଥା ନାହିଁ । ତେବେ ଯେଉଁ ବୋର୍ୱେଲ୍ଟି ନିର୍ମାଣ ହୋଇଛି ତାହା ପୁଣି ଜିନ୍ଦଲ ଷ୍ଟିଲ୍ ଦୟାରେ । ଦୀର୍ଘ ଦୁଇ ମାସ ହେବ ତାହା ଖରାପ ହୋଇଯାଇଥିବାରୁ ଗାଁଲୋକେ ପାଣି ମନେ୍ଦ ପାଇଁ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି । ଅପରପକ୍ଷେ ଗାଁରେ ୩ଟି ନଳକୂପ, ଗୋଟିଏ ସରକାରୀ କୂଅ ଥିବା ବେଳେ ନଳକୂଅରୁ ସଠିକ୍ ଢଙ୍ଗରେ ପାଣି ଆସୁନି । ସେହିପରି ରକ୍ଷଣାବେକ୍ଷଣ ଅଭାବ ତଥା ଅବହେଳିତ କାରଣରୁ କୂଅ ଅବସ୍ଥା ବି ଏପରି ହୋଇଛି ଯେ, ତାହା ପାନୀୟ ଯୋଗ୍ୟ ନୁହେଁ ।
ଗାଁ ଲୋକେ ବାରମ୍ବାର ଏ ସମ୍ପର୍କରେ ବ୍ଲକ ପ୍ରଶାସନ ଠାରୁ ଧରି ସ୍ଥାନୀୟ ପ୍ରତିନିଧିଙ୍କୁ ଜଣାଇଥିଲେ ବି କିଛି ସୁଫଳ ମିଳିନାହିଁ । ପାନୀୟ ଜଳ ଯୋଗାଣ ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଏହି ଅଞ୍ଚଳର ଯୋଜନା ଏକ ପ୍ରକାର ଅପହଞ୍ଚ ହୋଇପଡ଼ିଛି । ଗାଁର ସମସ୍ତ ବାସିନ୍ଦା ଏକତ୍ରିତ ହୋଇ ବୋରୱେଲ୍ ଘର ନିକଟରେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ ତରଫରୁ ଯଥାଶୀଘ୍ର ପାଣି ସମସ୍ୟା ପୁରଣ ନହେଲେ ଆଗାମୀ ଦିନରେ ବ୍ଲକ ଆଗରେ ବିକ୍ଷୋଭ କରାଯିବ ବୋଲି ଚେତାବନୀ ଦିଆଯାଇଛି ।