ବଦଳି ବନ୍ଦ ଦାବିରେ ଆଶାକର୍ମୀଙ୍କ ଧାରଣା

ନରସିଂହପୁର (ଆପ୍ର): ନରସିଂହପୁର ବ୍ଲକ କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଶାକର୍ମୀମାନଙ୍କ ଠାରୁ ଆରମ୍ଭ କରି ଡାକ୍ତରଖାନାର ଉନ୍ନତିକରଣ ଦିଗରେ କାର୍ଯ୍ୟରତ ବିପିଏମଙ୍କ ହୋଇଥିବା ବଦଳିକୁ ବନ୍ଦ କରିବା ଦାବିରେ ସୋମବାର ସ୍ଥାନୀୟ ପଞ୍ଚମୁଖୀ ଛକଠାରେ ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ । ସୂଚନାରୁ ପ୍ରକାଶ, ଗତ କିଛିଦିନ ଧରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାନପୁରଠାରେ ବିପିଏମ ଭାବେ ସଞ୍ଜୟ କୁମାର ପରିଡା କାର୍ଯ୍ୟ କରୁଥିଲେ । ମାତ୍ର ବିପିଏମ୍ଙ୍କର ବଦଳି ପାଇଁ ଜିଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ପତ୍ର ଆସିଥିଲା । ଏହାପରେ ବ୍ଲକର ସମସ୍ତ କାର୍ଯ୍ୟରତ ଆଶାକର୍ମୀ ସଭାନେତ୍ରୀ ନିବାସିନୀ ମହାରଣାଙ୍କ ନେତୃତ୍ୱରେ ଏକ ଦାବିପତ୍ର ବଦଳି ବନ୍ଦକୁ ନେଇ ସ୍ଥାନୀୟ ଅଧିକାରୀ, ବିଭାଗୀୟ ଉଚ୍ଚପଦସ୍ତ ଅଧିକାରୀ ଏବଂ ସ୍ଥାନୀୟ ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ଜନପ୍ରତିନିଧି ମାନଙ୍କୁ ପ୍ରଦାନ କରିଥିଲେ । ଏଥିରେ କୈାଣସି ସୁଫଳ ନ ମିଳିବାରୁ ଆଜି ସମସ୍ତ ଆଶାକର୍ମୀମାନେ ଏକତ୍ରିତ ହୋଇ ପଞ୍ଚମୁଖୀ ଛକଠାରେ ସମସ୍ତ ରାସ୍ତାକୁ ଅବରୋଧ କରିଥିଲେ । ବସ ଚଳାଚଳ ବନ୍ଦ ରହିଥିଲା । ଯାହା ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଦୀର୍ଘ୍ୟ ସମୟ ପରେ ରାସ୍ତା ଅବରୋଧ ସ୍ଥଳରେ ନରସିଂହପୁର ତହସିଲଦାର ଆଲୋକ କୁମାର ଦେହୁରୀ, କାନପୁର ମୁଖ୍ୟଚିକିତ୍ସା ଅଧିକାରୀ ଡାକ୍ତର ଦେବାଶିଷ ଜେଷ୍ଠି ଓ ଥାନା ଅଧିକାରୀ ଅଭୟ ବେହେରା ପହଞ୍ଚି ଆଲୋଚନା କରିଥିଲେ । ଏହାପରେ ତହସିଲଦାର ଶ୍ରୀ ଦେହୁରୀ ସମସ୍ୟାର ସମାଧାନ ପାଇଁ ୧୫ଦିନ ଭିତରେ କରାଯିବ ବୋଲି କହିଥିଲେ । ମାତ୍ର ଧାରଣାରତ ଆଶାକର୍ମୀ ମାନେ ତୁରନ୍ତ ସମାଧାନ ପାଇଁ ଦାବି କରିଥିଲେ । ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଶ୍ରୀ ଜେଷ୍ଠି କହିଥିଲେ ଯେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ପ୍ରତିନିଧି ଦଳ ପହଞ୍ଚôି ଏହାର ଆଲୋଚନା ପାଇଁ ନିଷ୍ପତ୍ତି ପରେ ଧାରଣାରୁ ଆଶାକର୍ମୀ ଓହରିଥିଲେ । ଏହାପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *